ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ପୋଲିସ ର ସାମ୍ବାଦିକ ଙ୍କୁ ଆକ୍ରୋଶ ମୂଳକ ଗିରଫ ଦାବୀ ନେଇ ରାଜ୍ୟ ସାମ୍ୱାଦିକ ସଂଘର ପ୍ରତିବାଦ

ଢେ଼ଙ୍କାନାଳ(ମ ସୀ ହା)୧୩/୦୩_ ଭୁବନ ଅଂଚଳର ସାମ୍ବାଦିକ ରବିନ୍ ଦାସ ଙ୍କୁ ସ୍ଥାନୀୟ ପୋଲିସ ଆକ୍ରୋଶ ମୂଳକ ଭାବେ ମିଛ ଅଭିଯୋଗ ଆଧାରରେ ଗିରଫ କରିଛି।ସବୁ ଠାରୁ ଉଦବେଗଜନକ ବିଷୟ ହେଲା ଜଣେ ଜଘନ୍ୟ ଅପରାଧୀ ପରି ରବିନ ଭୁବନ ପୋଲିସ ଗିରଫ ପରେ ଚଲାଇ ଚଲାଇ ଥାନାକୁ ନେଇଛି। ରବିନ୍ ପଥର, ମୋରମ ଓ ବାଲି ମାଫିଆ ଏବଂ ଅସାଧୁ କବାଡି ବ୍ୟବସାୟୀଙ୍କ ବିରୁଦ୍ଧରେ ଖବର ପରିବେଷଣ କରୁଥିଲେ।ପୋଲିସର ଏହି ସବୁ ମାଫିଆ ମାନଙ୍କ ସହିତ ସଫାସୁତୁରା ଖବର ପ୍ରକାଶ ଯୋଗୁଁ ରବିନ ସେଠାର ପୋଲିସ ବାବୁ ଙ୍କ ଟାର୍ଗେଟ ରେ ଥିଲା।ରବିନ ଙ୍କ ଗିରଫଦାରୀ ଓ ତାଙ୍କ ପରି ଜଣେ ଦୁର୍ନୀତି ବିରୁଦ୍ଧରେ ଖବର ପରିବେଷଣ କରୁଥିବା ସାମ୍ବାଦିକ ପ୍ରତି ପୋଲିସର ଆକ୍ରୋଶ ଓ ଆଚରଣ ଏହା ମାଫିଆ ଙ୍କ ଦ୍ଵାରା ସଂଗଠିତ ହୋଇଛି ଏବଂ ଅନ୍ୟ ସାମ୍ବାଦିକ ମାନଙ୍କ ମନୋବଳ ଭାଙ୍ଗିବା ପାଇଁ ପୋଲିସ ଏ ପ୍ରକାର କ୍ଷମତା ର ଦୁରୁପଯୋଗ କରିଛି ବୋଲି “ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଓଡ଼ିଶା” ଅଭିଯୋଗ କରିଛି। ଏହି ଘଟଣାକୁ ଏସୟୁଜେ ପ୍ରତିବାଦ କରିବା ସହିତ ଯଥାଶୀଘ୍ର ରବିନ୍ ଙ୍କୁ ନିସର୍ତ ରେ ଖଲାସ କରିବାକୁ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ ଦାବି କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଆଜି ସମଗ୍ର ବିଶ୍ବ ପାଳନ କରୁଅଛି ବିଶ୍ୱଏଡସ୍ ଦିବସ -2024.

masiha

ସାହିତ୍ୟ ସଂସଦର ବର୍ଷା ଆସର ଓ ପୁସ୍ତକ ଉନ୍ମୋଚନ

ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!