ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କଲା ସମ୍ବିଧାନ ସଚେତନତା ରଥ

କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କଲା ସମ୍ବିଧାନ ସଚେତନତା ରଥ

ଭବାନୀପାଟଣା, ୨୦/୧୧()- ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭାରତୀୟ ସମ୍ବିଧାନର ଗୌରବମୟ ଗାଥା ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇବାକୁ ବୁଲୁଛି ସମ୍ବିଧାନ ସଚେତନତା ରଥ। ମୂଳନିବାସୀ ବହୁଜନ ମିଳିତ ମହାସଂଘ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ସଚେତନତା ଯାତ୍ରା ବିଭିନ୍ନ ଜିଲ୍ଲା ଅତିକ୍ରମ କରି ଏବେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରୁଛି। ଆଜି ଜିଲ୍ଲାର କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କରିଥିବାବେଳେ କଲମପୁର ଆମ୍ବେଦକର ଛକରେ ଏହି ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ରଥକୁ ସ୍ୱାଗତ ଜଣାଇଥିଲେ। ସେହିପରି ଥୁଆମୂଳ ରାମପୁର ବ୍ଲକର ମହୁଲପାଟଣାଠାରେ ସମ୍ବିଧାନ ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବହୁସଂଖ୍ୟକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜନ ପ୍ରତିନିଧି ଓ ସାଧାରଣ ଲୋକେ ଏହାକୁ ସ୍ୱାଗତ କରିଥିଲେ। ମୂଳନିବାସୀ ବହୁଜନ ମିଳିତ ମହାସଂଘର ରାଜ୍ୟ ସାଧାରଣ ସଂପାଦକ ଦିଗାମ୍ବର ଦୁରିଆ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯତୀନ୍ଦ୍ର କରଙ୍କ ସମେତ ବହୁସଂଖ୍ୟକ କର୍ମକର୍ତ୍ତା ଏହି ରଥ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ସମ୍ବିଧାନ ଅବଧାରଣା ସମ୍ପର୍କରେ ସୂଚିତ କରୁଥିବା ଜଣାଯାଏ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ନୂଆପଡା ଜିଲ୍ଲା ରେ ପୁଣି ଲାଗିଲା ଲାଲ ରଙ୍ଗ ର ମାଓ ବେନର  

masiha

ଭଗାଵନ୍ଦି ଛକରେ ବୀର ଵୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଦ୍ବାରା ଲୋକାର୍ପିତ 

masiha

Leave a Comment

error: Content is protected !!