ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, 2/7 : ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାଯର୍‌ୟରତ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡ଼ି କର୍ମଚାରୀମାନେ ଦାୟିତ୍ବ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦଶିର୍ତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବୋଲି ଜିଲ୍ଲା ମେଡିକାଲ ଅଫିସର ଡ଼ା. ବିଶ୍ବମ୍ବର ବେହେରା ପ୍ରକାଶ କରିଛନ୍ତି ସ୍ଥାନୀୟ ନଗର ଚିକିତ୍ସାଳୟର କର୍ମଚାରୀ ନିରଞ୍ଜନ ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ପ୍ରୋଭିଜିନାଲ୍‌ ପେନସନ୍‌ ସହିତ ଉପହାର ଦେଇ ସମ୍ମାନିତ କରିଥିଲେ ଏହି ଅବସରରେ ଜିଲା ସଂଘର ସମ୍ପାଦିକା ରେଣୁପ୍ରିୟା ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ ଏହି କାଯର୍‌ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଜିଲା ସଂଘର ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ, କୋଷାଧ୍ୟକ୍ଷ ଟୁନା ଜେନା, ଜି.ନରସିଂହ ରାଓ, ମମତା କୁମାର ନାୟକ (ବି), ବାବୁ ନାୟକ, ସୁକାନ୍ତ ନାୟକ ପ୍ରମୁଖ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଅବସର ନେଇଥିବା କର୍ମଚାରୀଙ୍କ ଦର୍ୀଘ ଜୀବନ କାମନା କରିଥିଲେ ଏହି ଅବସରରେ ରାଜ୍ୟ ହିନ୍ଦ ମଜଦୁର ସଭାର ଉପସଭାପତି ତଥା ବରିଷ୍ଠ ଉପଦେଷ୍ଟା ରବି ରଥ ଅବସର ଗ୍ରହଣ କରିଥିବା ନିରଞ୍ଜନ ସାହୁଙ୍କ ଦର୍ୀଘ ନିରାମୟ ଜୀବନ କାମନା କରିଥିଲେ  ।

ମସିହା ନିୟୂଜ୍ ସର୍ଭିସ୍ 

    

Related posts

ଉତ୍କଳ ଆଲୁମିନା ଓ ଏମଏସଏମଇ ସହଭାଗିତାରେ ବିକ୍ରେତା ବିକାଶ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ପୂଜାରୀଗୁଡା ଠାରେ ବିକଶିତ ଗାଁ ବିକଶିତ ଓଡିଶା ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

masiha

ଜିଲ୍ଲାରେ ସଂପୂର୍ଣ୍ଣତା ଅଭିଯାନର ଶପଥ ପାଠ 

masiha

Leave a Comment

error: Content is protected !!