ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ 

ନବରଙ୍ଗପୁର, ୦୧/୦୫ ( ମସିହା ) ସ୍ଥାନୀୟ ବୈଭବ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଶ୍ରମିକମାନଙ୍କ ପାଇଁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଈନ ସଚେତନା ଶିବିର ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଜିଲ୍ଲା ଆଈନ ସେବା ପ୍ରାଧିକରଣର ନବରଙ୍ଗପୁରର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ଅଣସଂଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଈନ ଓ ସହାୟତା ସମ୍ପର୍କରେ ବୁଝାଇଥିଲେ ଓ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଈନ ଏବଂ ତାହାର କିପରି ଭାବେ ପ୍ରଣୟନ ହୋଇଥିଲା ସେ ନେଇ ଆଲୋକପାତ କରିଥିଲେ, ଆଇନଜିବୀ ଶ୍ରୀ ରାଜ କିଶୋର ନାଗ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ସହାୟତା ବିଷୟରେ ଅବଗତ କରାଇଥିଲେ । ଅନ୍ୟାନ୍ୟ ଅତିଥି ରୂପେ ରାଜମିସ୍ତ୍ରୀ ସଂଘର ସଭାପତି ଶ୍ରୀ ସିରାଜ ଆହମେଦ ଏବଂ ଉପସଭାପତି ଶ୍ରୀ କୃପା ପାତ୍ର ଗରଡା ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ସଂଘଠିତ ଏବଂ ଅଣ ସଂଘଠିତ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମାମୁଁ ଘରକୁ ବୁଲିବା ହେଲା କାଳ : ଡ୍ୟାମରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ବିଜୁ ଏକ୍ସପ୍ରେସ ୱେ ରେ ପୁଣି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଟ୍ରାକ୍ଟର ଚାଳକ

Sunil Chandra Nayak

୧- ଜନ ଆକ୍ରେଶ ମହିଳା ସମାବେଶ ରାଲି , ୨-ଗାରିଡି ପଞ୍ଚାୟତର ବିଏଫଟି କର୍ମଚାରିଙ୍କୁ ବଦଳି ପାଇଁ ବିଡ଼ିଓଙ୍କୁ ଭେଟିଲେ ଗାରିଡି ବାସି 

Leave a Comment

error: Content is protected !!