ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଥୀ ର ପରିବେଶ ସଚେତନତା ସାଇକେଲ ରାଲି 

ସାଥୀ ର ପରିବେଶ ସଚେତନତା ସାଇକେଲ ରାଲି 

ରାଉରକେଲା: ସାମାଜିକ ଅନୁଷ୍ଠାନ ସାଥୀ, କ୍ଲିନ୍ ଆଣ୍ଡ ଗ୍ରୀନ ଓ ମିସନ ସଣ୍ଡେ ତରଫରୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଉପଲକ୍ଷେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ସାଥୀ ର ସଭାପତି ଆଇନଜୀବୀ ସଦାନନ୍ଦ ସାହୁ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ରାଲି ସେକ୍ଟର ୭/୧୭ ଛକରୁ ବାହାରି ଆମ୍ବାଗାନ ଛକଠାରେ ସମାପ୍ତ ହୋଇଥିଲା। ଏଥିରେ ପ୍ରାୟ ୨୦୦ଜଣ ଅଂଶଗ୍ରହଣ କରି ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଆମ୍ବାଗାନ ଛକଠାରେ ଆପୋଲୋ ହସ୍ପିଟାଲର ଡାକ୍ତର ମିଲନ ଶତପଥୀ, ଡାକ୍ତର ଦିପ୍ତୀରଞ୍ଜନ ତ୍ରିପାଠୀ, ଅର୍ବାନ ବ୍ୟାଙ୍କର ସଭାପତି ଦିଲ୍ଲିପ ମହାପାତ୍ର, କ୍ଲିନ୍ ଆଣ୍ଡ ଗ୍ରୀନ ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ସମାଜସେବୀ ଡ ସୁମନ ଦତ୍ତ, ଶ୍ରମିକ ନେତା ରମେଶ ସେଠୀ ପ୍ରମୁଖ ବକ୍ତବ୍ୟ ରଖି ପରିବେଶ ସୁରକ୍ଷା ସମ୍ପର୍କୀତ ବକ୍ତବ୍ୟ ରଖିଥିଲେ। ବକ୍ତାମାନେ ପ୍ରଦୂଷଣ ନକରିବା, ପ୍ଲାଷ୍ଟିକ ବ୍ୟବହାର ନକରିବା କିମ୍ବା କମ କରିବା, ସବୁଜ ବଳୟ ସୃଷ୍ଟି କରିବା, ଏସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ଅପର୍ଣ୍ଣା ରାଉତରାୟ ଓ ଅନ୍ୟ ୩ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଶେଷରେ ସାଥୀ ର ସାଧାରଣ ସମ୍ପାଦକ ରଜନୀକାନ୍ତ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଣ୍ଡିରୁ ଧାନ ଉଠା ଯାଉନଥିବାରୁ ପ୍ରତିବାଦ ସ୍ୱରୂପ ଚାଷିଙ୍କ ରାସ୍ତା ରୋକ, ପାପଡାହାଣ୍ଡି ରୁ ଉମରକୋଟ ରାସ୍ତା 2ଘଣ୍ଟା ଅବରୋଧ

Sunil Chandra Nayak

ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

masiha

କୋଶଲି କୁଇନ୍ କବୟିତ୍ରୀ ମୀରାଵାଈ ମହାନ୍ତି ପାଣିଗ୍ରାହୀ

Sunil Chandra Nayak

Leave a Comment

error: Content is protected !!