ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ରାଇରଙ୍ଗପୁର ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା

 ମୟୂରଭଞ୍ଜ- ୧୮/୮ ( ମସିହା)ରାଜ୍ୟ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ରାଇରଙ୍ଗପୁର ବ୍ଳକ କଂଗ୍ରେସ କମିଟି ତରଫରୁ ୯ ଦଫା ଦାବି ନେଇ ରାଜ୍ୟ ପିସିସି ସଦସ୍ୟ ତଥା ରାଇରଙ୍ଗପୁର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀଙ୍କ ନେତୃତ୍ୱରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ କରାଯାଇଥିଲା ।ଦାବି ଗୁଡ଼ିକ ମଧ୍ୟରେ ବ୍ଳକରେ ମାତ୍ରାଧିକ ପିସି କାରବାର,ଆବାସ ଯୋଜନାରେ ପ୍ରିୟାପ୍ରିତି ପୋଷଣ ଓ ଶାସକ ଦଳର କର୍ମିଙ୍କୁ ଅଗ୍ରାଧିକାର, ପେଟ୍ରୋଲ,ଡିଜେଲ,ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି,ବେକାରୀ ବୃଦ୍ଧି,ଦାଦନ ବୃଦ୍ଧି,ସ୍କୁଲ ଓ ଡାକ୍ତରଖାନାରେ ଶିକ୍ଷକ, ଡାକ୍ତର, କର୍ମଚାରୀ ଅଭାବ,୫ ଟି ସ୍କୁଲ ଓ ଡାକ୍ତରଖାନାରେ ନିମ୍ନମାନର କାମ ,ନାରୀ ନିର୍ଯାତନା,କୃଷିମାରଣ ନୀତି, ଆଦିବାସୀ,ପଛୁଆ ବର୍ଗ ମାରଣନୀତି,ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ, ଜମିକୁ ଜଳସେଚିତ କରିବା,୨,୨୬,୫୫୯ ଖାଲିଥିବା ସରକାରୀ ପଦବୀ ପୂରଣ,ଶିଳ୍ପ ପ୍ରତିଷ୍ଠା ଉପରେ ନେତୃବୃନ୍ଦ ସରକାର ଙ୍କ ବିରୋଧରେ ଗର୍ଜିଥିଲେ ।ପରେ ଦଳୀୟ କର୍ମୀ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭିଡିଓ ଶ୍ରୀ ସାଗର ମୁର୍ମୁ ଙ୍କୁ ୯ ଦଫା ଦାବି ସମ୍ବଳିତ ଲିଖିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।ପରେ ବିଡ଼ିଓଙ୍କ ସହ ରାଇରଙ୍ଗପୁର ବ୍ରତରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ ।ବିଡିଓ ସେମାନଙ୍କ ସମସ୍ୟାକୁ ଗୁରୁତ୍ବ ଦେବେ ବୋଲି କହିଥିଲେ ।ଦଳୀୟ କର୍ମୀ ହେଲେ ଅଶୋକ ଅଗ୍ରୱାଲ,ବସନ୍ତ ପଟ୍ଟନାୟକ,ରଜତ ମହାନ୍ତି,କିଶୋର ମହାନ୍ତ,କିଶୋର ଦାସ,ଦୁଖିଆରାମ ଵେଶ୍ରା, ବିଶିଷ୍ଟ ସ୍ତମ୍ଭକାର ଲଳିତ ମହାନ୍ତ, ,ରୂପକ ମହାନ୍ତି,ଯାନେଶ୍ୱର ଅବତାର, ସିମାଲ ମାଝୀ,ଵିରେଶ ମହାନ୍ତ,ମହାନନ୍ଦ ବାରିକ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ଦିର୍ଘବର୍ଷ ପରେ ଦଳୀୟ କର୍ମି ଏକାଠି ହୋଇଥିବାରୁ କରନ୍ତି ମହଲରେ ଆନନ୍ଦ ଓ ଯୋସ ଖେଳି ଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜୁନ୍ ୧ରୁ ଆମ୍ ଆଦମୀ ପାର୍ଟି ଓଡିଶାରେ ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ : ସାଂସଦ ସଞ୍ଜୟ ସିଂହ

ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ଓ ଛାତ୍ର ସମ୍ମୀଳନୀ

Sunil Chandra Nayak

ବଣିଜରାରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!