ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ 

ଜିଲ୍ଲା ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ 

ନବରଙ୍ଗପୁର:( ୨୬/୧୧/୨୦୨୪)(ରବି ନାରାୟଣ ମହାନ୍ତି)ସମ୍ଭିଧାନ ଦିବସ ଅବସରରେ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋର୍ଟ କର୍ମଚାରୀ , ପାରା ଲିଗାଲ ସଦସ୍ୟ, ଆଇନଜୀବି ପ୍ରମୁଖ ଭାଗ ନେଇଥିଲେଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ଭାରପ୍ରାପ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା ପ୍ରଥମେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ସମସ୍ତଙ୍କୁ ସମ୍ଭିଧାନ ର ମୁଖବନ୍ଧ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର ଯୋଗଦାନ କରିଥିଲେ ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀମତୀ ଲିଲିପ୍ତା ପସାୟତ, ଅତିରିକ୍ତ ଜିଲ୍ଲା ଜର୍ଜ (ପୋକସୋ) ବସୁଦେବ ଆଚାର୍ଯ୍ୟ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶ୍ରୀମତୀ ସୀମା ତ୍ରିପାଠୀ, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ମୋନିତା ତ୍ରିପାଠୀ ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ସୁଦୀପା ପାତ୍ର, ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀଯୁକ୍ତ ରାଜେଶ କୁମାର ମିଶ୍ର, ଆଇନଜୀବି ସଂଘର ସଭାପତି ଶ୍ରୀଯୁକ୍ତ ନରସିଂହନାଥ ତ୍ରିପାଠୀ , ସମ୍ପାଦକ ଶ୍ରୀଯୁକ୍ତ ତପନ କୁମାର ସିଂହ ମଞ୍ଚାସୀନ ହୋଇ ଭାରତର ନାଗରିକଙ୍କ ମୌଳିକ ଅଧିକାର ଉପରେ ଆଲୋକପାତ କରିଥିଲେ ଏବଂ ଆଈନଜୀବି ମାନଙ୍କୁ ଅନୁରୋଧ କରିଥିଲେ ଲୋକଙ୍କ ଅସୁବିଧାକୁ ନ୍ୟାୟପାଳିକାଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାପାଇଁ, ତେବେ ହେଲେ ସମ୍ବିଧାନ ଦିବସର ମର୍ଯ୍ୟାଦା ରହିବ । ଜିଲ୍ଲା ଆଈନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ଏହି ଶିବିର ପରିଚାଳନା କରିଥିଲେ।

( ମ ନି ସ ) 

Related posts

ସାବିତ୍ରୀ ନାଏକ ନିଖୋଜ: ଖୋଜରେ ଅଛନ୍ତି ସମାଜିକ ସହଯୋଗ ବସନ୍ତପୁର ପଞ୍ଚାୟତ, କେନ୍ଦୁଝର ଜିଲ୍ଲା, ଝୁମ୍ପୁରା ବ୍ଲକ

Sunil Chandra Nayak

ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ) ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ପକ୍ଷରୁ ପ୍ରଥମ ବାର୍ଷିକ ଅଧିବେଶନ ତଥା ବର୍ଣ୍ଣାଢ଼୍ୟ ଉତ୍ସବ -୨୦୨୬ ମହାସମାରୋହରେ ଅନୁଷ୍ଠିତ 

Sunil Chandra Nayak

PRINCIPAL CHIEF COMMERCIAL MANAGER HOLDS REVIEW MEETING AND INSPECTION AT VISAKHAPATNAM

Sunil Chandra Nayak

Leave a Comment

error: Content is protected !!