ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

ରାଉରକେଲା/ ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାରର ନବ ନିର୍ବାଚିତ ସଦସ୍ୟ ମାନଙ୍କ ଶପଥ ଗ୍ରହଣ ଉତ୍ସବ ଆଦର୍ଶ ସାହିତ୍ୟ ଘରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ବିଦାୟୀ ସଭାପତି ଅଭୟ କୁମାର ଦାସ ସମସ୍ତ ନୂତନ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ଶପଥ ପାଠ କରିଥିବା ନୂତନ ସଦସ୍ୟ ମାନେ ହେଲେ ସଭାପତି ଚନ୍ଦ୍ରଶେଖର ଶତପଥୀ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ଉପସଭାପତି ଭାବେ ବାଉରୀବଂଧୁ ସାହୁ,ଡାକ୍ତର ବସନ୍ତ କୁମାର ଦାସ,ଡଃ ସନାତନ ପ୍ରଧାନ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସହ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ଦାଶ, ସଂପାଦକ ଭାବେ ଅଶୋକ କୁମାର ବଳ,ବିଜୟ କୁମାର ପାତ୍ର,କୋଷାଧ୍ୟକ୍ଷ ଟୁକୁଲା ପାଢୀ,ଗ୍ରନ୍ଥାଗାର ପରିଚାଳକ ମନୋଜ କୁମାର ପଣ୍ଡା, ସଭ୍ୟ ଭାବେ ପ୍ରଦୀପ କୁମାର ପଟ୍ଟନାୟକ,ଅନିଲ କୁମାର ମଲ୍ଲିକ,ଜ୍ୟୋତିରଂଜନ ମହାପାତ୍ର,ପ୍ରେମାନନ୍ଦ ସାମଲ,ଦୀନବଂଧୁ ରଥ, ବିଭୁତିଭୂଷଣ ବିଶ୍ବାଳ, ଅର୍ଚ୍ଚନା ମହାନ୍ତି,ଟି ଏସ ମଧୁସୂଦନ ଓ ଲୋକସମ୍ପର୍କ ଅଧିକାରୀ ଭାବେ କୁଞ୍ଜବିହାରୀ ରାଉତ ପ୍ରମୁଖ ଶପଥ ନେଇଥିଲେ । ଏହି ଅବସରରେ ପ୍ରାକ୍ତନ ସଭାପତି ଶ୍ରୀ ଦାସ ନୂତନ ସଭାପତି ଶ୍ରୀ ଶତପଥୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଲୋକସମ୍ପର୍କ ଅଧିକାରୀ ଶ୍ରୀରାଉତ ତାଙ୍କର କବିତା ସଂକଳନ ‘ସ୍ବାତିନକ୍ଷତ୍ରର ଶାମୁକା ‘ ସଭାପତି ଶ୍ରୀ ଶତପଥୀଙ୍କ ମାଧ୍ୟମରେ ଲାଇବ୍ରେରୀକୁ ଦାନ କରିଥିଲେ । ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ, ସଭ୍ୟ ଡାକ୍ତର ୟୁ ସି ଜେନା, ବବିତା ମହାପାତ୍ର,ରାଧାକାନ୍ତ ମିଶ୍ର, ପ୍ରେମାନନ୍ଦ ସାମଲ,ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ନିଜ ବକ୍ତବ୍ଯରେ ପାଠାଗାରକୁ ଗତିଶୀଳ ଓ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଅଶୋକ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅମୂଲ୍ୟ ଚରଣ ବରାଳ,କୈଳାଶ ଚନ୍ଦ୍ର ସାବତ, ସୁରେଶଚନ୍ଦ୍ର ମାଝୀ,ଉତ୍ତମ କୁମାର ସାମଲ,ସନ୍ତୋଷ ରଥ, ଅମରେନ୍ଦ୍ର ପଟ୍ଟନାୟକ, ଅମରେନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଗତମାସ ୨୫ତାରିଖ ଦିନ ଦ୍ବିବାର୍ଷିକ ସାଧାରଣ ସଭା ଓ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଭାବେ ବବିତା ମହାପାତ୍ର ଯୋଗଦେଇ ନୂତନ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ସୁକାନ୍ତ କୁମାର ବେଉରାଙ୍କ ଭାତ୍ରୁ ବିୟୋଗ 

masiha

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର

Sunil Chandra Nayak

ବିଶ୍ଵ ସ୍ପୋର୍ଟ୍ସ ଦିବସ ଅବସରରେ ସାଇକେଲ ରେଲି କରି ସଚେତନ କଲେ ମାରବାଡ଼ି ଯୁବାମଞ୍ଚ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort