ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ସାଂସଦ ଙ୍କ ନିର୍ଦ୍ଦେଶରେ  କଳାହାଣ୍ଡିରେ ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ବଡ଼ ନିଷ୍ପତ୍ତି

କଳାହାଣ୍ଡି ସାଂସଦ ଙ୍କ ନିର୍ଦ୍ଦେଶରେ 

କଳାହାଣ୍ଡିରେ ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ବଡ଼ ନିଷ୍ପତ୍ତି
ଡିସେମ୍ବର ୧ରୁ ଭାରୀଯାନ ଚଳାଚଳ ଉପରେ କଟକଣା; କେସିଙ୍ଗା, ଜୁନାଗଡ଼, ଭବାନୀପାଟଣା ଓ ଧର୍ମଗଡ଼ରେ ଲାଗୁ ହେବ ନୂଆ ନିୟମ….

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା ଟ୍ରାଫିକ୍ ସମସ୍ୟା ଓ ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଆଜି କଳାହାଣ୍ଡି ସାଂସଦ ମାଳବିକା ଦେଓ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଡ଼କ ସୁରକ୍ଷା ବୈଠକରେ ଆରଟିଓ, ଏସ୍‌ପି,ଧର୍ମଗଡ ଓ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗଦେଇ ଜିଲ୍ଲାର ଟ୍ରାଫିକ୍ ସମସ୍ୟା ଓ ଭାରୀଯାନ ଚଳାଚଳ ନିୟନ୍ତ୍ରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଡିସେମ୍ବର ୧ ତାରିଖରୁ କେସିଙ୍ଗା ସହରରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟ୍ରକ୍ ଚଳାଚଳ ଉପରେ କଟକଣା ଲାଗୁ ହେବ। ସେହିପରି ଜୁନାଗଡ଼, ଭବାନୀପାଟଣା ଓ ଧର୍ମଗଡ଼ ସହରରେ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଟ୍ରକ୍ ଚଳାଚଳ ବନ୍ଦ ରହିବ।

ତେବେ ଧାନ ସଂଗ୍ରହ ଓ ଧାନ ଉଠାଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏଥିରେ ନିୟୋଜିତ ଟ୍ରକ୍ ଓ ଅନ୍ୟ ଭାରୀଯାନଗୁଡ଼ିକୁ ସ୍ୱତନ୍ତ୍ର ପାସ୍ ପ୍ରଦାନ କରାଯିବ। ଏହି ପାସ୍ ଆଧାରରେ ସେମାନେ ନିର୍ଦ୍ଧାରିତ କାର୍ଯ୍ୟ ପାଇଁ ଯାତାୟାତ କରିପାରିବେ।

ଏହା ବ୍ୟତୀତ ବଡ଼ ବଡ଼ ବଜାର ଅଞ୍ଚଳରେ ଚାରିଚକିଆ ଯାନ ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାଗଣାରେ ଉପଲବ୍ଧ ଜମି ଚିହ୍ନଟ କରି ଭବିଷ୍ୟତରେ ପାର୍କିଂ ସ୍ଥଳ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ଜିଲ୍ଲାର ସହରାଞ୍ଚଳରେ ଟ୍ରାଫିକ୍ ଭିଡ଼ ହ୍ରାସ, ଦୁର୍ଘଟଣା ନିୟନ୍ତ୍ରଣ ଏବଂ ସାଧାରଣ ଲୋକଙ୍କ ନିରାପଦ ଯାତାୟାତ ସୁନିଶ୍ଚିତ କରିବା ଦିଗରେ ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଶା କରାଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉତ୍କଳ ପରିଷଦ ର ସପ୍ତଦଶ ସ୍ଵ ନକ୍ଷତ୍ର ଦିବସ ପାଳନ 

ଦ ହ୍ୟୁମାନିଟୀ ଫାଉଣ୍ଡେସନ ର ବିଶ୍ବ ମାତୃତ୍ଵ ଦିବସ ପାଳନ 

masiha

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କୁ ନେଇ ସାଧାରଣରେ ଅସନ୍ତୋଷ।

Sunil Chandra Nayak

Leave a Comment

error: Content is protected !!