ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ 

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ 

ରାଉରକେଲା। ତା ୧୭.୦୫.୨୦୨୫ । ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରାଉରକେଲା ଏବଂ ରଘୁନାଥପଲ୍ଲୀ ବିଜେପି ତରଫରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ରାଉରକେଲାର ବିଶ୍ରା ଛକ ଠାରୁ ଆରମ୍ଭ ହୋଇ ଥିଲା । ଏହି ପରାକ୍ରମ ରାଲିରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ ଶୋଭାଯାତ୍ରାରେ ଶୁଭାରମ୍ଭ କରିଥିଲେ । ସେ ଏକ ସୁସଜ୍ଜିତ ଖୋଲାଗାଡିରେ ଚଢ଼ି ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲେ । ତାଙ୍କ ସହିତ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ଓ ପ୍ରମିଳା ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଶଶାଙ୍କ ଶେଖର ଜେନା ,ପଦ୍ମିନୀ ପାଣିଗ୍ରାହୀ , ଗୁରିନ୍ଦର ସିଂ, ମନୋଜ ମାହେଶ୍ୱରୀ ଉପସ୍ଥିତ ଥିଲେ । ଶ୍ରୀ ଓରାମ ଓ ଶ୍ରୀ ତନ୍ତୀ ରାସ୍ତାର ଦୁଇ କଡ଼ରେ ଠିଆ ହୋଇ ତ୍ରିରଙ୍ଗା ଯାତ୍ରାକୁ ସ୍ଵାଗତ ଜଣାଉ ଥିବା ଜନତାଙ୍କୁ ହାତଯୋଡି ସମ୍ମାନ ଜଣାଇଥିଲେ ଓ ଜନତାଙ୍କୁ ଏହି ଯାତ୍ରାର ଉଦ୍ଦେଶ୍ୟ ଜଣାଇଥିଲେ । ଏହି ବାଇକ୍ ରାଲୀ ଵିଶ୍ରା ଛକ ଠାରୁ ବାହାରି ରାଉରକେଲା ମୁଖ୍ୟ ରାସ୍ତା ଦେଇ, ଉଡ଼ିତନଗର ଆଂବେଦକର ଛକ, ଦେଇ ପାନପୋଷ ଛକ ଠାରେ ପହଞ୍ଚିଥିଲା ।ଏହି ଯାତ୍ରାରେ ବିଜେପି କାର୍ଯ୍ୟକର୍ତ୍ତା, କର୍ମୀ, ବିଭିନ୍ନ ସଙ୍ଗଠନ, ସାଧାରଣ ଜନତା ସାମିଲ ହୋଇଥିଲେ । ଏହି ଯାତ୍ରାରେ ସର୍ବଶ୍ରୀ ମୂରଲୀଧର ଗୌଡ଼, ନୃସିଂହ ଜେନା, ଅଶୋକ ହାଲୱାଇ, ବାବୁ ଭାଇ, ହୁର୍ସି ପ୍ରଧାନ, ଅମରେନ୍ଦ୍ର ଶର୍ମା, ଶୁକଦେବ ପ୍ରଧାନ ଭ୍ରମରବର ବେହେରା , ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ଦିଲ୍ଲୀପ ପଟ୍ଟନାୟକ, ଭବାନୀ କବି, ଜୟ କିରଣ ଖାଲୋକେ।, ସରୋଜ ଦାସ, ଜଗବନ୍ଧୁ ସାହୁ, ପରୀକ୍ଷିତ ସାହୁ, ସତ୍ୟପ୍ରିୟ ସାହୁ, କୈଳାଶ ରାଉତ, ଅବୋଧ ରାୟ, ସନ୍ତୋଷ ବିରାଟ, ଗୌତମ ଭଗତ, ରାଜକିଶୋର ଭଞ୍ଜ, ବିମଳ ବିଶି, ପ୍ରଣତାପ୍ ଦାସ, ଅଜୟ କଂସାରୀ, ପରେଶ୍ ମିଶ୍ର, ଓମ ପ୍ରକାଶ ଖଣ୍ଡେଲୱାଲ , ରିତା ସିଂ, କମଳା ବାରିକ, ଆଲୋକ ନାୟକ, ଦେବେନ୍ଦ୍ର ବୀର ଗଣ୍ଠିଆ, ପ୍ରଶାନ୍ତ କୁମାର ପଣ୍ଡା, ପ୍ରଭାକର ସାହୁ, ସନ୍ଦୀପ ଅଗ୍ରୱାଲ, ବାଳକୃଷ୍ଣ ପାଣିଗ୍ରାହୀ, ସୁଶୀଳା ଶର୍ମା, ପ୍ରକାଶ ପାସୱାନ,ସଂଗୀତା କିସପଟା,ଗୌତମ ବାଡ଼ା, ସୁଶାନ୍ତ ମହାପାତ୍ର, ଦୀପକ କୁମାର ସାହୁ, କେଦାର ପ୍ରିୟଦର୍ଶୀ, ଭାରତ ଦତ୍ତ ବିଶ୍ଵକର୍ମା, ଜନ ନାୟକ ଆଦି ସହସ୍ରାଧିକ ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ଓରାମ ଉଦବୋଧନ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ପଞ୍ଚାୟତ ସମିତି ର ନବମ ବୈଠକ

masiha

ଅପହରଣ ପ୍ରସଙ୍ଗରେ ଏଗାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ଦକ୍ଷିଣ-ପୁର୍ବ ରେଳ ମଣ୍ଡଳୀ କୋଲକାତାର ମୁଖ୍ୟ ସୁରକ୍ଷା ଅଧିକାରୀ ସନ୍ଦୀପ ସିଂହ ଏଵଂଚକ୍ରଧରପୁର ଅତିରିକ୍ତ ରେଳ ମଣ୍ଡଳ ଅମିତ କୁମାର ଙ୍କ ସହିତ ଟାଟାନଗରବାଦାମ ପାହାଡ଼ ରେଳ ରୂଟ ନିରୀକ୍ଷଣ

Sunil Chandra Nayak

Leave a Comment

error: Content is protected !!