ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଆ ଏକ ମନ୍ଦିରର ଅଡିସନ

ମାଆ ଏକ ମନ୍ଦିରର ଅଡିସନ

ରାଉରକେଲା: ରାଉରକେଲା ର ସାମାଜିକ ଅନୁଷ୍ଠାନ ଉପହାର ତରଫରୁ ଆୟୋଜିତ ଶୁଭମ୍ ସିନେ ପ୍ରଡକ୍ସନ ଦ୍ଵାରା ପ୍ରସ୍ତୁତ ଓଡ଼ିଆ ସିନେମା “ମାଆ ଏକ ମନ୍ଦିର ର ଅଡିସନ ସେକ୍ଟର ୨୦ ସ୍ଥିତ କଳିଙ୍ଗ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଡିସନ ରେ ଓଡ଼ିଆ ,ହିନ୍ଦୀ ,ବେଙ୍ଗଲି ସିନେମା ର ଜଣାଶୁଣା ନିର୍ଦ୍ଦେଶକ ଡକ୍ଟର ମାଧବ ଚନ୍ଦ୍ର ପରିଡା ଓ ସତ୍ୟବ୍ରତ ଓଝା ବିଚାରକ ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପାଖାପାଖି ୮୦ ଜଣ କଳାକାର ନିଜର ପ୍ରତିଭା ଦେଖାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପହାର ର ସଭାପତି ସୂର୍ଯ୍ୟକାନ୍ତ ସାହୁ ,ଲୋକସମ୍ପର୍କ ଅଧିକାରୀ ରାଜଲକ୍ଷ୍ମୀ ପ୍ରଧାନ,ରେଜିଷ୍ଟ୍ରାର ବିଜୟ କୁମାର ଦାସ, ଯୁଗ୍ମ ସମ୍ପାଦକ ଚିତ୍ତରଞ୍ଜନ ସେଠୀ,କାର୍ଯ୍ୟକାରୀ ସଭାପତି ଚିନ୍ମୟ ପତି ,ସସ୍ମିତା ପରିଡା , କ୍ରୀଡା ସମ୍ପାଦକ ପ୍ରଫୁଲ୍ଲ ଜେନା, ବାବୁ ପରିଡା, ସଞ୍ଜୀବ ଏବଂ ପୁଷ୍ପ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧୦ ଦଫା ଦାବିରେ ଡାକ କର୍ମଚାରୀ ଙ୍କ ବିକ୍ଷୋଭ 

Sunil Chandra Nayak

ଖାଦ୍ୟ ଅନ୍ୱେଷଣ ରେ ଆସି ପରିତ୍ୟକ୍ତ କୂଅରେ ପଡିଲା ଭାଲୁ, ଅକ୍ଷତ ଅବସ୍ଥାରେ ଭାଲୁ ଉଦ୍ଧାର କଲେ ବନ କର୍ମଚାରୀ

ଚାଷୀପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

masiha

Leave a Comment

error: Content is protected !!