ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ ଦଫା ଦାବି ନେଇ ଡାକଘର ସାମ୍ନାରେ ଗ୍ରାମୀଣ ଡାକ ସେବକଙ୍କ ଧାରଣା 

୫ ଦଫା ଦାବି ନେଇ ଡାକଘର ସାମ୍ନାରେ ଗ୍ରାମୀଣ ଡାକ ସେବକଙ୍କ ଧାରଣା 

କାମାକ୍ଷାନଗର -(ମନିସ )12/12/23 //  କାମାକ୍ଷାନଗର ଉପ ଡାକଘର ସାମ୍ନାରେ ୫ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ ଦେଖିବାକୁ ମିଳିଛି । ଦେଶ ବ୍ୟାପି ଏହି ଧର୍ମଘଟରେ ସମସ୍ତ ଜିଡିଏସ ମାନେ ଭାଗ ନେଇଛନ୍ତି । ଜିଡିଏସ ମାନଙ୍କୁ ୪ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟାର କାର୍ଯ୍ୟ ଏବଂ ପାରିଶ୍ରମିକ, ପ୍ରତି ୧୨ ବର୍ଷରେ ଥରେ ଆର୍ଥିକ ପଦୋନ୍ନତି,୫ଲକ୍ଷ ଟଙ୍କାର ଇନ୍ସୁରାନ୍ସ ଓ ପେନସନ ଭଳି ୫ ଦଫା ସମ୍ବଳିତ ସେମାନେ ଦାବି ରଖିଛନ୍ତି। ଯେ ପର୍ଯ୍ୟନ୍ତ ୫ ଦଫା ସମ୍ବଳିତ ଦାବି ପୂରଣ କରାନଯିବ ସେ ପର୍ଯ୍ୟନ୍ତ ଜିଡିଏସ ମାନଙ୍କ ଧର୍ମଘଟ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଡାକଘର ଗୁଡିକର କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହୋଇଥିବା ଜଣାପଡିଛି । ଏହି ଧର୍ମଘଟ ରେ କାମାକ୍ଷାନଗର ଡାକମଣ୍ଡଳ ଅଧୀନରେ ରହିଥିବା ସମସ୍ତ ଜିଡ଼ିଏସ ସାମିଲ ରହି କେନ୍ଦ୍ର ସରକାର ଙ୍କ ଉଦେଶ୍ୟରେ ପ୍ରତିବାଦ କରିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶିକ୍ଷକ ଅରୁଣ କୁମାର ସ୍ବାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

masiha

ଥନଟ ଗ୍ରାମକୁ ଭଲ ରାସ୍ତାଟିଏ କେବେ? ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟ କ୍ରମରେ ଆର ଡି,ରାସ୍ତା ସଂଯୋଗ ପାଇଁ ଥନଟ ଗ୍ରାମବାସୀ ଙ୍କ ଅଭିଯୋଗ

Sunil Chandra Nayak

ବସୁଧା ଯୋଜନା କାମକୁ ନାହିଁ, ଚୁଆ ପାଣି ଭରସାରେ ଜନ ସାଧାରଣ

Sunil Chandra Nayak

Leave a Comment

error: Content is protected !!