ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସୋଳରେ ପଞ୍ଚାୟତ ସ୍ତରୀୟ ଆଲୋକୀକରଣ ବ୍ୟବସ୍ଥା ର ନଗ୍ନ ଚିତ୍ର।ରାସ୍ତା ଘାଟ ରେ ବିଜେ କରୁଛି ଅନ୍ଧକାର

ରାସୋଳରେ ପଞ୍ଚାୟତ ସ୍ତରୀୟ ଆଲୋକୀକରଣ ବ୍ୟବସ୍ଥା ର ନଗ୍ନ ଚିତ୍ର।ରାସ୍ତା ଘାଟ ରେ ବିଜେ କରୁଛି ଅନ୍ଧକାର 

ଢେଙ୍କାନାଳ /ହିନ୍ଦୋଳ –  ସାତ ହଜାର ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାସୋଳ ଗ୍ରାମ ପଞ୍ଚାୟତ ର ଦୁଇ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ତଥା ଜନବହୁଳ ସ୍ଥାନ ରାସୋଳ ବଜାର ବନାମ ମହାଲକ୍ଷ୍ମୀ ବଜାର ଓ ତେଲି ଭୁଇଁ ବଜାର ବନାମ ବିଷ୍ନୁ ବଜାର ରେ ଫେଲ୍ ମାରିଛି ଆଲୋକୀକରଣ ବ୍ୟବସ୍ଥା।କେବଳ ଦେଖା ସୁନ୍ଦରୀ ବଉଳି ଗାଇ ଭଳି ଜନସାଧାରଣ ଙ୍କୁ ଆଖି ଠାର ମାରି ବିକାଶ ପଥରେ ଗାଁ ବୋଲି ଡବଲ ଇଞ୍ଜିନ ସରକାର ମିଥ୍ୟା ଡିଣ୍ଡିମ ମାରି ଓ୍ଵା ଓ୍ଵା ମାରିବା ସତରେ ଅତି ହାସ୍ୟାସ୍ପଦ କଥା।

