ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବନ୍ୟା ବିପନ୍ନଙ୍କ ପାଖରେ ଆସିକା କଂଗ୍ରେସ,କମ୍ବଳ ଓ ଶାଢ଼ୀ ବଣ୍ଟନ , ୨-ଖାରିଆ ପଞ୍ଚାୟତରେ ଗୋଖାଦ୍ୟ ବଣ୍ଟନ

ବନ୍ୟା ବିପନ୍ନଙ୍କ ପାଖରେ ଆସିକା କଂଗ୍ରେସ,କମ୍ବଳ ଓ ଶାଢ଼ୀ ବଣ୍ଟନ

ଆସିକା :(୧୫/୧୧/୨୬)(ଶିବ ଶଙ୍କର ମିଶ୍ର ) ବନ୍ୟା ବିପତ୍ତିରେ ଜୀବନ ଓ ଜୀବିକା ହରାଇ ଦୁର୍ଦ୍ଦଶାରେ ଦିନ କାଟୁଥୁବା ଆସିକା ଅଞ୍ଚଳର ବିପନ୍ନ ପରି ରିବାରଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛି ଆସିକା କଂଗ୍ରେସ। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ବନ୍ୟା ପ୍ରଭାବିତ ଲୋକଙ୍କୁ କମ୍ବଳ ଓ ଶାଢ଼ୀ ବଣ୍ଟନ କରାଯାଇଛି। ଆସିକା ଲୋକସଭା ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସାଧାରଣ ସମ୍ପାଦକ ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୂର୍ବରୁ ପିସିସି ସଭାପତି ଭକ୍ତ ଚରଣ ଦାସ ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ଦୁର୍ଦ୍ଦଶା ଅନୁଧ୍ୟାନ କରିବା ପରେ ସେମାନଙ୍କ ସହାୟତା ନିମନ୍ତେ କମ୍ବଳ ଓ ଶାଢ଼ୀ ପଠାଇଥିଲେ। ଏହି ସାମଗ୍ରୀକୁ ଆଜି ଆସିକା କଂଗ୍ରେସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ବଣ୍ଟନ କରାଯାଇଥିଲା । ଆସିକା ବସଷ୍ଟାଣ୍ଡ, ଠାକୁରାଣୀ ସାହି ଓ ନବରନ୍‌ପୁର ଗ୍ରାମ ସମେତ ବିଭିନ୍ନ ବନ୍ୟା ପ୍ରଭାବିତ

ଅଞ୍ଚଳରେ ପହଞ୍ଚି ଅସହାୟ ପରିବାରଙ୍କୁ ଶାଢୀ଼ ଓ କମ୍ବଳ ପ୍ରଦାନ କରାଯାଇଥିଲା। ଏସହ ଆସିକା ପୌର ପରିଷଦର ୧୮ଟି ଓ୍ୱାର୍ଡ, ମଙ୍ଗଳପୁର ପଞ୍ଚାୟତ, ଦେବଭୂମି, ପାଟିଳି ଗୁଡ଼ା ଜଗ ନ୍ତି।ଥ ପଲ୍ଲୀ ଅଞ୍ଚଳରେ ହଜାର ହଜାର ବନ୍ୟା ପ୍ରଭାବିତଙ୍କୁ ଚୁଡ଼ା, ଚିନି, ପାଣି, ଫଳ ଓ ରନ୍ଧା ଖାଦ୍ୟ ସାମଗ୍ରୀ ଆଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିସିସି ଜିଲ୍ଲା ପ୍ରଭାରୀ ସତ୍ୟବ୍ରତ ନାୟକ, ଯୁବ ନେତା ପ୍ରିୟାଂଶୁ ପରିଡ଼ା, ଅଜିତ ମୁନି, ମାନସପୂର୍ଣ୍ଣ ଆଚାର୍ଯ୍ୟ, ଦୀପକ ଭୂୟାଁ, ଭବାନୀ ଭୂଷଣ ଦାସ, ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ ରାଉତଙ୍କ ସମେତ ଯୁବ ଓ ଛାତ୍ର କଂଗ୍ରେସର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ। ବିପଦ ଓ ଦୁର୍ଦ୍ଦିନରେ ବନ୍ୟା ବିପନ୍ନଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କ ଦୁଃଖରେ ସହଭାଗୀ ହେବା ଏବଂ ଆବଶ୍ୟକ ସହାୟତା ଯୋଗାଇଦେବା ହିଁ ଏହି ରିଲିଫ ବଣ୍ଟନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କଂଗ୍ରେସ ଟିମ୍ ପକ୍ଷରୁ କୁହାଯାଇଥିଲା

