ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗତ ରାତ୍ରି ରୁ ଦୁର୍ଘଟଣା କାର ଜଗନ୍ନାଥ ମନ୍ଦିର ନିକଟରେ ପଡ଼ିରହିଛି:ଦୁର୍ଘଟଣା ସ୍ଥାନରୁ ଡ୍ରାଇଭର ଫେରାର

ଗତ ରାତ୍ରି ରୁ ଦୁର୍ଘଟଣା କାର ଜଗନ୍ନାଥ ମନ୍ଦିର ନିକଟରେ ପଡ଼ିରହିଛି:ଦୁର୍ଘଟଣା ସ୍ଥାନରୁ ଡ୍ରାଇଭର ଫେରାର

ନବରଙ୍ଗପୁର:(୨୧|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଜଗନ୍ନାଥ ମନ୍ଦିର ନିକଟରେ ଗତ ରାତ୍ରରେ ଡ୍ରାଇଭର ଭାରସାମ୍ୟ ହରାଇ ଲ୍ୟାମ୍ପ କାନ୍ଥ ରେ ବାଡ଼େଇ ହୋଇ ଜଗନ୍ନାଥ ମନ୍ଦିର ବାଉଣ୍ଡ୍ରୀ ରେ ବାଡ଼େଇ ହୋଇ ଯାଉଥିବା ପୂର୍ବ ପଟର ଗାଡି ରାସ୍ତା ଉପରେ ବୁଲି ପଶ୍ଚିମ ଦିଗ ଆଡ଼କୁ ବୁଲି ଯାଇଛି l ଗାଡି ଟି ସୁଇପିଟି କାର ଓ ଡି ୨୪କେ ୯୩୩୩ ନମ୍ବର ରହିଛି l ରାତ୍ରି ର ଘଟଣା ହୋଇଥିଲେ ହେଁ ଆଜି ଡାବୁଗାଁ ର ସାପ୍ତାହିକ ହାଟ ରହିଥିବା ବେଳେ ଗାଡି ମାଲିକ ଏ ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ଦେଇ ନାହିଁ l ରାତ୍ରିରେ ଦୁର୍ଘଟଣା ଘଟି ଥିବାରୁ କାର ଟି ରାସ୍ତା ଉପରେ ପଡି ରହି ଥିଲା l ଆଜି ସକାଳେ କେତେ ଲୋକ ଙ୍କ ଦ୍ଵାରା କାର ଟିକୁ ଠେଲା ଠେଲି କରି ଗାଡି ଯିବା ପାଇଁ ରାସ୍ତା କରି ଥିଲେ l ଗାଡିଟି ଚାଲିବା ପରିସ୍ଥିତିରେ ନାହିଁ l ଉକ୍ତ ଗାଡିର ମାଲିକ ତୁରନ୍ତ ଥାନାରେ ଲିଖିତ ଅଭିଯୋଗ ଦେଇ ଉକ୍ତ ସ୍ଥାନରୁ କାର କୁ ସ୍ଥାନାନ୍ତର କରାଗଲେ ମନ୍ଦିର ସାମନା ଟି ଦୁର୍ଘଟଣା ମୁକ୍ତ ରହିବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି l ଏଣୁ ତୁରନ୍ତ କାର କୁ ସ୍ଥାନାନ୍ତର କରାଯାଉ l ( ମ ନି ସ )

Related posts

ନିଶାଶକ୍ତ ଟ୍ରକ୍ ଡ୍ରାଇଭରଙ୍କ ଉନ୍ମୁକ୍ତ କାଣ୍ଡ ଯୁବକ ଉପରେ ମାଡିଯାଇ ୨ ଟି ଘରେ ଚଢ଼ିଗଲା ଗ୍ୟାସ ବୋଝେଇ ଟ୍ରକ, ଜଣେ ମୃତ

Sunil Chandra Nayak

ସାଇ ମନ୍ଦିରରୁ ଚୋରି, ମୂଲ୍ୟବାନ ଅଳଙ୍କାର କିରଟି ସହ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟ

କ୍ରସର ମାଲିକ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା। ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ….

masiha

Leave a Comment

error: Content is protected !!