ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ରଙ୍ଗତୂଳୀ କଳାକାର ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

 ମୟୂରଭଞ୍ଜ -୧୩/୩/୨୩ (ମସିହା) ରଙ୍ଗତୁଳୀ କଳାକାରଙ୍କ ଭୂମିକା ସମାଜରେ ଅନନ୍ୟ ଅବର୍ଣ୍ଣନୀୟ ।ରଙ୍ଗ ତୁଳସୀର ସ୍ପର୍ଶ କଥା କହେ ଅନେକ ଅକୁହା କଥା । କଳାର ସ୍ଥାନ ଅନନ୍ୟ ।ସେହି କଳାରଯାଦୁର ସ୍ପର୍ଶ ଦେଉଥିବା ରଙ୍ଗତୂଳୀ କଳାକାରଙ୍କ ଜୀବନ ,ଜିବିକା ଓ ସାମାଜିକ ସୁରକ୍ଷା ଆଜି ବିପନ୍ନ ।ଡିଜିଟାଲ ଯୁଗରେ କଳା ସଂସ୍କୃତି ହଜି ଓ ବୁଡି ଯାଉଛି ।ଚିତ୍ରକଳାକୁ ନେଇ ପ୍ରତିପୋଷଣ କରୁଥିବା କଳାକାର ପରିବାର ଆଜି ଭୋକ ଉପାସ ଦୁର୍ଦ୍ଦିନରେ, ଆର୍ଥିକ ଅନାଟନରେ ଜୀବନ କାଳାତିପାତ କରୁଛନ୍ତି ।କଳାର ସ୍ଥାନକୁ ଡିଜିଟାଲ ନେଉଛି ।ଯାହାଫଳରେ କଳାକାର କଳାବୃତ୍ତି ହରାଉଛି ।। ତେଣୁ କଳାକାର ଙ୍କ ଜୀବନ ଜୀବିକା କୁ ନେଇ ୧୧ ଦଫା ଦାବି ଆଜି ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ବାମନଘାଟୀ ରଙ୍ଗତୂଳୀ କଳାକାର ସଂଘ ପକ୍ଷରୁ ବାମନଘାଟୀ ଉପଖଣ୍ଡ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଲା ରଙ୍ଗତୂଳୀ କଳାକାରଙ୍କୁ ଚିହ୍ନଟ କରି ଶ୍ରମ ବିଭାଗ ଅଧିନରେ ପଂଜିକରଣ, ସ୍ବତନ୍ତ୍ର କଲ୍ୟାଣ ବୋର୍ଡ ଗଠନ, ଦୁର୍ଘଟଣା ଜନିତ ସହାୟତା, ମୃତ୍ୟୁ କାଳୀନ ସହାୟତା,ପେନସନ ଯୋଜନା,୫୦ ବର୍ଷ ପରେ ଅଆର୍ଥିକ ଦୁର୍ବଳ ରଙ୍ଗତୂଳୀ କଳାକାରଙ୍କୁ ୧୫୫,୦୦୦ ଟଙ୍କା ପେନସନ, ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ପେଣ୍ଟିଙ୍ଗ ଓ ସାଇନ୍ ବୋର୍ଡ଼ କାମରେ ଠିକାଦାରୀ ପ୍ରଥା ଉଠାଇ ସିଧାସଳଖ କାମ ଯୋଗାଇଦେବା,ରଙ୍ଗତୂଳୀ କଳାକାରଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜ୍ଞାପନରେ ଡିଜିଟାଲ ଓ୍ବାଲପେଣ୍ଟିଙ୍ଗ ଷ୍ଟିକର ସଂପୂର୍ଣ୍ଣ ଉଠାଇବା,, ବିଜ୍ଞାପନରେ ପରିବେଶ ଓ ଜିବୀକା ବିନାଶକାରୀ ଫ୍ଲେକ୍ସ ବ୍ୟବହାର ସଂପୂର୍ଣ୍ଣ ବାନ କରିବା,ତାଙ୍କ ପରିବାରକୁ ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବା,ରଙ୍ଗତୂଳୀ କଳାକାରଙ୍କ କର୍ମ ନିଯୁକ୍ତି ପାଇଁ ବିଧାନସଭାରେ ବଜେଟ ପ୍ରସ୍ତୁତ କରିବା,ରଙ୍ଗତୂଳୀ କଳାକାରଙ୍କ ପାଇଁ ଗୋଷ୍ଠୀ କର୍ମଶାଳା ଗୃହ ଯୋଗାଇଦେବା,ହାଇ ସିକ୍ଯୁରିଟି ନମ୍ବର ପ୍ଲେଟ ପ୍ରଚଳନ ଦ୍ବାରା ରୋଜଗାର ହରାଇଥିବା ନମ୍ବର ପ୍ଲେଟ ଆର୍ଟିଷ୍ଟଙ୍କୁ ବିକଳ୍ପ ରୋଜଗାର ବ୍ୟବସ୍ଥା ନଚେତ ପରିବାର ପ୍ରତିପୋଷଣ ପାଇଁ ମାସିକ ସର୍ବନିମ୍ନ ୨୦,୦୦ ଟଙ୍କା ଭତ୍ତା ଯୋଗାଇଦେବା ଦାବି ଇତ୍ୟାଦି। ଏଥିରେ ରାଜ୍ଯ ସାଧାରଣ ସଂପାଦକ ରଂଜନ ମିଶ୍ରଙ୍କ ସମେତ ବାମନଘାଟୀ ଉପଖଣ୍ଡ ରଙ୍ଗତୂଳୀ କଳାକାର ସଂଘ ସଭାପତି ଛୋଟରାୟ ବାସ୍କେ,ସଂପାଦକ ରତ୍ନାକର ପାତ୍ର,ସେକ ସାମସୁଦ୍ଦିନ,ସାକିଲା ଵାରିଷା ଟୁଡୁ ସମେତ ବହୁ ରଙ୍ଗତୂଳୀ କଳାକାର ଯୋଗ ଦେଇ ସେମାନେ ଜୀବନ ଓ ଜୀବିକାର ଉପରେ କିଭଳି ଦୁଇ କଷ୍ଟରେ କାଳାତିପାତ କରୁଛନ୍ତି କହିଥିଲେ । ଆଗାମି ଦିନରେ ସରକାର ଯଦି କିଛି ପଦକ୍ଷେପ ନ ନିଅନ୍ତି ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବେ ଓ ସରକାର ସେଥିପାଇଁ ଦାୟୀ ରହିବେ ବୋଲି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

masiha

ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଠିକାଦାରଙ୍କ ଧମକ ମାମଲା ଏସପିଙ୍କୁ ଭେଟିଲେ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା

Sunil Chandra Nayak

ଏମଏସଏମଇ ର ଜାତୀୟ କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!