ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ରେ ପ୍ରଶାସନ ର ଅଜବ ନୀତି ଦେଖିବାକୁ ମିଳୁଛି

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ରେ ପ୍ରଶାସନ ର ଅଜବ ନୀତି ଦେଖିବାକୁ ମିଳୁଛି

ଜଣେ ଭିନ୍ନକ୍ଷମ ବ୍ୟକ୍ତି କୁ ଭତ୍ତା ଟଙ୍କା ଦେଇ ଏବେ ପୁଣି ବାକିତକ ଟଙ୍କା ଫେରାଇଵା କୁ ମାଗୁଥିବା ଘଟଣା ଚର୍ଚ୍ଚାର ବିଷୟ ପାଲିଟିଛି |ଯାହାର ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଜଣେ ଭିନ୍ନକ୍ଷମ ସେ କହିଛନ୍ତି ଯେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସଭା କୁ ମତେ ଡାକିଲେ…. 35 ଶହ ଟଙ୍କା ଭତ୍ତା ଦେଲେ… ଉପସ୍ଥିତ ଅତିଥି ମାନେ ମୋ ସାଙ୍ଗରେ ଛିଡା ହୋଇ ଫୋଟ ବି ନେଲେ କିନ୍ତୁ ଏବେ କହୁଛନ୍ତି ବାକି ତକ ଟଙ୍କା ସବୁ ଫେରାଅ ଏକଥା ଆମେ କହୁନାହିଁ, ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ଦିବ୍ୟାଙ୍ଗ ଭିନକ୍ଷମ |ଯାହାର ଅଭିଯୋଗ ଆଣି ବେଲପଡା ବ୍ଲକ ସଭାଗୃହ ରେ ଅନୁଷ୍ଠିତ ଜନ ଶୁଣାଣି ଶିବିର ରେ ପହଁଚି ଉପସ୍ଥିତ ଜିଲ୍ଲାପାଳ ଏବଂ ଏସପି ଙ୍କ ଠାରେ ନିଜ ଅଭିଯୋଗ ବଖାଣିଛନ୍ତି |ପ୍ରାପ୍ତ ସୂଚନା ମତେ ବେଲପଡା ସହରର ବଜରଙ୍ଗ ବଳି ପଡା ରେ ରୁହନ୍ତି ଭିନ୍ନକ୍ଷମ ମହେନ୍ଦ୍ର ମେହେର |ଜନ୍ମ ରୁ ତାଙ୍କ ଗୋଡ଼ ଅକର୍ମଣ୍ୟ ହୋଇଯାଇଥିବା ରୁ ସେ ଠିକ ଭାବେ ଚଲାବୁଲା କରି ପାରନ୍ତିନି |ସେ 80% ଭିନ୍ନକ୍ଷମ ଥିବା ସାଟିଫିକେଟ ରେ ରହିଛି |ପୂର୍ବରୁ ସେ ବିକଳାଙ୍ଗ ଭତ୍ତା 1200 ଟଙ୍କା ପାଉଥିଲେ |ରାଜ୍ୟ ସରକାର ଭତ୍ତା ର ରାଶି ବୃଦ୍ଧି କରିବା ପରେ ଗତ ଜାନୁୟାରୀ ମାସରେ ବେଲପଡା ବ୍ଲକ ଗୃହ ରେ ବିଡ଼ିଓ, ବ୍ଲକ ଚେୟାରମ୍ୟାନ ଙ୍କ ଉପସ୍ଥିତ ରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ରେ ଆୟୋଜିତ ଏକ ସଭା ରେ ମହେନ୍ଦ୍ର କୁ ଡାକି 3500 ଟଙ୍କା ଦେଇଥିଲେ |ସାଙ୍ଗରେ ଫୋଟ ବି ହେଲେ ଏଣିକି ପ୍ରତି ମାସରେ 35 ଶହ ଟଙ୍କା ଭତ୍ତାପାଇବା ନେଇ ପ୍ରତିଶୃତି ଦେଲେ |କିନ୍ତୁ ଏହାର କିଛି ଦିନ ପରେ ପଂଚାୟତ ର କିଛି କର୍ମଚାରୀ ମହେନ୍ଦ୍ର ପାଖକୁ ଆସି ଭୁଲ ରେ ତୁମ କୁ 35 ଶହ ଟଙ୍କା ଦିଆଯାଇଛି |12 ଶହ ଟଙ୍କା ରଖି ବାକିତକ ଫେରାଅ ବୋଲି କହିଥିଲେ |ଏବଂ ପୂର୍ଵ ପରି ମହେନ୍ଦ୍ର ଏବେ ମଧ୍ୟ୍ୟ ସେହି 1200 ଟଙ୍କା ପାଉଛନ୍ତି |ଯାହାକୁ ବିରୋଧ କରି ଜିଲ୍ଲାପାଳ ଙ୍କ ପାଖରେ ଗୁହାରି କରିଛି ମହେନ୍ଦ୍ର |ଜିଲ୍ଲାପାଳ ଏନେଇ ପ୍ରତିଶୃତି ଦେଇଥିବା ମହେନ୍ଦ୍ର କହିଥିବା ବେଳେ ବେଲପଡା BSSO ଅଭିଜିତ ନାୟକ କହିଛନ୍ତି ଯେ ଭୁଲ ରେ ତାଙ୍କ ନା ଖାତାରେ ଥିବା ରୁ ଆମେ ତାଙ୍କୁ ଦେଇ ଦେଲୁ ଆଉ ଆଗକୁ ଏମିତି ହେବ ନାହିଁ |ତେବେ ଏଠାରେ ପ୍ରଶ୍ନ ଉଠିଵା ସ୍ୱାଭାବିକ ଯେ ଜଣେ ଭିନ୍ନକ୍ଷମ କୁ ଡାକି କେମିତି ଭାବ ରେ ଟଙ୍କା ଦେଲେ ଏବଂ ପୋଟ ଉଠାଇଲେ ଯଦି ଏମିତି ତାଙ୍କର ଫୋଟ ହେବାର ଥିଲା ତାହେଲେ ତେବେ ଟଙ୍କା ଦେଇ ମାଗୁଛନ୍ତି କାହିଁକି ନା ଏହାରି ଭିତରେ କିଛି ଅନ୍ୟ ରହସ୍ୟ ରହିଛି ତାହାର ତଦନ୍ତ ହେବା କଥା ଜିଲ୍ଲପାଳ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି |

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଆସିଏସଇ ପରୀକ୍ଷାରେ କେରଳ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

ଦାସିଗାଁରେ ନୂତନ ମଣ୍ଡି ଉଦ୍ଘାଟନ ସୁବିଧା ପାଇବେ ଅଞ୍ଚଳର ବହୁ ଚାଷୀ

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପାଳନ କଲା ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!