ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷ୍ଟାର୍ ଲାଇଟ୍ସ୍ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା

ଷ୍ଟାର୍ ଲାଇଟ୍ସ୍ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା

ବ୍ରହ୍ମପୁର ୫/୫ ଗଞ୍ଜାମ କଳା ପରିଷଦଠାରେ ଷ୍ଟାର୍ ଲାଇଟ୍ସ ଡ୍ୟାନ୍ ଷ୍ଟଡିଓ ପକ୍ଷରୁ ହୁନୋର୍ କିଡ୍ସ ସିଜନ୍ ୪– ନାମରେ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ସହ ହୁନୋର୍ ଶିଶୁ କଳାକାର ସମ୍ମାନ-୨୦୨୬ ନୃତ୍ୟ ଗୁରୁ ତଥା ଷ୍ଟୁଡ଼ିଓ ନିର୍ଦେଶକ କେ .ଦିଲୀପ ରାଓଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠି ତ ହୋଇଯାଇଛି । ଏଥିରେ ଅତିଥ୍‌ ରୂପେ ଶିଶୁ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ସମଲେଇ ମହାରଣା , ଖ୍ୟାତନାମା ନୃତ୍ୟ ଗୁରୁ କ୍ରିଷ୍ଣା ରେଡ୍ଡୀ ଓ ବରିଷ୍ଠ ସାମ୍ୱାଦିକ ତଥା କଣ୍ଠ ଶିଳ୍ପୀ ସୁଦୀପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ । ବିଚାରକ ରୂପେ ପୂର୍ଣ୍ଣଚନ୍ଦ୍ର ଦାସ ଉପସ୍ଥିତ ଥିବା ବେଳେ ଶିବାନନ୍ଦ ଓ ସୁନନ୍ଦା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସ୍ନିଗ୍ଧା ରାଣୀ, ଶ୍ରୀଲତା,ସୌମ୍ୟାରାଣୀ, ବରୁଣ ,ପଞ୍ଚାନନ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ନୃତ୍ୟ ଓ କୌତୁକ ପୋଷାକର କୃତି ପ୍ରତିଯୋଗୀମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Related posts

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ସଫଳତା …

masiha

ଢେଙ୍କାନାଳରେ ବିଶ୍ୱ ଯୋଗ ଦିବସ ପାଳିତ

Sunil Chandra Nayak

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା , ୪୦ ଦିନରେ ୬୦୦ କିମି ପାଇଁ ଚାଲିଛି ଯାତ୍ରା

Sunil Chandra Nayak

Leave a Comment

error: Content is protected !!