ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

       ଅଦ୍ୟ ତା-୨୯.୦୯.୨୦୨୩ ରିଖ ଶୁକ୍ରୁବାର ଦିନ ଘ ୨.୩୦ମି ରେ ସ୍ଥାନୀୟ ଶ୍ରୀ ଚୌତନ୍ୟ ଏକାଡେମୀ, ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ “Safety on Social Media Platform & Cyber laws” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସାମାଜିକ ଗଣମାଧ୍ୟମ ର ସୁରକ୍ଷା, ସାଇବର ଆଇନ ଉପରେ ଆଲୋଚନା ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଓକିଲ୍ ଶ୍ରୀ ବ୍ରଜ ସୁନ୍ଦର ନାଏକ, ସୀତାରାମ ପଣ୍ଡା, ଅରୁଣ କୁମାର ପାଣିଗ୍ରାହି, ରାୟଗଡା ଥାନାର ସାଇବର ଇନ୍ସପେକ୍ଟର ଶ୍ରୀ ଅଭିନାସ ରେଡି, ଶ୍ରୀ ଚୌତନ୍ୟ ଏକାଡେମି, ରାୟଗଡା ର ଅଧ୍ୟକ୍ଷ ଙ୍କ ସମେତ ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ କିପରି ନିଜକୁ ସାମାଜିକ ଗଣମାଧ୍ୟମ ସୁରକ୍ଷା କରିବା, ସାଇବର ଆଇନ, ଅନଲାଇନ ରୁ କିପରି ଠକାମି ର ଶିକାର ନହେବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା I ଅନଲାଇନ ରେ ଠକାମିର ଶିକାର ହେଲେ ସେମାନଙ୍କ ପାଇ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ l ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ଶ୍ରୀ ଚୌତନ୍ୟ ଏକାଡେମି ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅମଲା ସଂଘର କଳା ଵ୍ଯାଜ୍ ପରିଧାନର ଅନ୍ତିମ ଦିବସରେ ସରକାରଙ୍କ ନିଦାବିଷ୍ଣୁ ନେଇ ଅସନ୍ତୋଷ; ଆସନ୍ତାକାଲି ଠାରୁ ସମୂହ ଛୁଟିରେ ଯିବେ ! 

ବୋରଭଟା ଗ୍ରାମବାସୀ କେବେ ପାଇବେ ‘ବସୁଧା’ଯୋଜନା ର ପାଣି 

Sunil Chandra Nayak

ଆସନ୍ତା ଉଲ-ଫିତର ,ଶ୍ରୀ ରାମ ନବମୀ , ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି କୁ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରେସ୍ ନୋଟ୍

masiha

Leave a Comment

error: Content is protected !!