ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକା ତରଫରୁ ୭ ଟି ଆଶ୍ରୟସ୍ଥଳୀ ରେ ୨୭୫ ଜଣଙ୍କୁ ରିଲିଫ୍ ବଣ୍ଟନ 

ରାଇରଙ୍ଗପୁର ପୌରପାଳିକା ତରଫରୁ ୭ ଟି ଆଶ୍ରୟସ୍ଥଳୀ ରେ ୨୭୫ ଜଣଙ୍କୁ ରିଲିଫ୍ ବଣ୍ଟନ 

 ମୟୂରଭଞ୍ଜ -୨୬/୧୦ ( ମସିହା)ସମ୍ଭାବ୍ୟ ବାତ୍ୟା ‘ ଦାନା’ କୁ ମୁକାବିଲା କରିବା ପାଇଁ ରାଇରଙ୍ଗପୁର ପୌରପାଳିକା ତରଫରୁ ବ୍ୟାପକ ପଦକ୍ଷେପ ନିଆ ଯାଇଥିଲା ।ପୌର ପାଳିବା ତରଫରୁ ରାଇରଙ୍ଗପୁର ମହାବିଦ୍ୟାଳୟ ସମେତ ବିଭିନ୍ନ ଓ୍ବାର୍ଡ ର ୭ ଟି ସ୍ଥାନରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇଥିଲା ।ସେଠାରେ ୨୭୫ ଜଣ ତଥା ପୁରୁଷ -୯୯ ଜଣ,ମହିଳା-୯୬ ଜଣ ଏବଂ ଶିଶୁ ୮୦ ଜଣ ଅସୁରକ୍ଷିତ ଙ୍କୁ ଆଣି ରଖାଯାଇଥିଲା । ସେମାନଙ୍କୁ ଜଳଖିଆରେ ଶୁଖିଲା ଖାଦ୍ୟ ତଥା ଚୁଡ଼ା,ଗୁଡ଼, ବିସ୍କୁଟ, କଦଳୀ ଦିଆଯିବା ସହ ଦିବା ଓ ରାତ୍ରରେ ରନ୍ଧା ପୁଷ୍ଟିକର ଖାଦ୍ୟ ଏବଂ ଅପରାହ୍ନରେ ପାଉଁରୁଟି ଓ ଜାମ୍ ଦିଆ ଯାଇଥିଲା ।କେହି ଯେମିତି ହଇରାଣ ହରକତ ଓ ଅସୁବିଧା ରେ ନ ପଡନ୍ତି ଏବଂ କାହାରି ସ୍ବାସ୍ଥ୍ୟ ବିପତ୍ତି ନ‌ହେଉ ସେଥିପ୍ରତି ପ୍ରାଥମିକତା ଦିଆଯାଇଥିଲା ।ଆଜି ବାତ୍ୟା ଟଳିଲା ପରେ ସମସ୍ତେ ଆନନ୍ଦ ଓ ଖୁସିର ସହ ନିଜ ଘରକୁ ପ୍ରଶାସନ ର ପରିବହନ ଗାଡ଼ିରେ ଘରକୁ ଫେରି ଯାଇଛନ୍ତି ।ଏହି ମହା ବିପତ୍ତି ସମୟରେ ପୌରପାଳିକାର ସମସ୍ତ କର୍ମଚାରୀଙ୍କ ସ୍ନେହ , ଅନାବିଳ ପ୍ରେମ ଓ ସେବାକୁ ଜୀବନରେ କେବେ ଭୁଲିବେ ନାହିଁ ବୋଲି କହିବି ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଭାରା ପ୍ରାପ୍ତ ପୌର ଅଧିକାରୀ ରମେଶ ଚନ୍ଦ୍ର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୌରପାଳିକାର ସମସ୍ତ କର୍ମଚାରୀ ତଥା ଇଂ ମୃତ୍ୟୁଞ୍ଜୟ ପହି,ତନ୍ମୟ ସାହୁ, ନୀଳକଣ୍ଠ ବିଶ୍ବାଳ,ମନୋଜ ମଣ୍ଡଳ ସମେତ ସମସ୍ତେ ଦିନରାତି ବେସାହାରା ଲୋକଙ୍କ ସେବାରେ ଦିର୍ଘ ୪ ଦିନ ଆକ୍ଳାନ୍ତ ପରିଶ୍ରମ କରି ସେବା ଯୋଗାଇଥିଲେ । ସେମାନଙ୍କ ଏକମାତ୍ର ସେବା ଉଦେଶ୍ୟ ସର୍ଭେ ଭବନ୍ତୁ ସୁଖିନଃ ,ସବେ ସନ୍ତୁ ନିରାମୟାଃ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗ୍ରାଣ୍ଡ ମେଡିକାଲ ହଲ ର ୨୫ତମ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ 

masiha

ଛତିଶଗଡ଼ ରାଜ୍ଯପାଳଙ୍କୁ ସାକ୍ଷାତ କଲେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସ°ସଦ ପରିବାର

Sunil Chandra Nayak

୫ ଦଫା ଦାବିନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ରେ ବସିଲେ ଉପଖଣ୍ଡିୟ ୱାର୍ଡ ସଭ୍ୟ ସଭ୍ୟା 

masiha

Leave a Comment

error: Content is protected !!