          ଏପରିକି ରାସୋଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଥିବା ହାଟ ସ୍ଥଳୀ କୁହନ୍ତୁ ଅବା ହାଟ ପଡ଼ିଆ କୁ ଆଲୋକିତ କରିବା ତ ଦୂରର କଥା ଆଲୋକ ସ୍ତମ୍ଭ ରେ ଲାଗିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଏଲ.ଇ.ଡି ଲାଇଟ୍ ପୁର୍ବ ରୁ ଲାଗିଥିବା ବେଳେ ଏବେ ଆଉ ଦେଖିବାକୁ ମିଳୁନାହିଁ।ତେବେ ଏହା ଚୋରୀ ହୋଇଛି କି,କିଏ ରଖିଛି ତାହା ମଧ୍ୟ ସାଧାରଣ ଜନତା ଜାଣନ୍ତି ନାହିଁ।ରାସୋଳ ବଜାର ମଧ୍ୟ ସ୍ଥଳ ରେ ଥିବା ଆଲୋକ ସ୍ତମ୍ଭ ରେ ଏଲ୍ ଇ ଡି ଲାଇଟ୍ ଲାଗିଥିଲେ ସୁଦ୍ଧା ବହୁଦିନ ଧରି ଏହା ଅଚଳ ହୋଇ ପଡ଼ିଛି।ଅନୁରୂପ ଭାବେ ତେଲି ଭୁଇଁ ବଜାର ର ଲକ୍ଷ୍ମୀ ମଣ୍ଡପ ସାମ୍ନା ରେ ତଥା ସାପୁଆ କୁ ଯିବାକୁ ଥିବା ରାସ୍ତା ଛକ ରେ ଥିବା ଆଲୋକ ସ୍ତମ୍ଭ ରେ କୌଣସି ଗୋଟିଏ ବି ବଲବ ଜଳୁ ନଥିବା ବେଳେ ତେଲି ଭୁଇଁ ବଜାରରୁ କଳିଙ୍ଗା କୁ ଯିବା ରାସ୍ତା ଛକ ରେ ଥିବା ଆଲୋକ ସ୍ତମ୍ଭ ରେ ଆଠଟି ଉଚ୍ଚ କ୍ଷମତା ସମ୍ପନ୍ନ ଏଲ୍ ଇ ଡି ଲାଇଟ୍ ମଧ୍ୟରୁ ଦୁଇଟି କାର୍ଯ୍ୟକ୍ଷମ ଥିବା ବେଳେ ଛଅ ଟି ଲାଇଟ୍ ସଂପୂର୍ଣ୍ଣ ଅଚଳ।ନାଉକିଆରୀ କ୍ରିକେଟ କ୍ଲବ ପାଖରେ ଥିବା ଆଲୋକ ସ୍ତମ୍ଭ ରେ ମଧ୍ୟ ଅନୁରୂପ ଅବସ୍ଥା।ରାସୋଳ ବଜାର ରୁ ତେଲି ଭୁଇଁ ବଜାର କୁ ଯିବା ପୁରୁଣା କଟକ ସମ୍ବଲପୁର ରାସ୍ତାର ବାମ ପାର୍ଶ୍ୱରେ ବିଦ୍ୟୂତ ଖୁଣ୍ଟି ରେ ଲାଗିଥିବା ବଲବ ମଧ୍ୟ ଅଧା ରୁ ଅଧିକ ରାସ୍ତା କୁ ଆଲୋକିତ କରିବାକୁ ଅକ୍ଷମ ଅବା ସମ୍ପୂର୍ଣ ଅଚଳ।ଦୁଇ ବଜାର ରେ କିଛି ସୌର ଶକ୍ତି ରେ କାର୍ଯ୍ୟ କରୁଥିବା ଲାଇଟ୍ ପୋଷ୍ଟ ଗୁଡ଼ିକ ର ମଧ୍ୟ ସମଦଶା।

          ତେବେ ଯଦି ପ୍ରମୁଖ ଜନବହୁଳ ସ୍ଥାନ ମାନଙ୍କରେ ପଞ୍ଚାୟତ ସ୍ତରୀୟ ଆଲୋକୀ କରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି ତାହେଲେ ରାସୋଳ ପଞ୍ଚାୟତ ଅନ୍ତର୍ଗତ ଗାଁ ମାନଙ୍କରେ ପ୍ରତି ସାହିରେ ଆଲୋକୀକରଣ ବ୍ୟବସ୍ଥା ଯେ କେତେ କାର୍ଯ୍ୟକ୍ଷମ ହୋଇଥିବ ତାହା ସହଜରେ ଅନୁମେୟ।ସାହି ଭିତରେ ଥିବା ହଳଦିଆ ରଙ୍ଗ ଲାଗି ଲାଇଟ୍ ପଏଣ୍ଟ ପାଇଁ ଚିହ୍ନଟ ଥିବା ବିଦ୍ୟୁତ ଖୁଣ୍ଟ ରେ କେଉଁଠି ଏଲ୍ଇଡି ଲାଇଟ୍ ଲାଗି ନାହିଁ ତ କେଉଁଠି ଲାଗିଥିଲେ ଅଧା ରୁ ଅଧିକ ଜଳୁ ନାହିଁ।ତେବେ ଦେଖି ବାକୁ ଗଲେ ରାସୋଳ ଗ୍ରାମ ପଞ୍ଚାୟତ ର ରାସ୍ତା ଘାଟ ବର୍ଷ ବର୍ଷ ଧରି ସମ୍ପୁର୍ଣ୍ଣ ଅନ୍ଧାର ଏବଂ ହେଉନି ସମସ୍ୟାର ସମାଧାନ।

