ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାକିଲାଡିହି- ବିକାଶ ନଗର ରାସ୍ତା ବିପର୍ଯ୍ୟସ୍ତ ନେଇ ସାମ୍ବାଦିକଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ସାକିଲାଡିହି- ବିକାଶ ନଗର ରାସ୍ତା ବିପର୍ଯ୍ୟସ୍ତ ନେଇ ସାମ୍ବାଦିକଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

 ମୟୂରଭଂଜ – ୨୦-୦୬ —  ସାକିଲାଡିହି- ବିକାଶନଗର ୨.୫ କିମି ରାସ୍ତା ରାଇରଙ୍ଗପୁର ସହର ଓ ରାଇରଙ୍ଗପୁର ବ୍ଳକ ପାଇଁ ଅତ୍ୟନ୍ତ ଗୁରୁତ୍ବପୁର୍ଣ ରାସ୍ତା ମଧ୍ୟରୁ ଅନ୍ୟତମ ।ଏହି ରାସ୍ତା ରାଇରଙ୍ଗପୁର ପୌରାପାଳିକା କାର୍ଯ୍ୟାଳୟରୁ ରାଇରଙ୍ଗପୁର ଵ୍ଳକର ଦୁବୁଲାଵେଡା- ପୁରୁଣା ପାଣି ପ୍ରଧାନମନ୍ତ୍ରୀ ରାସ୍ତାକୁ ସଂଯୋଗ କରିଛି ।ତଦସହ ଏହି ରାସ୍ତା ଗୋରୁମହିଷାଣୀ ଏବଂ ୨୨୦ ନମ୍ବର ବିୟଓ୍ବାଡା- ରାଞ୍ଚି ଜାତୀୟ ରାଜପଥକୁ ସଂଯୋଗ କରିଛି ।ରାଇରଙ୍ଗପୁର ବ୍ଳକର ୫ ଟି ପଞ୍ଚାୟତ ଏବଂ ବହଳଦା ବ୍ଳକର ୫ ଟି ପଞ୍ଚାୟତବାସୀଙ୍କ ପାଇଁ ଏହା ଲାଇଫ ଲାଇନ ଭାବେ ପରିଚିତ ।ଅଁଳାଯୋଡ଼ି ରେଳ ଷ୍ଟେସନ,ଶହୀଦ ଗୁଣ୍ଡୁରିଆ ସ୍ମାରକୀ ସ୍ଥଳ,ପଣ୍ଡିତ ରଘୁନାଥ ମୁର୍ମୁ ଐତିହ୍ୟ ଗ୍ରାମ,ଵାଇଦାପୋଷୀ ନୂତନ ଷ୍ଟାଡିୟମ,ଗ୍ରାମ୍ୟ ଉନ୍ନୟନ ବିଭାଗ,ଦୁବୁଲାବେଡା ହାଇସ୍କୁଲ,ଗୋରୁମହିଷାଣୀ ଲୌହାଞ୍ଚଳ, ଗୋରୁମହିଷାଣୀ- ସାନମୌଦା ଆଦର୍ଶ ସ୍କୁଲ, ଗୋରୁମହିଷାଣୀ ଏକଲବ୍ୟ ସ୍କୁଲ,ଗୋରୁମହିଷାଣୀ ସିଟି ସ୍କୁଲ୍,ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଗୋରୁମହିଷାଣୀ ଆଇରନ କଲେଜକୁ ଯିବା ଆସ କରନ୍ତି ଦୈନିକ ହଜାର‌ ହଜାର ଲୋକ ।ରାଇରଙ୍ଗପୁର ପୌରପାଳିକା ରୁ ୨.୫ କିମି ଦୂର‌ ସାକିଲାଡିହି – ବିକାଶନଗର ରାସ୍ତା ଖାଲ ଖମାଲରେ ଭର୍ତି ।ବର୍ଷା ହେଲେ ରାସ୍ତା ଵେହାଲ ।ଖରା ହେଲେ ଗେଟି ପଥର ବାହାରି ଥିବା ଯୋଗୁଁ ଯିବା ଆସିବା କଷ୍ଟକର ହୋଇ ପଡ଼ିଛି ।ସ୍କୁଲ,ପରିବହନ ଗାଡ଼ି,ସାଇକେଲ,ବାଇକ, ପଥଚାରୀମାନେ, ଛାତ୍ରଛାତ୍ରୀ,ଫେରିବାଲା,ରୋଗୀ, ଆମ୍ବୁଲାନ୍ସ ଗୁଡିକ ଯିବା ଆସିବାରେ ଅସୁଵିଧା ସମ୍ମୁଖୀନ ହେବା ସହ ଛୋଟବଡ ଦୁର୍ଘଟଣାର ଶିକାର‌ ହେଉଛନ୍ତି ।