ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବୃଦ୍ଧ ଙ୍କ ଆତ୍ମହତ୍ୟା 

ବୃଦ୍ଧ ଙ୍କ ଆତ୍ମହତ୍ୟା 

ଡାବୁଗାଁ, ୧୩/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମରେ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର ପଦମ ହରିଜନ (୫୦) ଙ୍କୁ ୭ ତାରିଖ ଦିନ ଗ୍ରାମରେ ଗୁଳୁଥିବା ବେଳେ ଏକ ପାଗଳ କୁକୁର କାମୁଡି ଦେଇଥିଲା | କୁକୁର କାମୁଡିବା ପରେ ପରିବାର ଲୋକେ ତାଙ୍କର ଚିକିତ୍ସା କରାଇଥିଲେ | ୨ ଦିନ ପରେ ପଦ୍ମ ଙ୍କର ମାନସିକ ବିକୃତ ଦେଖାଦେଇଥିଲା | ପଦମ ବାରମ୍ବାର ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ | ମଙ୍ଗଳବାର ସନ୍ଧ୍ୟାରେ ପଦମ ହରିଜନ ଗ୍ରାମ ପାଖରେ ଥିବା କାଜୁ ବଗିଚାକୁ ଯାଇ ଏକ କାଜୁ ଗଛରେ ଚଢିବା ସମୟରେ ଗ୍ରାମର କିଛି ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ | ଖବରପାଇ ପରିବାରଲ ଲୋକେ ଆସି ଦେଖିବା ବେଳକୁ ପଦମ ନିଜର ପିନ୍ଧିଥିବା ଲୁଙ୍ଗି ବେକରେ ବାନ୍ଧି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି | ପରିବାର ଲୋକ ଙ୍କୁ ଦେଖି ଗଛ ଡାଳରୁ ତଳକୁ ଝୁଲି ପଡିଥିଲେ | ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ପଦମ କୁ ଉଦ୍ଧାର ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ସେଠାରେ ଚିକିତ୍ସିତ ଅବସ୍ଥାରେ ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକଙ୍କ ପୁଅ ମେଘନାଥ ହରିଜନ ବୁଧବାର ପୂର୍ବାହ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ରାମଚନ୍ଦ୍ର ନାୟକ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୨/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକିବନ୍ଧ ଠାରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି

Sunil Chandra Nayak

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

masiha

ବିଷ ପଈ ମହିଳାଙ୍କ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!