ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସବିତା ରାୟ ମେମୋରିଆଲ ତରଫରୁ ଆଲୋଚନାଚକ୍ର

ସବିତା ରାୟ ମେମୋରିଆଲ ତରଫରୁ ଆଲୋଚନାଚକ୍ର 

ରାଉରକେଲା: ରାଉରକେଲାର ସ୍ବନାମଧନ୍ୟ ଶିକ୍ଷୟତ୍ରୀ ସ୍ବର୍ଗତା ସବିତା ରାୟଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସବିତା ରାୟ ମେମୋରିଆଲ ଆନୁକୂଲ୍ୟରେ ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମରେ ଏକ ବେଦାନ୍ତ ଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତ୍ରିବେଣୀ ୱେଲଫେୟାର କମିଟିର ସଭାପତି ହୃଷୀକେଶ ବଳିୟାର ସିଂହ ମୁଖ୍ୟ ଅତିଥି, ହରିହର ଶତପଥୀ ସମ୍ମାନିତ ଅତିଥି,ଡ଼ ବ୍ରହ୍ମାନନ୍ଦ ନାଏକ ଅନ୍ୟତମ ସମ୍ମାନିତ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଉମାକାନ୍ତ ପଣ୍ଡା ଯୋଗଦାନ କରିଥିଲେ l ଉପସ୍ଥିତ ଅତିଥିଗଣ ଛାତ୍ରଛାତ୍ରୀଙ୍କ ମାନସିକତା ତଥା ଆବଶ୍ୟକତାକୁ ଅନୁଧ୍ୟାନ କରି ଗତ ଚାରି ବର୍ଷ ହେଲାଣି ସାମର୍ଥ୍ୟମତେ ଶିକ୍ଷା କ୍ଷେତ୍ରରେ ଦେଇ ଚାଲିଥିବା ହେତୁ ସଂଗଠନର ଆବାହକ ଶ୍ୟାମ ସୁନ୍ଦର ଜେନାଙ୍କର ଏହି ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ l ମୁଖ୍ୟବକ୍ତା ଡ଼ ପଣ୍ଡା ନିଜର ବକ୍ତବ୍ୟରେ ବେଦ ବେଦାନ୍ତର ବିଭିନ୍ନ କଥାବସ୍ତୁକୁ ଉଦାହରଣ ମାଧ୍ୟମରେ ଉପସ୍ଥାପନ କରିଥିଲେ l ପ୍ରାରମ୍ଭରେ ସବିତା ରାୟ ମେମୋରିଆଲର ଆବାହକ ଶ୍ୟାମସୁନ୍ଦର ଜେନା ସଂଗଠନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଏବଂ ଭବିଷ୍ୟତରେ କିଛି ବୁଦ୍ଧିଜୀବିଙ୍କୁ ସାମିଲ କରି ସେମାନଙ୍କ ମାର୍ଗଦର୍ଶନରେ ସମାଜରେ ଉଚିତ ଶିକ୍ଷା ପାଇପାରୁନଥିବା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ କରିବ ବୋଲି ମତ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀ ଜେନା ଗୁରୁକୁଳ ଆଶ୍ରମର ପିଲାମାନଙ୍କ ପାଇଁ ପଙ୍ଖା ଦାନ କରିଥିଲେ l କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ଦାସ ପରିଚାଳନା କରିଥିବା ବେଳେ ସର୍ବଜୀତ ଜେନା ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମଧୁସୂଦନ ସାହୁ, ସଞ୍ଜୁ ବରୁୱ।, ଟିକେଶ୍ଵର ପ୍ରଧାନ, କ୍ଷେତ୍ରବାସୀ ଧଳ, ରଘୁନାଥ ଜେନା, ସୁଶାନ୍ତ ରାୟ, ସୁବାସ ନାଏକ, ନମିତା ନାଏକ, ଶାନ୍ତିଲତା ବଳିୟାର ସିଂହ, ମେଘମାଳା ଦାସ, ଗୀତାଞ୍ଜଳି ସାହୁ, ଦେବଯାନୀ ଜେନା, ଶେଫାଳୀ ମଣ୍ଡଳ, ମିଲି କରନ, ସୁଜାତା ମଣ୍ଡଳ, ରୂପଶ୍ରୀ ଦାସ, ପି ଚଲପତି ରାଓ, ପ୍ରସନ୍ନ ପାଢ଼ୀ, ବାଚସ୍ପତି ଆଶ୍ଚର୍ଯ୍ୟ, ପି ଦାସ, ଅମିନ ଏକ୍କା, ରୀତା ଦେହୁରୀ, ଵଵି ପାଢ଼ୀ, ପ୍ରଦୀପ ପାତ୍ର, କିଶୋର କୁମାର ଓଝା, ଅମିତା ଦାସ, ପ୍ରଭାସ ଜେନା, ରଣଜୀତ ମଣ୍ଡଳ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ଶ୍ରମିକ ଦିବସ ଅବସରରେ ବାଲୁକା କଳା

masiha

ଶୁଭାରମ୍ଭ ହେଲା ଡିଫାଇନ୍ କଳାହାଣ୍ଡିର ସଦସ୍ୟତା ଅଭିଯାନ

masiha

ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ର ‘ଅଲ୍ ଇତୁନ ଆଶ୍ରା” ଆନୁକୁଲ୍ୟରେ ମୁକ୍ତ ଅଲଚିକି ଲିପି ଶିକ୍ଷା ଶୁଭାରମ୍ଭ

Leave a Comment

error: Content is protected !!