ସି ଡବ୍ଲୁ ଏସ ହସ୍ପିଟାଲ ରେ ଜାତୀୟ ପାଥୋଲୋଜି ଦିବସ ପାଳିତ
ରାଉରକେଲା/ ସାରା ବିଶ୍ୱରେ ପାଥୋଲୋଜି ରିପୋର୍ଟ ବିନା ଚିକିତ୍ସା କରିବା ଅସମ୍ଭବ l ଚିକିତ୍ସାବିଜ୍ଞାନ ରେ ନିଶ୍ଚିତ ରୂପେ ପାଥୋଲଜି ର ଭୂମିକା ଗୁରୁତ୍ୱପୂର୍ଣ୍ଣ l ଏହାକୁ ଦୃଷ୍ଟିରେ ରଖି ସିଡବ୍ଲୁଏସ ହସ୍ପିଟାଲ ସଦା ସର୍ବଦା ପାଥୋଲୋଜି ରିପୋର୍ଟ କୁ ଗୁରୁତ୍ୱଦେଇ ଆସୁଛି l ଏବଂ ଖୁବ କମ ସମୟ ମଧ୍ୟରେ ଏହି ହସ୍ପିଟାଲ ଚିକିତ୍ସାକ୍ଷେତ୍ର ରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି ବୋଲି ଗୁରୁବାର ସିଡବ୍ଲୁଏସ ହସ୍ପିଟାଲ ପରିସରରେ ଆୟୋଜିତ ଜାତୀୟ ପାଥୋଲୋଜି ଦିବସ ପାଳନ ଅବସର ରେ ହସ୍ପିଟାଲ ର ଅଧ୍ୟକ୍ଷ ଫାଦର ବେନିଚାନ କେ ପିଟର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ହସ୍ପିଟାଲ ର ପାଥଲୋଜି ବିଭାଗ ର ବରିଷ୍ଠ ଡାକ୍ତର ଡ. ଜେ. କେ. ପଟ୍ଟନାୟକ କହିଥିଲେ ଯେ ଡ. ଭି. ଆର. ଖାନଲକୋର ହେଉଛନ୍ତି ପାଥଲୋଜି ବିଭାଗ ର ଜନକ l ବିଗତ ଶହେବର୍ଷ ପୂର୍ବେ ଡାକ୍ତର ଖାନଲକୋର ପାଥୋଲୋଜି ବିଭାଗ କୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିପାରିଥିଲେ। ତାଙ୍କ ଗବେଷଣା ନିଶ୍ଚିତରୂପେ ପାଥୋଲୋଜି କୁ ଚିକିତ୍ସାକ୍ଷେତ୍ରରେ ତାଙ୍କ ବୃହତ ଅବଦାନ ବୋଲି ଡାକ୍ତର ପଟ୍ଟନାୟକ ପ୍ରକାଶ କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଡାକ୍ତର ସଞ୍ଜୟ ତିର୍କି ଓ ମାଇକ୍ରୋବାଇଲୋଜି ବିଭାଗର ବରିଷ୍ଠ ଡାକ୍ତର ଡ. ପି. ଏସ. ଶତପଥି ପ୍ରମୁଖଯୋଗ ଦେଇ ସିଡବ୍ଲୁଏସ ହସ୍ପିଟାଲ ରେ କାର୍ଯ୍ୟରତ ସମସ୍ତ ଟେକ୍ନିସିଆନ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବାସହ ଆଗାମୀ ଦିନରେ ଉକ୍ତ ହସ୍ପିଟାଲ ର ଉତ୍ତରୋତ୍ତର କାମନା କରିଥିଲେ l ପାଥୋଲୋଜି ବିଭାଗ ର ମୁଖ୍ୟ ଡାକ୍ତର ଡ. ସଙ୍ଘମିତ୍ରା ଶତପଥି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ରେ ଅନୁଷ୍ଠିତ ଏହି ଦିବସ ରେ ପ୍ରାଥମିକ ପର୍ଯ୍ୟାୟ ରେ ପାଥୋଲୋଜି ଦିବସ ଉପଲକ୍ଷେ କେକ୍ କଟାଯାଇଥିଲା ଓ ପାଥଲୋଜି ବିଭାଗର କର୍ମଚାରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ଡାକ୍ତର ଶତପଥି ସ୍ୱାଗତ ଭାଷଣଦେଇ ସଭାକାର୍ଯ୍ୟ ଆରମ୍ଭକରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଭାଗ ର ବରିଷ୍ଠ ଟେକ୍ନିସିଆନ ଭଗବାନ ଦାସ, ହେରମାନ ବାରୁ, ନବୀନ ମାହାତୋ, ସ୍ମିତାରାଣୀ ପାତ୍ର, ମାକ୍ସିମା ବାରା, ଗୀତ ବଡାଇକ ଜ୍ୟୋସ୍ନା ବିଶ୍ୱାଳ, ଅନୁରାଧା ଝା, ଲଳିତାଞ୍ଜଳି ସିଂ, ପ୍ରମୁଖ ଉପସ୍ଥିତ ଥିଲେ।