ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସିଆରପି ମାନଙ୍କୁ ତାଲିମ

ଡାବୁଗାଁ, ୨୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା କୃଷି ବିଭାଗ ତରଫରୁ ଓମ ସ୍ଵଚ୍ଛାସେବୀ ସଂଗଠନ ସହଯୋଗରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ସିଆରପି ଓ ଅଗ୍ରଣୀ ଚାଷୀ ମାନଙ୍କୁ ନେଇ ଏକ ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓମ ସ୍ଵଚ୍ଛାସେବୀ ସଂଗଠନର ବ୍ଲକ ସଂଯୋଜକ ଅଶୋକ ଶତପଥି ସ୍ଵାଗତ ଭାଷଣ ଦେବା ସହ ଏଫଏକ୍ୟୁ ତାଲିମର ଆବଶ୍ୟକତା ଉପରେ ବୁଝାଇଥିଲେ | ମୁଖ୍ୟ ଅତିଥି ଭାବେ ଡାବୁଗାଁ ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ ଯୋଗ ଦେଇ ଚାଷୀ ମାନନକୁ ଯେପରି ଉନ୍ନତ ମାନର ମାଣ୍ଡିଆ ମଣ୍ଡିରେ ବିକ୍ରି କରିପାରିବେ ସେଥିପ୍ରତି ଧ୍ୟାନ ଦେବା ସହ ଆଗାମୀ ବର୍ଷରେ ଅଧିକରୁ ଅଧିକ ମାଣ୍ଡିଆ ଫସଲ ଚାଷ କରି ସରକାର ଙ୍କ ପ୍ରୋତ୍ସାହନ ରାସୀ ପାଇବାର ସୁଯୋଗ ନେବା ସହ ଲାଭବାନ ହେବେ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ | ଏହାସହ ଆସନ୍ତା ଜାନୁଆରୀ ମାସ ୪ ତାରିଖ ଦିନ ନବରଙ୍ଗପୁର ଜିଲାରେ ମାଣ୍ଡିଆ ମଣ୍ଡି ଖୋଲାଯିବା ନେଇ ସୂଚନା ଦେଇଥିଲେ | ଡାବୁଗାଁ ବ୍ଲକର ମେଦନା ଠାରେ ସୋମବାର, ଜୁନାପାଣି ଠାରେ ମଙ୍ଗଳବାର ଓ ବୋରିଗାଁ ଠାରେ ଗୁରୁବାର ଦିନ ମାଣ୍ଡିଆ ମଣ୍ଡିରେ ଚାଷୀ ମାନଙ୍କ ଠାରୁ ମଣ୍ଡିଆ କ୍ରୟ କରାଯିବ ବୋଲି ସୂଚନା ଦିଆଯାଇଥିଲା | ଏଥିରେ ଡାବୁଗାଁ କୃଷି ଅଧିଦର୍ଶକ ଭୀମସେନ ନାୟକ, କୃଷି ବୈଜ୍ଞାନିକ ବିଷ୍ଣୁପଦ ଜେନା, ଓଡିଶା କ୍ଲୁଷ୍ଟର ମନିଟରପ୍ରଦୀପ କୁମାର ବରାଡ, ଜନ୍ମେଜୟ ମହାପାତ୍ର, ରାମଚନ୍ଦ୍ର ସାହୁ ଏବଂବିଭିନ୍ନ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି, ସିଆରପି ଓ ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହାନ୍ତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

masiha

ଲାଞ୍ଜିଗଡ଼କୁ ଦିନିକିଆ ଗସ୍ତରେ ସ୍ଵତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ

Sunil Chandra Nayak

ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଆଗମନ ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ : ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!