ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଆଁ ଲାଗି ପୋଡ଼ି ଗୁରୁତର ଆହତ ଗର୍ଭବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ 

ପାପଡାହାଣ୍ଡି,28।12, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ପ୍ରଧାନୀଗୁଡା ଗ୍ରାମରେ ଗତ ଶୁକ୍ରବାର ଦିନ ନିଆଁରେ ପୋଡି ଗୁରୁତର ଆହତ ଗର୍ଭବତୀ ମମତା ବିଶୋଇଙ୍କ ବୁଧବାର ଚିକତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ହୋଇଛି| ସେଠାରେ ଗୁରୁବାର ଶବ ବ୍ୟାବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ | ପାପଡାହାଣ୍ଡି ପୋଲିସ ଥାନାର ତଦନ୍ତ ଅଧିକାରୀ ସେଠାକାର ପୋଲିସ କୁ ରିପୋର୍ଟ ପ୍ରଦାନ ଲାଗି ବିଶାଖାପାଟଣା ବାହାରିଛନ୍ତି | ପ୍ରଧାନୀଗୁଡା ଗ୍ରାମର ସନ୍ତୋଷ ବିଷୋୟୀଙ୍କ ପତ୍ନୀ ମମତା ବିଷୋୟୀ(୨୧) ୬ ମାସର ଗର୍ବବତୀ ଥିଲେ । ଅସହ୍ୟ ଶୀତ ଅନୁଭୂତ ହେବାରୁ ଗତ 23 ତାରିଖ ଶୁକ୍ରବାର ଦିନ ସକାଳ ସମୟରେ ନିଜ ଘର ବାରଣ୍ଡାରେ ନିଆଁ ଲଗାଇ ପରିବାର ସହ ବସିଥିଲେ କିନ୍ତୁ ଅସାବଧାନତା ଯୋଗୁଁ ତାଙ୍କ ଶାଢୀରେ ନିଆଁ ଲାଗି ପୋଡି ଯାଇଥିଲା। ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଜଗଦଲପୁର ଓ ତାପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା | ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ବିଶାଖାପାଟଣା ପୋଲିସ କୁ ଖବର ପାଇବା ପରେ ଶବ ଜବତ କରିଛି | ପାପଡାହାଣ୍ଡି ଥାନାର ତଦନ୍ତ ଅଧିକାରୀ ବିଡି ଚାଲ୍ଳାନ ବିଶାଖାପାଟଣା କେଜିଏଚ ମେଡିକାଲ ବାହାରିଛନ୍ତି | ସେ ବିଶାଖାପାଟଣା ପୋଲିସ ଥାନା ରେ ତଥ୍ୟ ଦେବା ପରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି 

masiha

ବିଷ ପଈ ମହିଳାଙ୍କ ଆତ୍ମହତ୍ୟା 

Sunil Chandra Nayak

ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ: ଏସ୍‌ଡିପିଓ, ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ

Sunil Chandra Nayak

Leave a Comment

error: Content is protected !!