ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ କଲ୍ୟାଣ ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟନ

 ତିର୍ତୋଲ :- ଚାଷୀ ମାନଙ୍କର ଅଭାବ ଦୂର କରିବାକୁ ପ୍ରତି ଅଞ୍ଚଳରେ ସେବାସମବାୟ ସମିତିମାନ ସ୍ଥାପନ କରାଯାଇ ଚାଷ ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶି ଋଣ ଆକାରରେ ଦିଆଯାଇଥାଏ ! ସମବାୟ ସମିତି ମାଧ୍ୟମରେ ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ମଧ୍ୟ କରାଯାଏ ,! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକସ୍ଥିତ ଝଙ୍କଡ଼ ସାରଳାପୀଠ କନକପୁର ପଞ୍ଚାୟତ “ଜନକଲ୍ୟାଣ ସେବାସମବାୟ ସମିତି”ର ଧାନମଣ୍ଡି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହିଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ଓ ସମ୍ମାନିତ ଅତିଥିଭାବେ ସରପଞ୍ଚ ରେବତୀ ମହାନ୍ତି, କୋଷ୍ଠିମଲ୍ଲୀକାପୁର ସରପଞ୍ଚ ବିଭୂପ୍ରସାଦ ମହାନ୍ତି, ମୂଳିସିଂ ସରପଞ୍ଚ ସାଫି ଆଜାମ ଓ ସମାଜସେବୀ ବ୍ରଜକିଶୋର ମଲ୍ଲିକ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସଙ୍ଗେ ସଙ୍ଗେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ! ସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହିସଭାରେ ସମିତିର ର ସମ୍ପାଦକ ପରମାନନ୍ଦ ଦାସ ବିବରଣୀ ପ୍ରଦାନକରି କହିଲେଯେ ଚଳିତବର୍ଷ 447 ଚାଷୀଙ୍କ ନାମ ପଞ୍ଜିକରଣ କରାଯାଇ ଥିବା ବେଳେ ,ଗତ ଖରିଫଋତୁ ରେ 837 ଜଣ ଚାଷୀଙ୍କୁ 4କୋଟି 40ଲକ୍ଷ୍ 1ହଜାର 893 ଟଙ୍କା ଋଣ ପ୍ରଦାନ କରାଯାଇଛି! ସେହିପରି ରବିରୁତୁରେ 904ଜଣ ଚାଷୀଙ୍କୁ 4କୋଟି 16ଲକ୍ଷ 49ହଜାର 175 ଟଙ୍କା ଋଣପ୍ରଦାନ କରାଯାଇଛି ! ଏଥିସହିତ ଜେ.ଏଲ. ଜି. ଗ୍ରୁପ ଙ୍କୁ 50 ଲକ୍ଷ ଓ ଏସ. ଏଚ.ଜି.ର 4ଗୋଟି ଗ୍ରୁପକୁ 9 ଲକ୍ଷ 50 ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି ଏବଂ ବଳରାମ ଯୋଜନାରେ 3 ଟା ଗ୍ରୁପ କୁ 2ଲକ୍ଷ 10ହଜାର ଓ 4ଟା ଗ୍ରୁପକୁ 2 ଲକ୍ଷ 80 ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି ! ବିଗତ ମୁଗମଣ୍ଡି ରେ 2ହଜାର କୁଇଣ୍ଟାଲ ମୁଗ ଚାଷୀମାନଙ୍କ ଠାରୁ ସଂଗ୍ରହ କରାଯାଇଥିଲା ବୋଲି ସମ୍ପାଦକ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ସୂଚନା ଦେଇଛନ୍ତି !ଏହିସଭାରେ ଜନକଲ୍ୟାଣ ସୋସାଇଟି ର ସଭାପତି ଅଜୟ କୁମାର ରାଉଳ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସ୍ଥିତ ଚାଷୀ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ !ସୋସାଇଟି ର ସମସ୍ତ ନିର୍ବାଚିତ ସଭ୍ୟ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା!

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ପାନାବେଡା କଲେଜରେ ଯୁବ ଦିବସ ପାଳିତ

Sunil Chandra Nayak

ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଯୋଗଦାନ

masiha

“ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ସରକାରଙ୍କ ଯୋଜନା” – ମନ୍ତ୍ରୀ ଜଗନ୍ନାଥ ସାରକା 

Sunil Chandra Nayak

Leave a Comment

error: Content is protected !!