ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ଏନ୍ ଏ ସି ଅଧକ୍ଷ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଜୁନାଗଡ ଏନ୍ ଏ ସି ଅଧକ୍ଷ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଜୁନାଗଡ଼,୧୬/୭(ମ ନି ସ)ଜୁନାଗଡ ଏନ୍ଏସି ଅଧ୍ୟକ୍ଷ ମୁକେଶ୍ ଅଗ୍ରୱାଲ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିଜେଡି ର ଉପାଧ୍ୟକ୍ଷl ଙ୍କ ସହ ୯ଜଣ ପlରିଷଦ l ସୂଚନା ମତେ ଜୁନାଗଡ ଏନ୍ ଏ ସି ଅଧ୍ୟକ୍ଷ ମୁକେଶ୍ ଅଗ୍ରୱାଲ ଙ୍କ ଜନ ହିତକର କାର୍ଯ୍ୟ କଳାପ ରେ ଅସନ୍ତୋଷ ରହିଥିଲେ ବିଜେଡି ର ୧୦ ଜଣ ପlରିଷଦ I ଏଥିନେଇ ଏକ କାଉନସିଲ ବୈଠକ କରାଯାଇ ଅଧ୍ୟକ୍ଷ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କରାଯାଇଥିଲା l ଅନାସ୍ଥା ପ୍ରସ୍ତାବ କରିଥିବା ବିଜେଡି ର ୯ ଜଣ ପରିଷଦ ଉପାଧକ୍ଷl ହିଁମାଦ୍ରୀ ନାଏକ ଙ୍କ ନେତୃତ୍ଵରେ କଳାହାଣ୍ଡି ଜିଲ୍ଲା ପାଲ୍ ପି ଅନ୍ଵେଷl ରେଡି ଙ୍କୁ ଭେଟି ରିଜୋଲୁସନ ଚିଠା ପ୍ରଦାନ କରିଛନ୍ତି l ଏହି ପ୍ରସ୍ତାବ ନେଇ ଜିଲ୍ଲା ପାଲ୍ ଙ୍କୁ ଆବଶ୍ୟକୀୟ ପଦକ୍ଷେପ ଏବଂ ପୌର ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ପାଇଁ ଅନୁରୋଧ କରାଯାଇଥିବା ଜଣାଯାଇଛି l ଏହି ପ୍ରସ୍ତାବ ଆଗତ ନେଇ ପlରିଷଦ ଗୋପାଳ ଚନ୍ଦନ, ସଚିନ ଅlନ୍ଦାନୀ, କାହ୍ନୁ ବୈଠାରୁ, ପୁଷ୍ପାଞ୍ଜଳି ଦଣ୍ଡସେନା, କୁନି ଶବର, ଭୂପେନ୍ଦ୍ର ଦଣ୍ଡସେନା, ମୀନତି ମାଝୀ, ଚକ୍ର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି ଅନାସ୍ଥା ପ୍ରସ୍ତାବ ନେଇ ଏନ୍ଏସି ଅଧକ୍ଷ ମୁକେଶ୍ ଅଗ୍ରୱାଲ ଙ୍କ ପ୍ରତିକ୍ରିୟା ନେବାରୁ ମତେ ଜନତା ଜନାର୍ଦନ ଅଧକ୍ଷ ଭାବେ ବିପୁଳ ଭୋଟ ଦେଇ ନିର୍ବାଚିତ କରିଛନ୍ତି, ହେଲେ ବିଜେଡ଼ି ର ପlରିଷଦ ମାନେ ଜୁନାଗଡ ବିକାଶ କାମରେ ସହଯୋଗ କରୁନାହାନ୍ତି ଏବଂ ଦୁର୍ନୀତି ପାଇଁ ପ୍ରବତାଉଛନ୍ତି ଏବ୍ଂ ବିନା କାରଣ ରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି l ଆଗାମୀ ଦିନ ରେ ଜୁନାଗଡ ର ଜନତା ଉଚିତ ଜାବାବ ଦେବେ ବୋଲି ସେ ପ୍ରକାଶ କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାପଡ଼ା ବାରିମୂଳ ଜେଲ ରେ ଥିବା ଅନ୍ତେବାସୀ ମାନଙ୍କୁ ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ ତରଫରୁ ମାଗଣା ରେ ଉଦ୍ୟଗ ବିକାଶ ମହମ ବତୀ, ଫିନାଇଲି,ଅଗର ବତୀ ତାଲିମ ପ୍ରଦାନ

masiha

ଧର୍ମଗଡ: ବର୍ଡ଼ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଙ୍କେରୀରେ ସାହିତ୍ୟ ଆଲୋଚନା ଚକ୍ର

masiha

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

masiha

Leave a Comment

error: Content is protected !!