ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଜଙ୍ଗ ବ୍ଲକରେ ଅଳକା ଆଶ୍ରମର ଶତବାର୍ଷିକ ସମାରୋହ ପାଳିତ

କୁଜଙ୍ଗ :-ବଣମଲ୍ଲୀର ମହକକୁ କିଏ ବା ନଜର ପକେଇବ ? ମାତ୍ର ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ ରୀତିରେ କେତେକ ସାମାଜିକ ଅନୁଷ୍ଠାନ ଲୁକାୟିତ ଗୁଣାବଳୀକୁ ଲୋକଲୋଚନ କୁ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି ! ସେଥି ମଧ୍ୟରୁ ଅଳକା ଆଶ୍ରମ ର ଚିନ୍ତାଧାରା ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରି ପାରିଛି ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ କୁଜଙ୍ଗ ମହାବିଦ୍ୟାଳୟ ପରିସରରେ ଅଳକା ଆଶ୍ରମ ଶତ ବାର୍ଷିକ ସମାରୋହ ପାଳନ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! ଏହି କାର୍ଯ୍ୟକ୍ରମକୁ କୁଜଙ୍ଗ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଉଦ୍ଘାଟନ କରିଥିବା ବେଳେ ଅଳକା ଆଶ୍ରମ ଶତବାର୍ଷିକ ସମାରୋହର ସମସ୍ତ କମିଟି, ରାଜ୍ୟ ସଭ୍ୟସଭ୍ୟା ଓ କୁଜଙ୍ଗ ମଣ୍ଡଳ ସଂଯୋଜିତା ସ୍ନେହମୟୀ ଆଚାର୍ଯ୍ୟ, ରଶ୍ମିତା ନାୟକ, ପ୍ରେମଳତା ବାରିକ, ପ୍ରଭାସ ଚନ୍ଦ୍ର ସ୍ୱାଇଁ ଦେଶର ସ୍ୱାଧୀନତାରେ ଅଳକା ଆଶ୍ରମର ଅତୁଳନୀୟ ଐତିହାସିକ ଅବଦାନ ବିଷୟରେ ମତ ପ୍ରକାଶ କରିଥିଲେ ! କୁଜଙ୍ଗ ବ୍ଲକର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିତର୍କ, ପ୍ରବନ୍ଧ, ଦେଶାତ୍ମବୋଧ ସଂଗୀତ, ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ କରାଯାଇଥିଲା ! ସମସ୍ତ କାର୍ଯ୍ୟକ୍ରମକୁ କୁଜଙ୍ଗ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପରିଚାଳନାରେ ସହାୟତା କରିଥିବାର ଦେଖିବାକୁ ମିଳିଥିଲା !

କୁଜଙ୍ଗରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା .

Related posts

କାମାକ୍ଷାନଗର କନ୍ଦରସିଙ୍ଗା ଗ୍ରାମରେ ଐତିହାସିକ ପଞ୍ଚଦୋଳ ଯାତ୍ରା

Sunil Chandra Nayak

ଟେକ୍ନୋୱାର୍ଲଡ ଉଚ୍ଚ ମାଧ୍ୟାମିକ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ଢେପାଗୁଡ଼ା ଗାଁ ନିକଟରେ ଥିବା ଅଧପନ୍ତରିଆ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!