କୁଜଙ୍ଗ :-ବଣମଲ୍ଲୀର ମହକକୁ କିଏ ବା ନଜର ପକେଇବ ? ମାତ୍ର ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ ରୀତିରେ କେତେକ ସାମାଜିକ ଅନୁଷ୍ଠାନ ଲୁକାୟିତ ଗୁଣାବଳୀକୁ ଲୋକଲୋଚନ କୁ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି ! ସେଥି ମଧ୍ୟରୁ ଅଳକା ଆଶ୍ରମ ର ଚିନ୍ତାଧାରା ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରି ପାରିଛି ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ କୁଜଙ୍ଗ ମହାବିଦ୍ୟାଳୟ ପରିସରରେ ଅଳକା ଆଶ୍ରମ ଶତ ବାର୍ଷିକ ସମାରୋହ ପାଳନ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! ଏହି କାର୍ଯ୍ୟକ୍ରମକୁ କୁଜଙ୍ଗ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଉଦ୍ଘାଟନ କରିଥିବା ବେଳେ ଅଳକା ଆଶ୍ରମ ଶତବାର୍ଷିକ ସମାରୋହର ସମସ୍ତ କମିଟି, ରାଜ୍ୟ ସଭ୍ୟସଭ୍ୟା ଓ କୁଜଙ୍ଗ ମଣ୍ଡଳ ସଂଯୋଜିତା ସ୍ନେହମୟୀ ଆଚାର୍ଯ୍ୟ, ରଶ୍ମିତା ନାୟକ, ପ୍ରେମଳତା ବାରିକ, ପ୍ରଭାସ ଚନ୍ଦ୍ର ସ୍ୱାଇଁ ଦେଶର ସ୍ୱାଧୀନତାରେ ଅଳକା ଆଶ୍ରମର ଅତୁଳନୀୟ ଐତିହାସିକ ଅବଦାନ ବିଷୟରେ ମତ ପ୍ରକାଶ କରିଥିଲେ ! କୁଜଙ୍ଗ ବ୍ଲକର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିତର୍କ, ପ୍ରବନ୍ଧ, ଦେଶାତ୍ମବୋଧ ସଂଗୀତ, ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ କରାଯାଇଥିଲା ! ସମସ୍ତ କାର୍ଯ୍ୟକ୍ରମକୁ କୁଜଙ୍ଗ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପରିଚାଳନାରେ ସହାୟତା କରିଥିବାର ଦେଖିବାକୁ ମିଳିଥିଲା !
previous post