ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ରାଉରକେଲା ତା ୩୧/୩/୨୦୨୬ —  ରାଉରକେଲା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ ନବ ନିର୍ବାଚିତ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ସଦସ୍ୟ ମାନଙ୍କ ଶପଥ ଗ୍ରହଣ ସମାରୋହ ଆଜି ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

   ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ସରୋଜ ନାରାୟଣ ମହାପାତ୍ର ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ସଦସ୍ୟ ମାନଙ୍କୁ ଶପଥପାଠ କରାଇଥିଲେ। 

ନବ ନିର୍ବାଚିତ କର୍ମକର୍ତ୍ତା ଭାବରେ ସଭାପତି ସଦାନନ୍ଦ ସାହୁ,ଉପ ସଭାପତି ଭାବରେ ରାଜ କିଶୋର ପ୍ରଧାନ, ସଂପାଦକ ଦେବାନନ୍ଦ ତନ୍ତୀ, ଯୁଗ୍ମ ସଂପାଦକ ଭାବେ ଶାନ୍ତନୁ କୁମାର ଦାସ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସିଂହଦେଓ,ସହ ସଂପାଦକ ( ଏ ଏସ ଏମ୍ ଫଣ୍ଡ) ତାପସ ପରିଡ଼ା,ସହ ସଂପାଦକ ( ଲାଇବ୍ରେରୀ) ଶ୍ରୀନିବାସ ପଣ୍ଡା , କାର୍ଯ୍ୟକାରୀ କମିଟି ସଦସ୍ୟ ମହେଶ୍ୱର ପୁରଣ, ବନ୍ଦନା ପଣ୍ଡା, ଋଷି ଶେଖର ମହନ୍ତ, ଅଭିଷେକ ସିଂହ, ସୁମିତା ନନ୍ଦ ପ୍ରମୁଖ ଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶପଥ ପାଠ କରାଇଥିଲେ।

   ସମାରୋହରେ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ଚତୁର୍ଭୁଜ ନାଏକ,ପଙ୍କଜ କୁମାର ଦାଶ, ଏମ୍ ମାଲେଶ୍ଵରମ, ଚନ୍ଦ୍ରମଣି ଦାଶ ପ୍ରମୁଖ ବକ୍ତବ୍ୟ ରଖି ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ଓ ବାର ଓ ବେଞ୍ଚ ମଧ୍ୟରେ ସୁଦୃଢ଼ ସମ୍ପର୍କ ରକ୍ଷା କରି ନବ ନିର୍ବାଚିତ କର୍ମକର୍ତ୍ତା ମାନେ କାର୍ଯ କରିବାକୁ ପରାମର୍ଶ ଦେଇଥିଲେ।

ନିର୍ବାଚନ କମିଟି ର ଅନ୍ୟତମ ସଦସ୍ୟ ପବିତ୍ର କୁମାର ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ମାଧବୀ ଝା, ପ୍ରିୟଦର୍ଶିନୀ ବାରିକ୍,ଅର୍ଣପୂର୍ଣା କୁମ୍ଭାର, ସୁଚିତ୍ରା ସାହୁ,ମାଧବ ନାୟକ, ନାଗେଶ୍ୱର ଜଗଦଳା ପ୍ରମୁଖ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳନ 

masiha

ଗୋଲାମୁଣ୍ଡା ବ୍ଲକର କର୍ପା ଠାରେ ମିଳିତ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନିଜ ବାସଭବନରେ ପହଁଚିଲା ରାଜୁ ଭାଇଙ୍କର ମୃତ ଶରୀର

Sunil Chandra Nayak

Leave a Comment

error: Content is protected !!