ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ା ଜିଲ୍ଲାକୁ ଶ୍ରେଷ୍ଠ କ୍ୟାମ୍ପୋରି ପୁରସ୍କାର ପ୍ରଦାନ କଲା ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ୍

କେନ୍ଦ୍ରାପଡ଼ା ଜିଲ୍ଲାକୁ ଶ୍ରେଷ୍ଠ କ୍ୟାମ୍ପୋରି ପୁରସ୍କାର ପ୍ରଦାନ କଲା ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ୍

କେନ୍ଦ୍ରାପଡ଼ା : ଗତବର୍ଷ ଡିସେମ୍ବର ମାସରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ରାଜନଗର ବ୍ଲକ୍ ର ନାଗାନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ଜିଲ୍ଲା ସ୍କାଉଟସ କ୍ୟାମୋରିକୁ ଓଡ଼ିଶା ଭାରତ ସ୍କାଉଟସ୍ ଓ ଗାଇଡସ୍ ତରଫରୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ କ୍ୟାମ୍ପୋରି ପୁରସ୍କାର ଓଡ଼ିଶା ରାଜଭବନର ଅଭିଷେକ ହଲରେ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ବାରା ପ୍ରଦାନ କରାଯାଇଛି। ଆଯୋଜିତ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ସ୍କାଉଟସ୍ ଓ ଗାଇଡସ୍‌ର ସମ୍ପାଦିକା ସ୍ମିତା ପ୍ରତିଭା ସାହୁ, ନାଗା ନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମାନସ କୁମାର ମିଶ୍ର ମିଳିତ ଭାବେ ଏହି ପୁରସ୍କାର ଗ୍ରହଣ କରିଥିଲେ। ରାଜ୍ୟ ମୁଖ୍ୟ ସ୍କାଉଟସ୍ କମିସନର କାଳୀପ୍ରସାଦମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଙ୍ଗଠଳର ମୁଖ୍ୟ ଆୟୁକ୍ତ ଅନାମିକା ଦାସ ପରିଚାଳନା କରିଥିବା ବେଳେ ଜିଲ୍ଲା କମିସନର ପୀତବାସ ପଣ୍ଡା, ଜିଲ୍ଲା ସଙ୍ଗଠନ ଆୟୁକ୍ତ ଦେବରାଜ ସେନାପତି ପ୍ରମୁଖ ଏହି ସଭା ରେ ଉପସ୍ଥିତ ରହି ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବର୍ଷେ ହେଲା ଅଙ୍ଗନବାଡି କର୍ମୀ ଅନୁପସ୍ଥିତି ଥିବାରୁ ଅନ୍ଧାରରେ ଛୁଆଙ୍କ ଭବିଷ୍ୟତ

masiha

କୁଶୁର୍ଲାରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

Sunil Chandra Nayak

ମେଧାଅନ୍ବେଷଣ ପ୍ରତିଯୋଗିତାରେ ୫ ଜଣଙ୍କୁ ମିଳିଲା ପ୍ରଥମ ସ୍ଥାନ 

Sunil Chandra Nayak

Leave a Comment

error: Content is protected !!