ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମର୍ଦାରୋଡ ଏସ.ବି.ଆଇ ପକ୍ଷରୁ ଦୃଘଟଣା ବିମା ଯୋଜନାରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

ଅମର୍ଦାରୋଡ ଏସ.ବି.ଆଇ ପକ୍ଷରୁ ଦୃଘଟଣା ବିମା ଯୋଜନାରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

ବସ୍ତା ୧୨/୧୨: ବାଲେଶ୍ଵର ଜିଲ୍ଲା, ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତର ପାଣିନଗର ଗ୍ରାମର ପୁଷ୍ପଲତା ଜେନାଙ୍କ ୨୦୨୩ ଜୁନ ୭ ତାରିଖରେ ସାପ କାମୁଡ଼ା ଜନିତ ମୃତ୍ୟୁ ଘଟିଥିଲା।ସୂଚନା ଥାଉ କି ଯେ,ସେ ଏସ.ବି.ଆଇ ବ୍ୟାଙ୍କରେ ଦୃଘଟଣା ଜନିତ ବୀମା ଯୋଜନା ୫ ଶହ ଟଙ୍କାର ବୀମା କରିଥିଲେ।ତେବେ ତାଙ୍କ ମୃତ୍ୟୁ ପରେ ଗୋବିନ୍ଦ ଜେନାଙ୍କ ଝିଅ ସୋନାଲି, ଜେନା ଓ ରୁପାଲି ଯେନାଙ୍କୁ ଏସ.ବି.ଆଇ ବ୍ୟାଙ୍କ ମ୍ୟାନେଜର ଗୌରହରି ସରେନ ଓ ଏରିଆ ଜେନେରାଲ ମ୍ୟାନେଜର ନରେଶ କୁମାର ଦାସଙ୍କ ତତ୍ବାବଧାନରେ ଦୃଘଟଣା ଜନିତ ବୀମା ଯୋଜନା ରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଏସ.ବି. ଆଇ ବ୍ୟାଙ୍କ ଜେନେରାଲ ମ୍ୟାନେଜର ପୂର୍ଣ୍ଣିମା ଦାସ ମହାପାତ୍ର, ଫିଲ୍ଡ ଅଫିସର ଚିତ୍ତ ରଞ୍ଜନ ସେଠୀ ଓ ବ୍ୟାଙ୍କ କର୍ମଚାରୀ ଉପସ୍ଥିତିରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା।ଯଦି ଏହି ପ୍ରକାର ଅନ୍ୟ ଜନସାଧାରଣ ମାନେ ଏହି ବୀମା କରିଥବେ,ତାଙ୍କର ପରିବାର ଲୋକେ ଉପକୃତ ହେବେ ବୋଲି ବ୍ରାଞ୍ଚ ମ୍ୟାନେଜର ପ୍ରକାଶ କରି ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆର ଜି ଏଚ କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲା ରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମତ୍ରୀଙ୍କୁ ବିଧାୟକ ଦୁର୍ଗା ତନ୍ତୀଙ୍କ ସ୍ମାରକପତ୍ର ପ୍ରଦାନ

masiha

ଧର୍ମଗଡ଼ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

masiha

ଶାରଳା ସାଂସ୍କୃତିକ ପରିଷଦର ୫୫ତମ ବାର୍ଷିକ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!