ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ବିଭାଜିକାରେ ଅନିମିୟତା ଅଭିଯୋଗ   

ଜଳ ବିଭାଜିକାରେ ଅନିମିୟତା ଅଭିଯୋଗ   

କାମାକ୍ଷାନଗର (ମନିସ)10/10/25 — ସାମ୍ନାକୁ ଆସିଲା ଜଳ ବିଭାଜିକା ରେ କେଳେଙ୍କାରୀ।ଏଠି ସରକାରଙ୍କ ଆଇନ କୁ ଫୁ କରି ଯୋଜନା ନାମରେ ଗରିବ ଚାଷୀ ଙ୍କ ପେଟରେ ଲାତ ଦେଇ ହଡପ ହୋଇଛି ଲକ୍ଷାଧିକ ଟଙ୍କା। ଏବେ ଫସିବେ ଜଳବିଭାଜିକା ସମ୍ପାଦକ ଏବଂ ଜଣେ କୁ ଚକ୍ରାନ୍ତ କାରି ମେମ୍ବର । ସତ୍ୟ ସାମ୍ନାକୁ ଆସିବାପରେ ଜେଲ ଯିବା ଭୟରେ ହିତାଧିକାରୀଙ୍କୁ ଗୋଡ଼ ହାତ ଧରି ଏବେ ଫେରେଇଲେଣି ହଡପ କରିଥିବା ଟଙ୍କାଏବେ ଲୋକ କହିଲେଣି.। ସ୍ଥାନୀୟ ଲୋକ ମାନେ କଲେ କାର୍ଯ୍ୟାନୁଷ୍ଠାନ ଦାବି। ଏପରି ଏକ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦେହୁରୀହତା ଓ ଜରଡ଼ା ଜଳ ବିଭାଜିକା କମିଟି ରେ। ଜିଲ୍ଲାପାଳ ଙ୍କ ଗ୍ରୀଭିଆନ୍ସ ରେ ଅଭିଯୋଗ ହେବାପରେ ଚାଲିଛି ତଦନ୍ତ। ଏହି ଦୁଇ ଗ୍ରାମ ରେ ୧୦୯ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ସି. ସିଞ୍ଚାଇ ଯୋଜନାରେ ପ୍ରତେକ ଚାଷୀଙ୍କୁ ମିଳିଥିଲା ୧୬ ହଜାର ଟଙ୍କା ।ସରକାର ଙ୍କୁ ଫେରାଇ ଦେବାପାଇଁ ୧୧ହଜାର ଟଙ୍କା ଲେଖାଏଁ ଫେରାଇ ଦେବା କହି ଜଳ ବିଭାଜିକା ସଭାପତି ଓ ସମ୍ପାଦକ ଠକାମୀ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ପ୍ରାଥମିକ ତଦନ୍ତ ରେ ୪୭ ହିତାଧିକାରୀ ଙ୍କବୟାନ ନେଇଥିଲେ ତଦନ୍ତ କାରି ଟିମ । ସେଥିରୁ ୨୦ ଉର୍ଦ୍ଧ ଚାଷୀ ଠକାମୀ ର ଶିକାର ହୋଇ ଛନ୍ତି ବୋଲି ଗଣମାଧ୍ୟମ ରେ ସ୍ପଷ୍ଟ କଲେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ କଳ୍ପବ ଟ ବେହେରା। ସମ୍ପୂର୍ଣ ତଦନ୍ତ ପରେ ଦୃଢ଼ କା୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା କାରାଗାର ଠାରେ କେରମ ଓ ଚେସ ପ୍ରତିଯୋଗିତା

Sunil Chandra Nayak

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୪ ପାଇଁ କୋର କମିଟି ବୈଠକ

masiha

ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗରୁ ଧାନ ସଂଗ୍ରହ ଆରମ୍ଭ

masiha

Leave a Comment

error: Content is protected !!