           ଯାହା ସୂଚନା ମିଳୁଛି ଏସବୁ ସରକାର ଙ୍କ ତରଫ ରୁ ଡିଆରଡିଏ ବିଭାଗ ହେଉ ଅବା ଏମ୍.ପି,ଏମ୍.ଏଲ.ଏ ଲ୍ୟାଡ ଦ୍ବାରା ହେଉ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆଲୋକୀକରଣ ର ସୁବ୍ୟବସ୍ଥା କରା ଯାଇଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ର ଅଭାବ ଯୋଗୁଁ ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳୁଛି।ଏସବୁ ର ରକ୍ଷଣା ବେକ୍ଷଣ ଦାୟିତ୍ଵ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବେଳେ କାହିଁକି ପଞ୍ଚାୟତ ସ୍ତରରେ ନିଆ ଯାଉ ନାହିଁ ଉଚିତ ପଦକ୍ଷେପ।ବହୁ ଦିନ ଧରି ସମଗ୍ର ପଞ୍ଚାୟତରେ ଅନ୍ଧାର ରାଜୁତି କରୁଥିବା ବେଳେ, ଅନ୍ଧାରୀ ସମସ୍ୟା ଲାଗି ରହିଥିବା ବେଳେ ଜନତା ନୀରବ,ନେତା ନୀରବ ସବୁ ଦେଖେଣାହାରୀ ସାଜି ଛନ୍ତି।

          ତେବେ କେବେ ହେବ ଏହି ସମସ୍ୟା ର ସମାଧାନ ବୋଲି ସାଧାରଣ ଜନତାଙ୍କ ମନ ରେ ଗୁମୁରୁଛି ବଡ଼ ପ୍ରଶ୍ନ ? ଯଦି ବାଡ଼ ଖାଇ ଯାଏ ଫସଲ ତ କହିବ କାହାକୁ ଶୁଣିବ କିଏ ? ଏହି ନୀତିରେ ଜନତା ମନ ଉଣା କରି ବସିଥିବା ବେଳେ ସମସ୍ୟା ର ସମାଧାନ ପାଇଁ ସରପଞ୍ଚ ଙ୍କୁ ପଚାରିଲେ ମିଳୁନାହିଁ ସନ୍ତୋଷ ଜନକ ଉତ୍ତର।ତେବେ ଖୁବ୍ ଶୀଘ୍ର ତତ୍ ସଂପର୍କିତ ସମସ୍ତ ଆର୍. ଟି. ଆଇ. ତଥ୍ୟ ହସ୍ତଗତ ପରେ ସମସ୍ୟା ର ସମାଧାନ ପାଇଁ ପ୍ରଶାସନ ର ଦୃଷ୍ଟି ଗୋଚର କରିବା ସହିତ ସମାଧାନ ନହେଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଙ୍କୁ ସାକ୍ଷାତ ପୂର୍ବକ ଗ୍ରାମ ର ବିକାଶ ଦିଗ ରେ ତ୍ଵରିତ ପଦକ୍ଷେପ ପାଇଁ ଅଭିଯୋଗ ପତ୍ର ରାସୋଳ ପଞ୍ଚାୟତ ବାସୀଙ୍କ ତରଫରୁ ପ୍ରଦାନ କରାଯିବ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସାମାଜିକ ବିକାଶ ପାଇଁ ଇ ଟି ପି ଏ ଫାଉଣ୍ଡେସନ୍ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ୟକ୍ରମ ଅୟୋଜିତ

masiha

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଲାଇଭ ଭିଡଓ ପ୍ରସାରଣ ମାଧ୍ୟମରେ ଯୋଡ଼ି ହେଲେ ଗୋଲାମୁଣ୍ଡା ବ୍ଲକ ବାସୀ….

masiha

ଜାତୀୟ ଡାକ୍ତର ଦିବସ ରେ ମେଡିକାଲ ଇଣ୍ଡଷ୍ଟ୍ରିରେ ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଇଣ୍ଟରାକ୍ଟିଭ୍ ଅଧିବେଶନ 

masiha

Leave a Comment

error: Content is protected !!