ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା ଚାଲାଣ ସମୟରେ କାଠ ସହ ଟ୍ରକ ଜବତ 

ଚୋରା ଚାଲାଣ ସମୟରେ କାଠ ସହ ଟ୍ରକ ଜବତ 

   ଡାବୁଗାଁ, ୧୫/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଛେଳିବେଢା ଗ୍ରାମ ନିକଟରେ ଏକ କାଠ ବୋଝେଇ ଟ୍ରକ କୁ ସୋମବାର ଡାବୁଗାଁ ବନ ବିଭାଗ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବନ ବିଭାଗ କର୍ମଚାରୀ ରବିବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଛେଳିବେଢା ଗ୍ରାମ ନିକଟରେ ଏକ ଟ୍ରକ ନଂଟିଏସ ୨୮ ଟି ୬୧୨୯ ଯୋଗେ ବର, ଓସ୍ତ, ଡିମିରି ଓ ନିଳଗିରି ଭଳି ବିଭିନ୍ନ ପ୍ରକାରର କାଠ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଟ୍ରକ ଟିକୁ ଅଟକାଇଥିଲେ | ଟ୍ରକ ଡ୍ରାଇଭର ପାଖରେ ବୋଝେଇ ହୋଇଥିବା କାଠର କୌଣସି କାଗଜପତ୍ର ଦେଖାଇ ପାରିନଥିଲା | ସଙ୍ଗେ ସଙ୍ଗେ ବନ ବିଭାଗ କର୍ମଚାରୀ ମାନେ ଟ୍ରକ ଟିକୁ ଡାବୁଗାଁ ବନ ବିଭାଗ କାର୍ଯ୍ୟଳୟକୁ ଆଣିଥିଲେ ଓ ଡ୍ରାଇଭରକୁ ଅଟକ ରଖା ଯାଇଥିଲା | ସୋମବାର ଟ୍ରକ ସହ କାଠ କୁ ବନ ବିଭାଗ ଜବତ କରିଛି ଓ ଡ୍ରାଇଭର ହେଲେ ତେଲେଙ୍ଗାନା ରାଜ୍ୟର ଖାମାମ ଜିଲା ଅଧୀନ ତିଲକନଗର ଗ୍ରାମର ଚାଲା ତିରୁପତି ରାଓ (୩୭) କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଟ୍ରକରେ ଥିବା୭୨୦୦ କି.ଗ୍ରା. କାଠ ଜବତ କରାଯାଇଛି | ଜବତ ହୋଇଥିବା କାଠ ର ଆନୁମାନିକ ସରକାରୀ ମୂଲ୍ୟ ୧ ଲକ୍ଷ ୮ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା କହିଛନ୍ତି | ଏହି ଚଢାଉ ସମୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ରିତାରାଣୀ ବିଶ୍ଵ|ସରାୟ, କାର୍ତ୍ତିକ ମାଝି ଓ ପାରା ଷ୍ଟାଫ ମାନେ ସାମିଲ ଥିଲେ | ଏନେଇ ବନାଞ୍ଚଳ କାର୍ଯ୍ୟ|ଲଯ କେସ ନଂ ୧୧୫/୨୦୨୫-୨୬ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅପରାଧ ନିୟନ୍ତ୍ରଣ ପାଇଁ ରାଉରକେଲା ପୁଲିସ୍ ପକ୍ଷରୁ ପ୍ରୋଜେକ୍ଟ ଶିଲଡ୍ ଶୁଭାରମ୍ଭ

Sunil Chandra Nayak

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

masiha

ବିଭିନ୍ନ ପେଟ୍ରୋଲ ପମ୍ପରେ ଉପଜିଲ୍ଲାପାଳ ଙ୍କ ଚଢାଉ

masiha

Leave a Comment

error: Content is protected !!