ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

ବସ୍ତା ,10/12 ବସ୍ତା ଥାନା ଅନ୍ତର୍ଗତ ବାହାର୍ଦ୍ଦା ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟା ରବିବାର ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l ମୃତ ମହିଳା ହେଲେ କାଳିଚରଣ ସେଠୀଙ୍କ ସ୍ତ୍ରୀ ସୁକାନ୍ତି ସେଠୀ (52) l ପାରିବାରିକ କଳହରୁ ସେ ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡି ଦେଇ ଘରେ ଫାଶୀ ଦେଇଥିଲେ l ପରିବାରଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ l ପୋଲିସ ପହଞ୍ଚି ମୃତଦେହ ଜବଦ କରି ତଦନ୍ତ ଜାରି ରଖିଛି l ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ 59/23ରୁଜୁ ହୋଇ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି l ସେ ପୂର୍ବରୁ ୱାର୍ଡ ସଭ୍ୟା ଭାବେ ଦାୟିତ୍ୱ ନିର୍ବାହ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇ ପାରିଥିଲେ l ତାଙ୍କର ସ୍ୱାମୀ,ଦୁଇ ପୁଅ, ପୁଅବୋହୂ ଅଛନ୍ତି l ଗାଁ ଶ୍ମଶlନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର କୋର୍ଟ ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

Sunil Chandra Nayak

ବାପା ଶିକ୍ଷକ ପୁଅ ଡାକ ସେବକ, କିନ୍ତୁ କାମ ଜାଲ ସାର୍ଟିଫିକେଟ୍ ଯୋଗାଇବା , ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା

masiha

ଦେଶୀ ଓ ବିଦେଶୀ ମଦ ସହିତ ସ୍କୁଟି ଜବତ, ୦୨ ଗିରଫ 

masiha

Leave a Comment

error: Content is protected !!