ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉଦଯାପିତ 

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉଦଯାପିତ 

ଶେଷ ସନ୍ଧ୍ୟାରେ ଢୋଲ ନିଶାନ ବଜାସାଲ ନୃତ୍ୟ ରେ ଦୁଲୁକିଲା ମଞ୍ଚ…

ଧର୍ମଗଡ ଠାରେ ଗତ ୧୫ ତାରିଖ ଠାରୁ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେଉ ଥିବା ଜିଲ୍ଲା ସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ଘୁମରା-୨୦୨୪ ର ଗତକାଲି ଥିଲା ଉଦଯାପନୀ ସନ୍ଧ୍ୟା । ଉଦଯାପନୀ ସନ୍ଧ୍ୟା ରେ ବଜାସାଲ ର ଗୁଁଭା ମନ୍ଦାର ଗୀତ ରେ ଦର୍ଶକ ଝୁମୀ ଉଠି ଥିଲେ । ଧର୍ମଗଡ଼ ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ତଥା ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲୋକ ଉତ୍ସବ ର ଅନ୍ତିମ ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାଏକ, ଧର୍ମଗଡ ନଗରପାଳ ଅଶୋକ ମହାନ୍ତି, ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲ, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟଯୋଷୀ, ଜୟ ପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ,ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡି ର କଳା ସଂସ୍କୃତି ଅନନ୍ୟ ଏହାର ତୁଳନା ନାହି ବୋଲି କହିବା ସହ ଜିଲ୍ଲା ରେ କଳାକାର ଭରପୁର ହୋଈ ରହିଛନ୍ତି ଖାଲି ସେମାନଙ୍କ ପ୍ରତିଭା ର ପରିପ୍ରକାଶ ର ଆବଶ୍ୟକତା ରହିଛି ଏବଂ ଏହି ଉତ୍ସବ ଏହାକୁ ପ୍ରସ୍ପୁଟିତ କରିବାରେ ବେଶ ସହାୟକ ହେବ ବୋଲି କହିଥିଲେ । ସାମର୍ଥ୍ୟ ଦୃଷ୍ଟି ହିନ ସଂଘ, ଘୋଟିଆ ର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସଭା କୁ ଅଧ୍ୟାପକ ଲିଙ୍ଗରାଜ ପାତ୍ର ପରିଚାଳନା କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ମାଧବ ଲହଜଲ ପରିଚାଳନା କରିଥିଲେ ।

ସାଂସ୍କୃତିକ ସନ୍ଧ୍ୟାରେ ମହାରାଷ୍ଟ୍ର ର ଲାଓନି ନୃତ୍ୟ,ହେଲୋ କିଡସର ଦିଶା ଅଗ୍ରୱାଲ,ସନ୍ତଲାଲ ଶବର, ଜୁନାଗଡ଼ ଘୁଡକା ନାଚ,ଆସାମର ବିହୁ, ଧର୍ମଗଡ଼ ବଜାଶାଲ, ହରିୟାଣା ପରାଗ, ଜୁନାଗଡ଼ ରଞ୍ଜନ ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ସୁଗମ ସଙ୍ଗିତ, ମାଁ ଡୋକରୀ କଳାପରିଷଦ ପ୍ରଦର୍ଶିତ ହୋଇଥିଲା।ସାଂସ୍କୃତିକ ସନ୍ଧ୍ୟାକୁ , ସଂଜୀବ ମୁଣ୍ଡ,ମାନସ ରଞ୍ଜନ ମୁଣ୍ଡ , ପ୍ରଶାନ୍ତ ପଣ୍ଡା, ଗୋପାଳ ମେହେର, ଗୋବର୍ଦ୍ଧନ ବାଗ ଓ ପ୍ରାଞ୍ଜଳ ଠାକୁର ପରିଚାଳନା କରିଥିଲେ। ଉତ୍ସବ କମିଟି ପକ୍ଷରୁ ଅର୍ଥ କମିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, କୋର କମିଟି ସଦସ୍ୟ ସୁବାଷ ପାଣିଗ୍ରାହୀ, ଭବାନୀ ଚରଣ ଦାସ, ନିରଞ୍ଜନ ମହାପାତ୍ର, ବିଦ୍ୟାଧର ସାହୁ, ସାମ୍ୱାଦିକ ବିରଞ୍ଚି ନାରାୟଣ ଜାଲ, କ୍ଷୀରୋଦ କୁମାର ବାଗ, ଇଙ୍ଗିତ ପଣ୍ଡା, ପୂର୍ବ ନଗର ପାଳ ସୁଶ୍ରୀ ହୀରା ବାଗ ଓ ଅନ୍ୟମାନେ ଉତ୍ସବ ଆୟୋଜନ ରେ ସହଯୋଗ କରିଥିଲେ । ଉତ୍ସଵ ମଞ୍ଚରେ ତିନି ଦିନ ପୂଜା ପାଇବା ପରେ ମା ଭଣ୍ଡାର ଘରଣୀ ଙ୍କ କଳସକୁ ଏକ ଶୋଭାଯାତ୍ରାରେ ମନ୍ଦିରକୁ ଅଣାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବଚାଷୀ ଓ ଅଞ୍ଚଳବାସୀଙ୍କ ଦାବୀ

Sunil Chandra Nayak

ଜେଏମଏମ ର ଅସନା ପଞ୍ଚାୟତ କୋମିଟୀ ଗଠିତ

Sunil Chandra Nayak

ରାଇରଙ୍ଗପୁରରେ “ଓଡିଶା ବନାଞ୍ଚଳ ଉନ୍ନୟନ ଦ୍ୱିତୀୟ ପର୍ଯ୍ୟାୟ ” ପ୍ରକଳ୍ପ ବାର୍ଷିକ ସମୀକ୍ଷ୍ୟା ବୈଠକ 2022-23 ଅନୁଷ୍ଠିତ  

Sunil Chandra Nayak

Leave a Comment

error: Content is protected !!