ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାରି ବର୍ଷର ଝିଅକୁ ଧର୍ଷଣ କରି ମାରିଦେଇ ଜଙ୍ଗଲରେ ଫିଙ୍ଗି ଦେଲା ଯୁବକ

ଚାରି ବର୍ଷର ଝିଅକୁ ଧର୍ଷଣ କରି ମାରିଦେଇ ଜଙ୍ଗଲରେ ଫିଙ୍ଗି ଦେଲା ଯୁବକ

ପାଇକମାଳ ଅଞ୍ଚଳରେ ଘଟିଛି ଏକ ଅମାନୁଷିକ ଘଟଣା । ଜଣେ ଯୁବକ ଚାରି ବର୍ଷର ଝିଅ କୁ ଧର୍ଷଣ କରି ସାରି ମାରିଦେଇ ଜଙ୍ଗଲ ରେ ଫୋଫାଡ଼ି ଦେଇ ଥିବା ଘଟଣା ସାମ୍ନା କୁ ଆସିଛି। ପାଇକମାଳ ଥାନା ଅନ୍ତର୍ଗତ ସୋଢା ଗ୍ରାମରେ ଘଟିଛି ଏହି ଭଳି ଏକ ଘଟଣା । ପ୍ରାପ୍ତ ସୂଚନା ଅନୁଯାୟୀ ବୁକୁରାମୁଣ୍ଡା ମହୁଲପାଲି ଗ୍ରାମର ପ୍ରଶାନ୍ତ ବରିହା ତିନି ଦିନ ଆଗରୁ ସୋଢା ଗ୍ରାମର ଉପେନ୍ଦ୍ର ବରିହାଙ୍କ ଘରକୁ ଧାନ କାଟିବା ପାଇଁ ଆସିଥିଲେ । ଘଟଣା ଦିନ ଉପେନ୍ଦ୍ର ଓ ତାଙ୍କ ସାନ ଭାଇ ସାଙ୍ଗରେ ସକାଳୁ ପ୍ରଶାନ୍ତ ବହୁ ମାତ୍ରାରେ ମଦ ପିଇ ଥିଲା । ସେଠୁ ଆସି ଉପେନ୍ଦ୍ରର ଚାରି ବର୍ଷର ଝିଅ ସହ ଆଉ ଦୁଇ ଜଣ ଛୋଟ ପିଲା କୁ ଧରି ମାଛ ମାରି ଯିବା ବୋଲି କହି ନେଇ ଯାଇଥିଲା । ବାଟରୁ ସାଙ୍ଗରେ ଥିବା ଦୁଇ ପିଲାକୁ ଘରକୁ ପଠାଇ ଚାରି ବର୍ଷର ଝିଅକୁ ସୋଢା ଗ୍ରାମର ପଠାରୀ ଡୁଙ୍ଗୁରିକୁ ନେଇଯାଇ ସେଠାରେ ଧର୍ଷଣ କରି ଚାରି ବର୍ଷର କନ୍ୟାକୁ ପଥରରେ ମୁଣ୍ଡକୁ ଛେଚି ମାରିଦେଇ ଜଙ୍ଗଲରେ ପକାଇ ଦେଇଥିଲା । ଝିଅ ନଥିବା ଦେଖି ଘରଲେକ ଖୋଜା ଖୋଜି ଆରମ୍ଭ କରିଥିଲେ । ପ୍ରଶାନ୍ତ କୁ ପଚାରିବାରୁ ମୁଁ ତାକୁ ଅଧା ବାଟରୁ ଘରକୁ ପଠେଇ ଦେଇଥିଲି ବୋଲି କହିଥିଲା । ପରବର୍ତ୍ତୀ ସମୟରେ କଉ ଜାଗାରେ ଛାଡିଲୁ ବୋଲି ବାରମ୍ବାର ପଚାରିବାରୁ ପ୍ରଶାନ୍ତ ଉତ୍ତରରେ ତାଳ ମେଲ ନ ରହିବାରୁ ତାକୁ ଚାଲ କଉଠୁ ଛାଡ଼ିଛୁ ଦେଖେଇବୁ ବୋଲି ଗାଁ ଲୋକ ନେଇ କି ଯାଇଥିଲେ । କିଛି ସମୟ ଲୋକଙ୍କୁ ଏପଟ ସେପଟ ବୁଲେଇବା ପରେ ଘଟଣା ସ୍ଥଳକୁ ନେଇ ଦେଖାଇ ଥିଲା ପ୍ରଶାନ୍ତ  । ପରେ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ବେହେରା ଘଟଣା ବିଷୟରେ ଜାଣି ପାଇକମାଳ ଥାନାକୁ ଖବର ଦିଆଯାଇଥିଲା । ଖବର ପାଇ ପ୍ରଥମେ ପାଇକମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାନ୍ତ କୁ ପାଇକମାଳ ଥାନାକୁ ଆଣିଥିଲା । ପରେ ପଦ୍ମପୁର , ଜଗଦଲପୁର,ଝାରବନ୍ଧ ଥାନା ଅଧିକାରୀ ଙ୍କ ସହ ପଦ୍ମପୁର SDPO ଭିଭୂତି ଭୂଷଣ ଭୋଇ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟୀ ମୀନା , asp ଶ୍ରୀ ମିଶ୍ର ଓ ସାଇନଟିଫିକ୍ ଟିମ୍ ପହଞ୍ଚି ଘଟଣା ର ତଦନ୍ତ କରିଥିଲେ । ଏନେଇ ପାଇକମାଳ ଥାନାରେ କେଶ ସଂଖ୍ୟା ୨୮୮/୨୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜରିରହିଛି ଏବଂ ପ୍ରାଥମିକ ତଦନ୍ତ ସରିବା ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଇଛି ବୋଲି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଭୋଇ ସୂଚନା ଦେଇଛନ୍ତି ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଗ୍ରାହକ ସେବାକେନ୍ଦ୍ରରୁ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

masiha

୫୦ ଗ୍ରାମ୍ ହେରୋଇନ୍ ଜବତ ସହିତ ଦୁଇଜଣଙ୍କୁ ଗିରଫ କଲା ରାଉରକେଲା ପୋଲିସ୍

ଦେଶୀ ମଦ ଜବତ: ୨ ଗିରଫ୍ 

masiha

Leave a Comment

error: Content is protected !!