ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବୃନ୍ଦାବାହାଲ ଶହୀଦ ବିଜେନ୍ଦ୍ରନାଥ ସ୍ମୃତି ପୀଠରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ଗୋଲାମୁଣ୍ଡା ବୃନ୍ଦାବାହାଲ ଶହୀଦ ବିଜେନ୍ଦ୍ରନାଥ ସ୍ମୃତି ପୀଠରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଛକ ସ୍ଥିତ ଶହୀଦ ବିଜେନ୍ଦ୍ରନାଥ ସ୍ମୃତି ପୀଠ ଠାରେ ୮୦ ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ଦେଶପ୍ରେମର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ମୁଖ୍ୟ ଅତିଥି ଶହୀଦ ବିଜେନ୍ଦ୍ରନାଥଙ୍କ ଅମର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶର ସ୍ୱାଧୀନତା ପାଇଁ ଆତ୍ମବଳିଦାନ ଦେଇଥିବା ବୀର ଶହୀଦମାନଙ୍କ ସ୍ମରଣ କରିଥିଲେ।

ନିଜ ବକ୍ତବ୍ୟରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ କହିଥିଲେ ଯେ, “ଶହୀଦମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମେ ଏକ ସ୍ୱାଧୀନ ଦେଶରେ ନିଶ୍ବାସ ମାରୁଛେ। ବୃନ୍ଦାବାହାଲର ଏହି ପବିତ୍ର ଶହୀଦ ପୀଠ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ। ଆମ ଅଞ୍ଚଳର ବିକାଶ ଓ ଦେଶର ପ୍ରଗତି ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ହିଁ ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏହି କାର୍ଯ୍ୟକ୍ରମରେ ତହସିଲଦାର ଚନ୍ଦନ କୁମାର ନାୟକ,ଅତିରିକ୍ତ ତହସିଲଦାର ଅନୁଭବ ମହାନ୍ତି,ଗୋଲାମୁଣ୍ଡା ଏବଡ଼ିଓ ବିଜୟ କୁମାର ନାୟକ,ଥାନାଧିକାରୀ ଯଶୋବନ୍ତ ସେଲମା,ସମିତି ସଭ୍ୟ ଗୋରେଖ ବିଶି , ଅବସର ପ୍ରାପ୍ତ ପୁଲିସ କର୍ମଚାରୀ ପଦ୍ମନାଭ ରାଉତ,ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତ,କୁରୁକ୍ଷେତ୍ର ରାଉତ,ପତିତ ରାଉତ,ମାଣିକ୍ୟ ବିଶି ପ୍ରମୁଖ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ବୃନ୍ଦାବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୬ଜଣ ଶିକ୍ଷକ ଙ୍କୁ ଆଦର୍ଶ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଥିଲା । ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ଜନପ୍ରତିନିଧି, ବୁଦ୍ଧିଜୀବୀ, ଯୁବକ ସଂଘର ସଦସ୍ୟ, ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପରେଡ୍ ପ୍ରଦର୍ଶିତ ହୋଇଥିଲା। ସମଗ୍ର ଅଞ୍ଚଳରେ ଏହି ଉତ୍ସବକୁ ନେଇ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।

Related posts

ରକ୍ତ ରେ ଭିଜିଲା ମା ଶୁଲିଆ ପୀଠ 

masiha

ନବରଙ୍ଗପୁର ଜିଲ୍ଲାରେ ବିଦ୍ୟାଳୟ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆନ୍ତ-ବିଭାଗୀୟସମୀକ୍ଷା ବୈଠକ ଅନୁଷ୍ଠିତ

masiha

ଡମ୍ କର୍ଲା ଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

masiha

Leave a Comment

error: Content is protected !!