ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପଥ ଉପରେ ଲାଗିଗଲା ଆଖି/ଚେତା ଫେରିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ

କାମାକ୍ଷାନଗର (ମ ନି ସ)8/5/23 // ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଉପରେ ଆଜି ପୂର୍ବାହ୍ନରେ ଘଟି ଯାଇଛି ଏକ ସଡ଼କ ଦୁର୍ଘଟଣା l ଜାତୀୟରାଜପଥ ୫୩ ଭୁବନ ବାଜିରାଉତ କଲେଜ ଛକ ନିକଟରେ ଡିଭାଇଡରରେ ପିଟିହୋଇ ଜଣେ ମଟରସାଇକେଲ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଦେବଗଡ କୁଲେଇ ଗ୍ରାମର ଦେବଦର୍ ଗଡନାୟକ ବୟସ ୪୫ । ଦେବଦର୍ ନିଜ ମଟରସାଇକେଲ ଯୋଗେ ଚାକିରି କରୁଥିବା ଯାଜପୁର ଜିଲ୍ଲା ଦୁବୁରି ଅଞ୍ଚଳର ଟାଟା ପ୍ଲାଣ୍ଟ ଯାଉଥିବା ବେଳେ ଛାଇ ନିଦ ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶି କହିଥିବା ବେଳେ ,ଦୁର୍ଘଟଣାରେ ଦେବଦର୍ ଙ୍କ ଗୋଡ ଓ ମୁଣ୍ଡରେ ଗୁରୁତର ଆଘାତ ହୋଇଛି।ଭୁବନ ଗହମପୁର ଗ୍ରାମ ର ବାବୁଲ ବର୍ଦ୍ଧନ ଏବଂ ଭୁବନ ଅଂଚଳର ସୁଶାନ୍ତ ପୃଷ୍ଟି ଆମ୍ବୁଲାନ୍ସ କୁ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ନିଜ ବାଇକ୍ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ତେବେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ଦୁବୁରୀ ସ୍ଥିତ ଟାଟା ମେଡ଼ିକା ହସ୍ପିଟାଲରେ ଚିକିସ୍ଥିତ କରିବା ପାଇଁ ସେଠାରୁ ଆମ୍ବୁଲାନ୍ସ ଆସିଥିଲା l କିନ୍ତୁ ଆମ୍ବୁଲାନ୍ସ ରେ ଥିବା ଫାର୍ମାସିଷ୍ଟ ଭଲ ଚିକିତ୍ସା ପାଇଁ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲ କୁ ନେବାକୁ ପରାମର୍ଶ ରେ ସେହି ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଗାଡ଼ିକୁ ଭୁବନ ପୋଲିସ ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଦ୍ୟାଳୟରେ ଦ୍ଵିତୀୟ ଅଭିଭାବକ , ଶିକ୍ଷକ ବୈଠକ 

Sunil Chandra Nayak

ଆନ୍ଧ୍ର ପ୍ରଦେଶ ପଥର ଖଦାନ ବିସ୍ଫୋରଣ ରେ ମୃତ ଦୁଇ ଶ୍ରମିକଙ୍କ ଶବ ଗାଁରେ ପହଞ୍ଚିଲା ,ଦୁଇ ମନ୍ତ୍ରୀ ଗାଁରେ ପହଞ୍ଚି ସମବେଦନା ଜଣାଇଲେ

Sunil Chandra Nayak

କଳାହାଣ୍ଡି ମୁଣ୍ଡ ପରାଶର ର ଦ୍ୱିତୀୟ ପାରିବାରିକ ମିଳନ ସହ ବଣଭୋଜି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!