ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକରେ ପୁରୁଷ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ନିମନ୍ତେ କାର୍ଯ୍ୟକ୍ରମ

ଡାବୁଗାଁ, ୧୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ପୁରୁଷ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ର ସିଧା ପ୍ରସାରଣ ଦେଖିବା ପାଇଁ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ହକି ବିଶ୍ଵକପ ର ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଜନପ୍ରତିନିଧି, ଅଧିକାରୀ ଓ ଜନସାଧାରଣ ଦେଖିଥିଲେ | ଏହି ଅବସରରେ ୧୨ ଟି ଏସଏଚଜି ସଦସ୍ୟା ମାନଙ୍କୁ ନେଇ ଝୋଟି ପ୍ରତିଯୋଗୀତା କରଯାଇଥିଲା | ଏଥିରେ ମାଁ ଭଣ୍ଡାର ଘରଣୀ ଏସଏଚଜି ଡ଼ଙ୍ଗରିଗୁଡା (୧ମ), ମାଁ କାଳି କଙ୍କାଳୁଣୀ ଏସଏଚଜି ଡାବୁଗାଁ (୨ୟ) ଓ ମାଁ ତାରା ତାରିଣୀ ଏସଏଚଜି ନୂଆଗୁଡା (୩ୟ) ସ୍ଥାନ ଅଧିକାର କରିଥିଲେ | ୧ମ, ୨ୟ ଓ ୩ୟ ହୋଇଥିବା ଏସଏଚଜି କୁ ପୁରସ୍କୃତ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଡିଓ ଶରତ ମାଝି, ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ସିଡିପିଓ ଗୀତାଞ୍ଜଳି ମହାରଣା, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ ବିଭିନ୍ନ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

ବାନେର କୃଷି ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଲି ଓ ଆନ୍ଦୋଳନ ଓହ୍ଲାଇବା ପାଇଁ ଦାବୀପତ୍ର : ମାଗିଲେ ପ୍ରକଳ୍ପ କର୍ତ୍ତୃପକ୍ଷ ସମୟ

masiha

Leave a Comment

error: Content is protected !!