ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକରେ ପୁରୁଷ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ନିମନ୍ତେ କାର୍ଯ୍ୟକ୍ରମ

ଡାବୁଗାଁ, ୧୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ପୁରୁଷ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ର ସିଧା ପ୍ରସାରଣ ଦେଖିବା ପାଇଁ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ହକି ବିଶ୍ଵକପ ର ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଜନପ୍ରତିନିଧି, ଅଧିକାରୀ ଓ ଜନସାଧାରଣ ଦେଖିଥିଲେ | ଏହି ଅବସରରେ ୧୨ ଟି ଏସଏଚଜି ସଦସ୍ୟା ମାନଙ୍କୁ ନେଇ ଝୋଟି ପ୍ରତିଯୋଗୀତା କରଯାଇଥିଲା | ଏଥିରେ ମାଁ ଭଣ୍ଡାର ଘରଣୀ ଏସଏଚଜି ଡ଼ଙ୍ଗରିଗୁଡା (୧ମ), ମାଁ କାଳି କଙ୍କାଳୁଣୀ ଏସଏଚଜି ଡାବୁଗାଁ (୨ୟ) ଓ ମାଁ ତାରା ତାରିଣୀ ଏସଏଚଜି ନୂଆଗୁଡା (୩ୟ) ସ୍ଥାନ ଅଧିକାର କରିଥିଲେ | ୧ମ, ୨ୟ ଓ ୩ୟ ହୋଇଥିବା ଏସଏଚଜି କୁ ପୁରସ୍କୃତ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଡିଓ ଶରତ ମାଝି, ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ସିଡିପିଓ ଗୀତାଞ୍ଜଳି ମହାରଣା, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ ବିଭିନ୍ନ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ଉତ୍ତେଜନା

Sunil Chandra Nayak

ବାଲିଗୁଡା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ: ଯାତାୟାତ ଯାତ୍ରୀ ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!