ଦିର୍ଘ ବର୍ଷ ହେଲା ମରାମତି ହେଉ ନ ଥିବାରୁ ସମସ୍ତଙ୍କର ଗମନାଗମନର ଅସୁଵିଧା ଘଟୁଛି ।ରାସ୍ତାର ବିଭିନ୍ନ ପାର୍ଶ୍ବରେ ଖାଲ ସୃଷ୍ଟି ହୋଇଥିବାବେଳେ ରାସ୍ତା ପାର୍ଶ୍ବ ଓ ମଝିରେ କାଦୁଅ ଭର୍ତି ହୋଇ ପଡ଼ିଛି ।ବଡ଼ ଗାଡ଼ି ଛଡା ସାଇକେଲ କି ବାଇକ କି ଚାଲିକି ଯିବା କଷ୍ଟକର ହୋଇପଡୁଛି ।ରାସ୍ତାର ଅବସ୍ଥା ସାଂଘାତିକ ଯନ୍ତ୍ରଣାଦାୟକ ହୋଇ ପଡ଼ିଛି ବୋଲି ସାକିଲାଡିହି ଓ ବିକାଶ ନଗର ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।ବର୍ତ୍ତମାନ ରାସ୍ତାର ବିଭିନ୍ନ ପାର୍ଶ୍ବରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ବର୍ଷାପାଣି ଜମି ରହୁଛି ।ଏହି ରାସ୍ତାରେ ୧୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଦୈନିକ ରାଇରଙ୍ଗପୁର ସହରକୁ ସରକାରୀ,ବେସରକାରୀ, କଚେରୀ, ବେପାର ବାଣିଜ୍ୟ,ଡାକ୍ତରଖାନା,ସ୍କୁଲ,କଲେଜକୁ ଯିବା ଆସିବା କରିଥାନ୍ତି ।ଵିଭିନ୍ନ ଦୃଷ୍ଟି କୋଣରୁ ରାଇରଙ୍ଗପପୁର ସହର ଏବଂ ବ୍ଳକର ବିଭିନ୍ନ ପ୍ରାନ୍ତରୁ ରାସ୍ତା ପଡ଼ିଥିବାରୁ ହଜାର ହଜାର ଲୋକେ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି ।ଅଂଚଳ ବାସୀଙ୍କ ଗମନାଗମନ ବୃହତ୍ତର ସ୍ୱାର୍ଥକୁ ନେଇ ସାମ୍ବାଦିକ ଅକ୍ଷୟ ବିଶ୍ବାଳ ରାଇଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ସାକିଲାଡିହି- ବିକାଶନଗର୨.୫ କିମି ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଗୁହାରୀ କରିଛନ୍ତି ।

 ମୟୂରଭଂଜ ରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବର୍ଡ଼ର କଲେଜ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

masiha

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

masiha

କୋଇଡା ରେ ‘ସିଟୁ” ତରଫରୁ ବିଶିଷ୍ଟ ବାମପନ୍ଥୀ ନେତା ସୀତାରାମ ୟେଚୂରୀଙ୍କ ଅକାଳ ବିୟୋଗରେ ଶୋକସଭ

masiha

Leave a Comment

error: Content is protected !!