ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମର୍ଦାରୋଡ ଏସ.ବି.ଆଇ ପକ୍ଷରୁ ଦୃଘଟଣା ବିମା ଯୋଜନାରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

ଅମର୍ଦାରୋଡ ଏସ.ବି.ଆଇ ପକ୍ଷରୁ ଦୃଘଟଣା ବିମା ଯୋଜନାରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

ବସ୍ତା ୧୨/୧୨: ବାଲେଶ୍ଵର ଜିଲ୍ଲା, ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତର ପାଣିନଗର ଗ୍ରାମର ପୁଷ୍ପଲତା ଜେନାଙ୍କ ୨୦୨୩ ଜୁନ ୭ ତାରିଖରେ ସାପ କାମୁଡ଼ା ଜନିତ ମୃତ୍ୟୁ ଘଟିଥିଲା।ସୂଚନା ଥାଉ କି ଯେ,ସେ ଏସ.ବି.ଆଇ ବ୍ୟାଙ୍କରେ ଦୃଘଟଣା ଜନିତ ବୀମା ଯୋଜନା ୫ ଶହ ଟଙ୍କାର ବୀମା କରିଥିଲେ।ତେବେ ତାଙ୍କ ମୃତ୍ୟୁ ପରେ ଗୋବିନ୍ଦ ଜେନାଙ୍କ ଝିଅ ସୋନାଲି, ଜେନା ଓ ରୁପାଲି ଯେନାଙ୍କୁ ଏସ.ବି.ଆଇ ବ୍ୟାଙ୍କ ମ୍ୟାନେଜର ଗୌରହରି ସରେନ ଓ ଏରିଆ ଜେନେରାଲ ମ୍ୟାନେଜର ନରେଶ କୁମାର ଦାସଙ୍କ ତତ୍ବାବଧାନରେ ଦୃଘଟଣା ଜନିତ ବୀମା ଯୋଜନା ରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଏସ.ବି. ଆଇ ବ୍ୟାଙ୍କ ଜେନେରାଲ ମ୍ୟାନେଜର ପୂର୍ଣ୍ଣିମା ଦାସ ମହାପାତ୍ର, ଫିଲ୍ଡ ଅଫିସର ଚିତ୍ତ ରଞ୍ଜନ ସେଠୀ ଓ ବ୍ୟାଙ୍କ କର୍ମଚାରୀ ଉପସ୍ଥିତିରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା।ଯଦି ଏହି ପ୍ରକାର ଅନ୍ୟ ଜନସାଧାରଣ ମାନେ ଏହି ବୀମା କରିଥବେ,ତାଙ୍କର ପରିବାର ଲୋକେ ଉପକୃତ ହେବେ ବୋଲି ବ୍ରାଞ୍ଚ ମ୍ୟାନେଜର ପ୍ରକାଶ କରି ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ଫେଷ୍ଟିଭାଲ ପାଳିତ

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

Sunil Chandra Nayak

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଂଚଳରେ ବସ୍ତ୍ର ବଂଟନ

Sunil Chandra Nayak

Leave a Comment

error: Content is protected !!