ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସାମ୍ବାଦିକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଓଡିଶା ସାମ୍ବାଦିକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଭବାନିପାଟଣା/ ଓଡ଼ିଶା ସାମ୍ବାଦିକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ କେସିଙ୍ଗା ତ୍ସିତ ଆର ଏମ ସି ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି. ସଂଘ ଉପ ସଭାପତି ସନ୍ତୋଷ ପ୍ରଧାନ ସ୍ଵାଗତ ଭାଷଣ ଓ ମଂଚ ପରିଚାଳନା କରିଥିବା ବେଳେ ଜିଲା ସଭାପତି ନିରୋଜ ପଟନାୟକ ଅଧକ୍ଷତା କରିଥିଲେ. ମୁଖ୍ୟ ଅତିଥି ଭାବେ କେସିଙ୍ଗା ଏନ୍ ଏ ସି ନଗର ପାଳ ନୃପରାଜ ଯାଦବ,ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ୍ ସୁଶାନ୍ତ ପାଢୀ ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତୁମେଶୃର ସାହୁ ଯୋଗ ଦେଇ ସାମ୍ବାଦିକ ମାନଙ୍କ ଏକତା, ନିଜର ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ. ସମ୍ବାଦ ସବୁବେଳେ ନିରପେକ୍ଷ ହେବା ସହ ଖବର ର ହେଡ ଲାଇନ ଆକର୍ଷଣୀୟ ହେବା ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ. କ୍ରୀଡା ଶିକ୍ଷକ ନବୀନ ନାୟକ, ଓ ସଫଳ ଚାଷୀ ଭୀମସେନ୍ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ନୂତନ ଭାବେ ଯୋଗ ଦେଇଥିବା ବିକାଶ ପ୍ରଧାନ, ଆର୍ ପ୍ରଧାନ, କାର୍ତିକ ନନ୍ଦ ଙ୍କୁ ଉପଢୌକନ ଦେଇ ସ୍ୱାଗତ୍ କରାଯାଇଥିଲା. ଏହା ପରେ କର୍ମକର୍ତ୍ତା ନିର୍ବାଚନ ରେ ସନ୍ତୋଷ ପ୍ରଧାନ, ମଧୁ ସିନ୍ଦୁର ଉପ ସଭାପତି ଓ ତୁମେଶୃର ସାହୁ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ. ଶେଷରେ ମଧୁ ସିନ୍ଦୁର ଧନ୍ୟବାଦ ଅର୍ପଣ କରିଥିଲେ।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର କନ୍ଦରସିଙ୍ଗା ଗ୍ରାମରେ ଐତିହାସିକ ପଞ୍ଚଦୋଳ ଯାତ୍ରା

Sunil Chandra Nayak

ଏସଡିପିଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

masiha

ନେତୃତ୍ଵ ଉପରେ ତାଲିମ 

Sunil Chandra Nayak

Leave a Comment

error: Content is protected !!