ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ

ଥୁଆମୁଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକର ‘ସକାଳ’ ଦୈନିକ ଖବର କାଗଜର ପ୍ରତିନିଧୂ ଭାବେ କାର୍ଯ୍ୟରତ ପ୍ରଦୀପ କିଶୋର ପଣ୍ଡାଙ୍କ ପିତା ସତ୍ୟ ନାରାୟଣ ପଣ୍ଡାଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶ୍ରୀ ପଣ୍ଡା ଜଣେ ବନ୍ଧୁ ବତ୍ସଳ ତଥା ଧର୍ମପରାୟଣ ବ୍ୟକ୍ତି ଭାବେ ଅଂଚଳରେ ନିଜ ପରିଚୟ ସୃଷ୍ଟି କରିଥିଲେ । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହେଇ ଥୁଆମୁଳ ରାମପୁର ଠାରେ ଜ୍ୟେଷ୍ଟ ପୁଅ ସାମ୍ବାଦିକ ପ୍ରଦୀପଙ୍କ ନିକଟରେ ରହୁଥିଲେ । ଗତକାଲି ସଂଧ୍ୟାରେ ହୃଦଘାତ ହେବାଯୋଗୁଁ ତାଙ୍କର ଦେହାନ୍ତ ହେଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ବନ୍ଧୁ ବାନ୍ଧବଙ୍କ ସମେତ ବହୁ ଲୋକଙ୍କ ସମାଗମ ହେଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀଙ୍କ ସମେତ ଦୁଇ ପୁଅ ପ୍ରଦୀପ, ମନୋଜ, ଦୁଇ ବୋହୂ, ତିନି ଭାଇ ହରେକୃଷ୍ଣ, ବଡକୁଟୃ ସରପଞ୍ଚ ଗଣେଶ ଚନ୍ଦ୍ର ଏବଂ ପଂଚାନନଙ୍କ ସମେତ ଭାଇ ବୋହୁ, ପୁତୁରା ଝିଆରୀଙ୍କ ସମେତ ନାତୀ ନାତୃଣୀମାନେ ଉପସ୍ଥିତ ରହିଥିଲେ । ଆଜି ଗୁରୁବାର ସକାଳେ ଗାଁ ଶ୍ମଶାନରେ ଦାହ ସଂସ୍କାର କରାଯାଇଛି । ତାଙ୍କ ଶବାଧାରରେ ମାଁ ମାଣିକେଶ୍ଵରୀ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଚ୍ଛିନ୍ନା, ପଶ୍ଚିମ ଓଡିଶା ବିକାଶ ପରିଷଦର ପୂର୍ବତନ ସଭ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ଆଇନଜିବୀ ମନୋରଞ୍ଜନ ନାଏକ, ସାମ୍ବାଦିକ ରବୀନ୍ଦ୍ର ମିଶ୍ର, ବଳଭଦ୍ର ବାଗ, ବୀର ବଜରଙ୍ଗ ଚାରୁମଜୁମଦାର ନାଏକ, କୈଳାଶ ଛତ୍ରିଆ, ଅଙ୍ଗଦ ନାଏକ, କୀର୍ତି ଚନ୍ଦ୍ର ଦୁର୍ଗା ପ୍ରମୁଖଙ୍କ ସମେତ ଅଂଚଳର ସନ୍ତୋଷ ପଟ୍ଟନାୟକ, ନରସିଂ ବେହେରା, ରବି ପାଣିଗ୍ରାହୀ, ଗୋକୁଳ ଚନ୍ଦ୍ର ମୁଣ୍ଡ, ଶ୍ରୀନିବାସ ପାଣିଗ୍ରାହୀ ପ୍ରମୁଖ ସାମିଲ ହେଇଥିଲେ । ତାଙ୍କ ବିୟୋଗରେ ଅଂଚଳ ଜଣେ ଉତ୍ତମ ମଣିଷଙ୍କୁ ହରାଇଲା । ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ବାର୍ତା ଦେଇଛତି ଲାଞ୍ଜିଗତ ବିଧାୟକ ପ୍ରଦୀପ ଦିଶାରୀ । ଜଣେ ବରିଷ୍ଠ ସଂଗଠକ । ମୋର ଜଣେ ଘନିଷ୍ଠ ସହଯୋଗୀଙ୍କୁ ହରାଇଲି ବୋଲି ପ୍ରଦେଶ କଂଗ୍ରେସ ଜମିଟିର ସଭାପତି ଭକ୍ତ ଦାସ ନିଜ ଶୋକ ବାର୍ତାରେ ପ୍ରକାଶ କରିଛନ୍ତି । କଳାହାଣ୍ଡି ଜିଲ୍ଲା ସକାଳ ପରିବାର ସମେତ ସକାଳ ଦୈନିକ ଖବର କାଗଜର ଜିଲ୍ଲା ପ୍ରତିନିଧି ସ୍ବାଧୀନ ପାତ୍ର, ବରିଷ୍ଠ ସାମ୍ବାଦିକ ଲଳିତ କନ୍ମଗୋ, ସତ୍ୟ ନାରାୟଣ ମହାପାତ୍ର ଓ ରଜନୀ ମିଶ୍ର ପ୍ରମୁଖ ଶୋକ ବ୍ୟକ୍ତ କରି ଦିବଂଗତ ଆତ୍ମାଙ୍କ ସଦଗତି କାମନା କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍‌

Sunil Chandra Nayak

ଗୋଲାମୁଣ୍ଡା : ପିକଅପ ଦୁର୍ଘଟଣା…. ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

masiha

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରାଇରଙ୍ଘପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ

Leave a Comment

error: Content is protected !!