ଖାରିଆ ପଞ୍ଚାୟତରେ ଗୋଖାଦ୍ୟ ବଣ୍ଟନ

ଆସିକା :(୧୫/୧୧/୨୬)(ଶିବ ଶଙ୍କର ମିଶ୍ର ) ଆସିକା ଚଳିତ ‘ଅର୍ଣ୍ଣବ’ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଆସିକା ଅଞ୍ଚଳର ଗୋପାଳକମାନେ ବିଶେଷ ପ୍ରଭାବିତ ହୋଇଥିବାବେଳେ ଗୋସମ୍ପଦର ସୁରକ୍ଷା ଓ ଗୋଖାଦ୍ୟ ଅଭାବ ଦୂର କରିବା ଲକ୍ଷ୍ୟରେ ପ୍ରଶାସନ ଓ ପ୍ରାଣୀଧନ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ଏହି କ୍ରମରେ ଶନିବାର ଆସିକା ବ୍ଲକର ଖାରିଆ ଗ୍ରାମ ପଞ୍ଚାୟତରେ ଗୋପାଳକମାନଙ୍କୁ ଗୋଖାଦ୍ୟ ବଣ୍ଟନ କରାଯାଇଛି। ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଉପସ୍ଥିତ ରହି ଗୋପାଳକମାନଙ୍କୁ ଏହି ଗୋଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆତ୍ମାର ଅଧ୍ୟକ୍ଷ ବିଜୟ ସ୍ୱାଇଁ, ବ୍ଲକ ପ୍ରାଣୀଧନ ଚିକିତ୍ସକ ଡାକ୍ତର ସୁଧାଂଶୁ ବେହେରା, ଡାକ୍ତର ଆଶୁତୋଷ ଚୌଧୁରୀ, ଖାରିଆ ସରପଞ୍ଚ ଜୟନ୍ତୀ ସାହୁ, ଭଗବାନ ସାହୁ, ଫକୀର ଜେନା ଓ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ଜର ରଞ୍ଜୁକ୍ତା ସ୍ୱାଇଁ ସ୍ଵାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତଥିଲେ । ସୂଚନାଯୋଗ୍ୟ ଆସିକା ପୌର ପରିଷଦ ସମେତ ବ୍ଲକର ୧୨ଟି ପଞ୍ଚାୟତ ଋତରେ ମୋଟ ୧୪.୫ ୪.୫ ମେଟ୍ରିକ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଉଛି। ଏଥୁମଧରୁ ଆସିକା ପୌର ପରିଷଦ ଅଞ୍ଚଳ ପାଇଁ ୨୫୦୦ କିଲୋଗ୍ରାମ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ ଅବଶିଷ୍ଟ ଗୋଖାଦ୍ୟ ବିଭିନ୍ନ ପଞ୍ଚାୟତର ଗୋପାଳକଙ୍କୁ ବଣ୍ଟନ କରାଯାଉଛି। ଏହା ସହିତ ପଞ୍ଚାୟତର ସାଧାରଣ ଜନସାଧାରଣଙ୍କୁ ଚାଉଳ ମଧ୍ୟ ବଣ୍ଟନ କରାଯାଇଥିଲା । ବନ୍ୟା ପରବର୍ତ୍ତୀ ସମୟରେ ଗୋଖାଦ୍ୟର ଅଭାବ ଗୋପାଳକଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଥିବାବେଳେ ପ୍ରାଣୀଧନ ବିଭାଗର ଏହି ସହାୟତା ସେମାନଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଦେବ ବୋଲି ଆଶା କରାଯାଉଛି। ବିପର୍ଯ୍ୟୟ ସମୟରେ ମଣିଷ ସହ ଗୋସମ୍ପଦର ସୁରକ୍ଷାକୁ ଗୁରୁତ୍ଵ ଦେଇ ଏଭଳି ପଦକ୍ଷେପକୁ ସାଧାରଣରେ ସ୍ଵାଗତ କରାଯାଇଛି।

Related posts

ବହୁବିଧ ସେବା ପାଇଁ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ରଙ୍କୁ ସବୁଠି ପ୍ରଶଂସା 

masiha

ଟିକିରି ସହକାରୀ ଉଚ୍ଚ ବିଦ୍ଯାଳୟର ବାଷିର୍କ ୪୩ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ନୀଳଗିରି ଗଛ କଟାକୁ ନେଇ ଭାଇ ଭଉଣୀ ମଧ୍ୟରେ ବିବାଦ ଘଟଣା ପହଞ୍ଚିଲା ଥାନାରେ

masiha

Leave a Comment

error: Content is protected !!