ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ଆଢ଼ୁଆଳରେ ଦାବକାନି ପ୍ରାଥମିକ ବିଦ୍ୟାଳୟ

ପ୍ରଶାସନ ଆଢ଼ୁଆଳରେ ଦାବକାନି ପ୍ରାଥମିକ ବିଦ୍ୟାଳୟ

ଭଙ୍ଗା ଦଦରା ଶ୍ରେଣୀ ଗୃହରେ ଚାଳିଛି ପାଠପଢ଼ା

 ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଶିକ୍ଷା ବିଭାଗ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦାବକାନି ଶ୍ରେଣୀ କୋଠରୀ ଜରାଜୀର୍ଣ୍ଣ ହୋଇ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିଲେ ମଧ୍ୟ ଶ୍ରେଣୀ କୋଠରୀ ଅଭାବ ରୁ ଛାତ୍ରଛାତ୍ରୀ ମାନେ ବିପଦ ସଂକୁଳ ଅବସ୍ଥା ରେ ପାଠପଢୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ମାନେ ବାରମ୍ବାର ଶିକ୍ଷା ବିଭାଗ ଓ ବ୍ଳକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ ଅଭିଭାବକ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁସାରେ ଦାବକାନି ସ୍କୁଲ ସର୍ବ ପୁରାତନ ସ୍କୁଲ ହୋଇଥିବା ବେଳେ ଏଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ରହିଛି। ରାଜ୍ୟ ସରକାର ନୂତନ ଭାବରେ ଏବର୍ଷ ଶିଶୁ ବାଟିକା କୁ ସଂଯୋଗ କରିଥିବା ବେଳେ ବର୍ତ୍ତମାନ ନାମ ଲେଖା ଚାଳିଛି। ବର୍ତ୍ତମାନ ସ୍କୁଲରେ ୩୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପିଲା ସଂଖ୍ୟା ଅନୁପାତରେ ଦୁଇ ଟି ମାତ୍ର ଶ୍ରେଣୀ ଗୃହ ଥିବା ରୁ ପାଠପଢା ରେ ବ୍ୟାଘାତ ସୃଷ୍ଟି ହେଉଛି। ଗୋଟିଏ ଶ୍ରେଣୀ ଗୃହ ଜିରାଜୀର୍ଣ୍ଣ ଅବସ୍ଥା ରେ ଥିବା ବେଳେ ସ୍କୁଲ ଛାତ ଖସି ନ ପଡିବା ପାଇଁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅସ୍ଥାୟୀ ଦୁଇ ଟି ପିଲର ନିର୍ମାଣ କରାଯାଇଛି। ସେହି ଛାତ ତଳେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବୀ କରିଛନ୍ତି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଆମ ପରିବାରର ପ୍ରଥମ ବଂଧୁ ମିଳନ 

masiha

ରାୟଗଡ଼ା ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ

masiha

ଗର୍ତ୍ତରେ ବୁଡି ବାଳକ ମୃତ 

Sunil Chandra Nayak

Leave a Comment

error: Content is protected !!