ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନଦୀ ପଠାରୁ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ

ନଦୀ ପଠାରୁ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗକୁ ଆଜି ବୁଧବାର ସଫଳତା ମିଳିଛି । ୩୦୦ ଲିଟର ଦେଶୀ ମଦ ସହ ୨ ହଜାର ଲିଟର ପୋଚ ଜବତ କରାଯାଇଥିବା ସୂଚନା ମିଳିଛି। ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଅଞ୍ଚଳରେ ଚୋରା ଦେଶୀମଦ କାରବାର ଚାଲିଥିବା ଖବର ପାଇ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ବୁଧବାର ସକାଳେ ସଦଳ ବଳେ ଚଢ଼ାଉ କରିଥିଲେ । ମାଫିଆ ମାନେ ଅତ୍ୟନ୍ତ ଚତୁରତା ସହ ନଦୀ ପଠାରେ ଗାତ ଖୋଳି ଦେଶୀ ମଦ ଓ ମହୁଲ ପୋଚ ଲୁଚାଇ ରଖିଥିବା ବେଳେ ଚଢ଼ାଉ ସମୟରେ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ କରାଯାଇଥିଲା । ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗରେ ଚଢ଼ାଉ କରି କେଶ୍ ନଂ ୧୪/୨୦୨୬-୨୭ ରେ ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ADJ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

masiha

ଗୁହାଳରୁ ମେଣ୍ଢା ଚୋରି, ଥାନାରେ ଏତଲା

ଚୋରୀ କରିବା ଅଭିଯୋଗରେ ୩ ଯୁବକ ଗିରଫ 

masiha

Leave a Comment

error: Content is protected !!