ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଜାତିର ବାହୁବଳୀ: ପିଣ୍ଡିକି ବାହୁବଳେନ୍ଦ୍ର ଆଲୋଚନାଚକ୍ର 

ଓଡ଼ିଆ ଜାତିର ବାହୁବଳୀ: ପିଣ୍ଡିକି ବାହୁବଳେନ୍ଦ୍ର ଆଲୋଚନାଚକ୍ର 

ରାଉରକେଲା: ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶରେ ଓଡ଼ିଆ ଜାତିର ବାହୁବଳୀ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶାଖାର ସଭାପତି ବିଜୟିନୀ ଜେନାଙ୍କ ସଭାପତିତ୍ବ,ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର ଶତପଥୀଙ୍କ ଆବାହକତ୍ବ ଓ ସମ୍ପାଦକ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ,ବିଷୟ ବିଶେଷଜ୍ଞ ଭାବେ ପ୍ରଭାବୀ ଯୁବ ଲେଖକ ଭେଙ୍କଟ ବାଲାଜୀ ବିଶ୍ବନାଥ ଶତପଥୀ ଯୋଗଦେଇ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଷୟ ବିଶେଷଜ୍ଞ ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସେ ଜାତିବାଦ ର ଉର୍ଦ୍ଧ୍ବରେ ଥିଲେ। ସେ ୧୮୦୩ ମସିହା ଡିସେମ୍ବର ମାସରେ ସେନାପତି ଋପେ ଇଂରେଜ ମାନଙ୍କ ସହ ଲଢେ଼ଇ କରି ତାଙ୍କୁ ପରାସ୍ତ କରିଥିଲେ। ୧୮୨୦ ରେ ସେ ପୁରୀ କୁ ସ୍ବାଧୀନ କରିଥିଲେ। ଦୀର୍ଘ ୧୮ ବର୍ଷରେ ସେ ଇଂରେଜ ମାନଙ୍କୁ ୫୪ ଥର ପରାସ୍ତ କରିଥିଲେ। ତେବେ ଏହି ଯୁଦ୍ଧରେ ତତ୍କାଳୀନ ୪୪୩୪ ଜଣ ପାଣ ଯୋଦ୍ଧା ପ୍ରାଣବଳି ଦେଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମରେ ୪ ପିଢିର ବଳିଦାନ ତଥା ଏହାସହ ଦାରୁଠେଙ୍ଗ,ପଟିଆ, ଚନ୍ଦକା,ଖଜଣାପାଟ ବରଗଛ,ଦେଉଳିଆ ପାହାଡ,କାହାଳିଆ ଷଣ୍ଢ ମନ୍ଦିର,ବୀରବର ଉଗାଳ ଷଣ୍ଢ, ଭୁବନେଶ୍ବର ର କ୍ରାନ୍ତିକାରୀ ମନ୍ଦିର, ବାହୁବଳେନ୍ଦ୍ର ଙ୍କ ବିଶ୍ବାସ ଘାତକ ବନ୍ଧୁ ଆର୍ତ୍ତ ରାଉତ, ତାପଙ୍ଗ ଗଡର ଦଳବେହେରା ମାଧବ ରାଉତରାୟ, ହାତିଆ ପାହାଡ, ପ୍ରଜାତନ୍ତ୍ର କିପରି ପାଶ୍ଚାତ୍ୟ ସଂସ୍କୃତି ବହୁ ପୂର୍ବରୁ ରାମାୟଣରେ ବର୍ଣ୍ଣିତ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଭାରତବର୍ଷକୁ ମା ‘ ମାନିଲେ କ୍ରାନ୍ତିକାରୀ ହୋଇ ପାରିବ ବୋଲି ଶ୍ରୀ ଶତପଥୀ ମତ ରଖିଥିଲେ। ମୁଖ୍ୟଅତିଥି ପ୍ରଫେସର ପ୍ରଧାନ ବିଷୟବସ୍ତୁ ଉପରେ ମତ ରଖି କହିଲେ ଯେ ଏହା ଏକ ସମୟପୋଯୋଗୀ ବିଷୟ। ଇତିହାସ କୁ ବହୁ କ୍ଷେତ୍ରରେ ଅବହେଳା କରାଯାଇଛି। ଏହା ସହ ସୁନ୍ଦରଗଡ ଜିଲ୍ଲାର ବୀର ବିର୍ସା ମୁଣ୍ଡା, ମାଦ୍ରି କାଲୋ,ନିର୍ମଳ ମୁଣ୍ଡା,ଉଷାକୋଠି, ଆମକୋ ସିମକୋ,ବାର ବଖରା,ବିକ୍ରମ ଖୁଣ୍ଟ, ଜୁନାଗଡ଼ ଗୁମ୍ଫା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀମତୀ ଜେନା ସ୍ବାଗତ ଭାଷଣ ଓ ଆଲୋଚନାଚକ୍ରର ଆଭିମୁଖ୍ୟ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ପ୍ରାକ କଥନ ଓ ସମ୍ପାଦକ ଶ୍ରୀମତୀ ମହାପାତ୍ର ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଶେଷରେ ଶାଖାର ବିଦ୍ୟାଳୟ ପ୍ରମୁଖ ସୈ।ମ୍ୟପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ,ଗୁରୁମା ମାନେ ଉପସ୍ଥିତ ଥିଲା ବେଳେ ଶାଖାର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନ୍ଧମାଳ ଜିଲ୍ଲାରେ ଗଡ଼ିଲା ଲଷ୍ମୀ ବସ୍‌ : ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

masiha

ସ୍ଵାଧୀନତା ଉତ୍ସବ ପାଇଁ ଫ୍ରଣ୍ଟ-ରୋ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

Sunil Chandra Nayak

ପ୍ରଶାସନ ପହଞ୍ଚିବ ଲୋକଙ୍କ ପାଖରେ

Sunil Chandra Nayak

Leave a Comment

error: Content is protected !!