ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋନା ମାଝୀ ହେଲେ ଉମରକୋଟ ବିଧାୟକ ପ୍ରତିନିଧି ମନୋନୀତ 

ସୋନା ମାଝୀ ହେଲେ ଉମରକୋଟ ବିଧାୟକ ପ୍ରତିନିଧି ମନୋନୀତ 

ନବରଙ୍ଗପୁର:(ତା ୨୪|୧୧)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ନରସିଂହ ଭତରା ଉମରକୋଟ ବ୍ଲକର ବିଧାୟକ ପ୍ରତିନିଧି ଭାବେ ବ୍ଲକର ଜଣେ ବରିଷ୍ଠ ବିଜେପି କର୍ମୀ ସୋନା ମାଝୀ ଙ୍କୁ ମନୋନୀତ କରିଛନ୍ତି |ଆଜି ବିଧାୟକ ନରସିଂହ ଭତରା ନିଜ ବିଜେପି କାର୍ଯ୍ୟାଳୟ ପୂର୍ଲାଠାରେ ସୋନା ମାଝୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି |ବିଧାୟକଙ୍କ ଅନୁପସ୍ଥିତିରେ ଶ୍ରୀ ମାଝୀ ତାଙ୍କ ପ୍ରତିନିଧି ଭାବେ ତାଙ୍କର ସମସ୍ତ କାର୍ଯ୍ୟ ତୁଲେଇବା ସହିତ ଜନସାଧାରଣ ମାନଙ୍କ ସହିତ ରହି ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ନେଇ ବିଧାୟକ ଶ୍ରୀ ଭତରା ସୂଚନା ଦେଇଛନ୍ତି |ଏହି ସ୍ମାରକପତ୍ର ପ୍ରଦାନ ବରିଷ୍ଟ ବିଜେପି ନେତା ଆଶୁତୋଷ ମଣ୍ଡଳ, ବାସନ୍ତୀ ମାଝୀ, କମଲୁ ମାଝୀ, ଦୋଳସାୟ ଭତରା, କୁର୍ଷଣ ମାଝୀ, ପବିତ୍ର ଗୋରଡା,ଉତ୍ତମ ହରିଜନ,, ବୋଲରମ ଗଣ୍ଡ, ଚନ୍ଦ୍ର ଶେଖର ପୂଜାରୀ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଓ ସମର୍ଥକ ଉପସ୍ଥିତ ରହିଥିଲେ | ( ମ ନି ସ ) 

 

Related posts

୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକରେ ସର୍ବାଧିକ ମାର୍କ ରଖି ଡାବୁଗାଁ ପାଇଁ ଗୌରବ ଆଣିଲେ ମୋନାଲିସା

ଗୋଇନ୍ଦୀମୁଣ୍ଡା ଠାରେ ଲୁନା ସ୍କୋରପିଓ ମୁହାଁମୁହିଁ ଧକ୍କା

Sunil Chandra Nayak

ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ 

masiha

Leave a Comment

error: Content is protected !!