ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ମହିଳା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା 

ଆନ୍ତର୍ଜାତିକ ମହିଳା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା 

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା ସେକ୍ଟର ୧୯ ସ୍ଥିତ ହୋଟେଲ ସରୋବର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ସୁବର୍ଣ୍ଣ ମହିଳା ନେତୃତ୍ୱ ପୁରସ୍କାର କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଭାଶାଳୀ ଓ ସଫଳ ନାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସସ୍ମିତା ଜେନା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ରଶ୍ମିତା ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ ଓ ମହିଳା ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିଥିଲେ। ଅତିଥି ଭାବେ ଆରଏସପି ଖଣି ଉନ୍ନତିକରଣ ନିର୍ବାହୀ ନିର୍ଦ୍ଦେଶକ ସିଏମଏଲଓ ବିପିନ କୁମାର ଗିରି , ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ , ଉପ ସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମାଜ ସୁଧାରକ ସୌଦାମିନୀ ସିଂ, ସନ୍ଥମ୍ମା ପିଲ୍ଲାଇ , ଡ଼ ଜୋସ୍ନା ପଣ୍ଡା,ଉଷା ଅଗ୍ରୱାଲ, ଜିତେନ୍ଦ୍ର ପ୍ରସାଦ, ବଲଭିନ୍ଦର କୌର, ସୁସ୍ମିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ମହିଳାଙ୍କ ସଶକ୍ତିକରଣ, କାର୍ଯ୍ୟ, ନିଜ ଦକ୍ଷତା କୁ ପ୍ରତିପାଦନ, ସମାଜର ଦୃଷ୍ଟିଭଙ୍ଗୀ ଓ ସମାଜ ଗଠନରେ ମହିଳା ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବୁଦ୍ଧିମତା ପରୀକ୍ଷା କରାଯାଇ ସଠିକ ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରେଖା ଗୁପ୍ତା, ସୁଷମା ପ୍ରସାଦ, ମାନସୀ ଦାଶ ମହାପାତ୍ର, ଡିମ୍ପଲ ସାହୁ, ନିରୁପମା ପତି, ସଂଯୁକ୍ତା ପତି, ମମିତା ସରକାର,ରିତାରାଣୀ ମେହେର , ସୁନିତା ପ୍ରସାଦ, ସବିତା ମହାପାତ୍ର, ସୁଜାତା ପଣ୍ଡା, ସ୍ଵାଗତିକା ଜେନା, ହେମା ଏକ୍କା, ଏବଂ ଅନ୍ୟ ସମ୍ମାନିତ ନାରୀ ମାନଙ୍କୁ ଟ୍ରଫି, ଉତ୍ତରିୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମନୀଷା ଭଞ୍ଜ, ମେରୀ ଆନା ଥୋମାସ, ରଞ୍ଜନ ସାହୁ, ସୁଚିତ୍ରା ଦର୍ଜୀ, ଧନଲକ୍ଷ୍ମୀ ବେହେରା,ମାଧବୀ ଚୌଧୁରୀ ଓ ସସ୍ମିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ | କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଥମ ଥର ପଡିଲା କାଦ ବେଡା ଗ୍ରାମରେ କୌଣସି ଅଧିକାରୀ ଙ୍କ ପାଦ

masiha

୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ କରାଇ ମାନବତାର ପରିଚୟ ଦେଲେ ଫାର୍ମାସିଷ୍ଟ ଯୁଗଳ କିଶୋର ଶବର

ଜାମଦା ଥାନା ଅଞ୍ଚଳରେ ବଜ୍ରପାତରେ ଚାଷୀ ମୃତ

Sunil Chandra Nayak

Leave a Comment

error: Content is protected !!