ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନେଗିଗୁଡା ଫୁଟବଲ ଚାମ୍ପିୟନସିପ, ବଗାଡ଼ ଦଳ ଚାମ୍ପିୟନ

ନେଗିଗୁଡା ଫୁଟବଲ ଚାମ୍ପିୟନସିପ, ବଗାଡ଼ ଦଳ ଚାମ୍ପିୟନ

କୋକସରା,୨୩/୧ // କୋକସରା ବ୍ଲକ ସାନ ପୋଡ଼ାଗୁଡା ନେଗିଗୁଡା ଖେଳ ପଡ଼ିଆରେ ଠାରେ ମା ଭଣ୍ଡାର ଘରଣୀ କ୍ଲବ ଆନୁକୂଲ୍ୟରେ ଫୁଟବଲ୍ ଚାମ୍ପିୟନସିପ ଫାଇନାଲ ଖେଳ ଶନିବାର ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ବଗାଡ଼ ଓ ଡ଼ହଗାଁ ଫୁଟବଲ୍ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୨-୧ ଗୋଲରେ ବଗାଡ଼ ଦଳ ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ୍ ହୋଇଛି। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ରାଜୀବ ଖମାରି, ୱାର୍ଡ଼ ସଭ୍ୟ ବାଲେକ ଖମାରି, ରମଣୀ ବାଗ, ଟେକାନ୍ତି ଗୋପାଳ ଯୋଗଦେଇ ଉଭୟ ବିଜେତା ବଗାଡ଼ ଓ ଉପବିଜେତା ଡହଗାଁ ଦଳକୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ତାପସ କୁମାର ଦାସ ଓ କ୍ଷୀରସିନ୍ଧୁ ବାଣୁଆ ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଭୂପେନ୍ଦ୍ର ଗୋପାଳ, ଜଗମୋହନ ମାଝୀ ଲଇନମେନ ରହିଥିଲେ। ମା ଭଣ୍ଡାର ଘରଣୀ କ୍ଳବ ସଭାପତି ଗୋମଲାଲ ଗୋପାଳ, ଚୈତନ୍ୟ ବାଗ, ମଦନ ନାଗ, ହଳଧର ବାଗ, ଉମା ଶଙ୍କର ଗୋପାଳ, କହ୍ନେଇ ବାଗ, ବିପିନ ବିହାରୀ ଗୋପାଳ, ରାହାସ ଗୋପାଳ, ମହେନ୍ଦ୍ର ନାଗ, ସୁବାସ ଚନ୍ଦ୍ର ଗୋପାଳ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଫାଇନାଲ ଫୁଟବଲ ଖେଳ ଦେଖିବାକୁ ପଡ଼ିଆରେ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ମ.ରାମପୁର ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ // ମହିଳା ବିଭାଗରେ ମ.ରାମପୁର ଓ ପୁରୁଷ ବିଭାଗରେ ମୁଡ଼ିଂ ଚମ୍ପିଅନ୍‌

Sunil Chandra Nayak

ଜାତୀୟ ସ୍ତରରେ ପ୍ରତିଭା ଦେଖାଇଲେ କାମାକ୍ଷାନଗର ଝିଅ ବନ୍ଦନା , ହାସଲ କରିଲେ ରୌପ୍ୟ ପଦକ

Sunil Chandra Nayak

ଦୁଇଦିନିଆ ଫୁଟବଲ୍ ଟୁର୍ଣାମେଣ୍ଟ ,ଭଟାଙ୍ଗ ଚମ୍ପିୟାନ ନର୍ଲା ରନସ୍ଅଫ

Sunil Chandra Nayak

Leave a Comment

error: Content is protected !!