ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦାଣ୍ଡବୋଷ ରାସ୍ତା ପାର୍ଶ୍ବ ଘର ଉପରେ ଚଢ଼ିଗଲା ଟ୍ରକ; ବୃଦ୍ଧା ମୃତ; ଉତ୍ୟକ୍ତ ଲୋକଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ

ଦାଣ୍ଡବୋଷ ରାସ୍ତା ପାର୍ଶ୍ବ ଘର ଉପରେ ଚଢ଼ିଗଲା ଟ୍ରକ; ବୃଦ୍ଧା ମୃତ; ଉତ୍ୟକ୍ତ ଲୋକଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ

 ମୟୂରଭଞ୍ଜ – ୬/୦୭ ( ମସିହା) ଦିନକୁ ଦିନ ଅମାନିଆ ଡ଼୍ରାଇଭର ଯୋଗୁଁ ରାସ୍ତାରେ ଦୁର୍ଘଟଣା ଯିବା ସହ ବହୁ ଧନ ଜୀବନ ନଷ୍ଟ ହେଉଛି । ସୂଚନାଯୋଗ୍ୟ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର ଠାରୁ ମାତ୍ର ୪ କିମି ଦୂର ଦାଣ୍ଡବୋଷ ରାସ୍ତା ପାର୍ଶ୍ବରେ ଏକ ମାଟି,ଇଟା କାନ୍ଥ ଘର ଉପରେ ଟାଟା ଆଡୁ ଯଶିପୁର ଆସୁଥିବା ଖାଲିଡାଲା ୧୬ ଚକିଆ ଟ୍ରକ ଆଜି ଭୋର ୪ ଟା ପାଖାପାଖି ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଟ୍ରକଟି ରାସ୍ତା ପାର୍ଶ୍ବ ଘର ଉପରେ ଚଢ଼ି ଯାଇଥିଲା ।ଘରେ କଟିବାରେ ଶୋଇଥିବା ଜଣେ ବୃଦ୍ଧାଙ୍କ ଉପରେ କାନ୍ଥ ଧଷିକି ପଡ଼ିବା ସହ ଟ୍ରକଟି ଚଢି ଯାଇଥିଲା । ଘଟଣାସ୍ଥଳରେ ବୃଦ୍ଧାଙ୍କ ର ମୃତ୍ୟୁ ହୋଇଥିଲା ।ପରିବାରର ଅନ୍ୟ ସଦସ୍ୟ ବୃନ୍ଦ ଅଳ୍ପକେ ବର୍ତ୍ତିଛନ୍ତି ।ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ଟାଉନଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ, ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିବା ସହ ପରିବାରଙ୍କୁ ସାନ୍ତ୍ଵନା ଦେଇଛନ୍ତି। ସରକାରଙ୍କ ଗାଇଡ ଲାଇନ ଅନୁସାରେ ଯାହାକିଛି ସରକାରୀ ସାହାଯ୍ୟ ଅଛି ତାହାକୁ ପୂରଣ କରାଯିବ ବୋଲି ବୁଝାସୁଝା କରୁଛନ୍ତି ।କ୍ଷତି ପୂରଣ ଦାବିରେ ପରିବାର ବର୍ଗ ଏବଂ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।ମୃତକ ହେଲେ କମଳା ପାତ୍ର (୬୫) ।କମଳାଙ୍କ ପୁଅ ଯୋଗେନ୍ଦ୍ର ପାତ୍ର ଜଣେ ଭିନ୍ନକ୍ଷମ ବ୍ୟକ୍ତି । ପରିବାର ସଦସ୍ୟ କ୍ଷତିପୂରଣ ସହ ଏକ ଘର ପାଇଁ ଦାବି କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଲି ବୋଝେଇ ହାଇୱା ଜବତ 

ଆସିକା ମଙ୍ଗଳପୁର ଗ୍ରାମରେ ଠେଙ୍ଗା ମାଡରେ ବାପା, ମା ଓ ଦୁଇ ଭାଇ ଗୁରୁତର

ଲୁଟ ଅଭିଯୋଗରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

masiha

Leave a Comment

error: Content is protected !!