ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କୁ NAC ପ୍ରଶାସନର ଜାଣିଶୁଣି ଅବହେଳା କି ନଜାଣିଲା ଭଳି ଅଭିନୟ 

ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କୁ NAC ପ୍ରଶାସନର ଜାଣିଶୁଣି ଅବହେଳା କି ନଜାଣିଲା ଭଳି ଅଭିନୟ 

ଦୁଇ ତିନି ବର୍ଷ ପୂର୍ବେ ପାଟଣାଗଡ଼ NAC ଅନ୍ତର୍ଗତ ବଥର୍ଲା ଛକ ଠାରେ NAC ପକ୍ଷରୁ ଭଗବାନ ବୁଦ୍ଧଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି | NAC ର ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ କିନ୍ତୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଦେଲା ପରେ ବୋଧେ NAC କତୃପକ୍ଷ ରକ୍ଷଣାଭେକ୍ଷଣ କରିବା ଭୁଲି ଯାଇଥିବ କିମ୍ବା ପ୍ରତିମୂର୍ତ୍ତି ନଜର ଅଢୁଆଳରେ ରହି ଯାଇଥିବ | ଯେ କୌଣସି କାର୍ଯ୍ୟକ୍ରମ କରିଦେଲେ ତାହା ବଡ଼ କଥା ନୁହେଁ ସବୁଠୁ ବଡ଼ କଥା ହେଲା ତାର ଉପଯୁକ୍ତ ସୁରକ୍ଷା ଓ ଯତ୍ନ ନେବା | ବୁଦ୍ଧ ଜୟନ୍ତୀରେ ତାଙ୍କୁ ଫୁଲ ମାଳା ଟିଏ ଦେଇ ପାରିଲ ନାହିଁ ସତ କିନ୍ତୁ ତାଙ୍କ ପ୍ରତି ସମ୍ମାନ ଟିକିଏ ନଦେବା ପରିତାପର ବିଷୟ | କିଏ କହୁଛି ତୁମ୍ଭଙ୍କୁ ସେହି ମୂର୍ତ୍ତିକୁ ସବୁଦିନ ଧୂପ ଦୀପ, ଫୁଲମାଳା, ନୈବେଦ୍ୟ ଦେଇ ପୂଜା କର ବୋଲି | ଦୁଃଖର ବିଷୟ ଭଗବାନ ବୁଦ୍ଧଙ୍କ ମୂର୍ତ୍ତିର ବାମ କାନ ଓ ଡାହାଣ ହାତର ଦୁଇଟି ଆଙ୍ଗୁଠି ଭାଙ୍ଗି ଯାଇଛି | କେବେ ଟିକିଏ ପାଖକୁ ଯାଇ ବର୍ତମାନର ସ୍ଥିତି ଅନୁଧ୍ୟାନ କରିଛ କି | ସଜାଡ଼ିବା ପାଇଁ NAC ପାଖରେ ପାଣ୍ଠି ଅଭାବ ରହି ଯାଇଥିବ କିମ୍ବା ମୂର୍ତ୍ତିକୁ ସଜାଡ଼ି ଦେଲେ ଆମର ଲାଭ କଣ ବୋଲି ଭାବୁଥିବେ ? ଏଭଳି ଅବସ୍ଥାରେ ମୂର୍ତ୍ତିକୁ ରଖିବା ଅସମ୍ମାନ ନୁହେଁ କି ? ବିଗତ ଦିନରେ ଯେଉଁ ମାନେ ଏହି ମୂର୍ତ୍ତି ସ୍ଥାପନ କରିବା ପାଇଁ ଏତେ ତରତର ହେଉଥିଲ ସେମାନେ ଆଜି କୁଆଡେ ଗଲ ଏହା ଭଗବାନ ବୁଦ୍ଧଙ୍କୁ ତୁମର ସମ୍ମାନ କି ? ଦେଖାଯାଉ ପ୍ରଶାସନ କେତେ ଶୀଘ୍ର ମୂର୍ତ୍ତିକୁ ଉପଯୁକ୍ତ ସମ୍ମାନ ଦେଉଛି |

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଅସୁସ୍ଥ ସାମ୍ବାଦିକଙ୍କୁ ଭେଟିଲେ କଂଗ୍ରେସ ନେତା

ରାଇରଙ୍ଗପୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ବୃତ୍ତି ପରାମର୍ଶ ସମ୍ପର୍କିତ ପ୍ରତିଯୋଗିତା 

masiha

ଘର ପୋଡି ସୁବୁକିଛି ପାଉଁଶ ହୋଇଯାଇଛି

Sunil Chandra Nayak

Leave a Comment

error: Content is protected !!