ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନଦୀ ପଠାରୁ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ

ନଦୀ ପଠାରୁ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗକୁ ଆଜି ବୁଧବାର ସଫଳତା ମିଳିଛି । ୩୦୦ ଲିଟର ଦେଶୀ ମଦ ସହ ୨ ହଜାର ଲିଟର ପୋଚ ଜବତ କରାଯାଇଥିବା ସୂଚନା ମିଳିଛି। ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଅଞ୍ଚଳରେ ଚୋରା ଦେଶୀମଦ କାରବାର ଚାଲିଥିବା ଖବର ପାଇ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ବୁଧବାର ସକାଳେ ସଦଳ ବଳେ ଚଢ଼ାଉ କରିଥିଲେ । ମାଫିଆ ମାନେ ଅତ୍ୟନ୍ତ ଚତୁରତା ସହ ନଦୀ ପଠାରେ ଗାତ ଖୋଳି ଦେଶୀ ମଦ ଓ ମହୁଲ ପୋଚ ଲୁଚାଇ ରଖିଥିବା ବେଳେ ଚଢ଼ାଉ ସମୟରେ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ କରାଯାଇଥିଲା । ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗରେ ଚଢ଼ାଉ କରି କେଶ୍ ନଂ ୧୪/୨୦୨୬-୨୭ ରେ ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

masiha

ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର 

masiha

ନିଜ ଲୁଙ୍ଗି ଲଗାଇ ପାଗଳ ବ୍ୟକ୍ତି ଜଣକ ଗଛ ଉପରେ ଝୁଲି ଆତ୍ମହତ୍ୟା 

masiha

Leave a Comment

error: Content is protected !!